www.samajalive.in
Thursday, December 11, 2025
18.1 C
Bhubaneswar

କାଶୀ ବିଶ୍ୱନାଥ କରିଡର ଉଦଘାଟନ ପୂର୍ବରୁ କାଳ ଭୈରବଙ୍କ ମନ୍ଦିରରେ ଆଳତୀ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଆଉ କିଛି ସମୟ ମଧ୍ୟରେ କାଶୀ ବିଶ୍ୱନାଥ କରିଡରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିବେ। ଉଦଘାଟନ ପୂର୍ବରୁ ଆଜି ପ୍ରଧାନମନ୍ତ୍ରୀ ସେଠାରେ ଥିବା କାଳ ଭୈରବ ମନ୍ଦିରକୁ ଯାଇ ଆରତି କରିଛନ୍ତି। ବାରାଣସୀରେ ଉକ୍ତ ମେଗା ପ୍ରୋଜେକ୍ଟକୁ ଉଦଘାଟନ ପାଇଁ ପ୍ରଧାନମନ୍ତ୍ରୀ ସକାଳେ ବାରାଣସୀ ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ଅନ୍ୟ ବିଶିଷ୍ଟ ବ୍ୟକ୍ତି ତାଙ୍କୁ ସ୍ୱାଗତ କରିଛନ୍ତି। କାଳ ଭୈରବଙ୍କ ଆଳତୀ ପରେ ପ୍ରଧାନମନ୍ତ୍ରୀ କରିଡର ଉଦ୍ଦଘାଟନ ପାଇଁ କାଶୀ ବିଶ୍ୱନାଥ ଧାମ ଅଭିମୁଖେ ବାହାରି ସାରିଛନ୍ତି।
ଏହି କରିଡର କାଶୀ ବିଶ୍ବନାଥ ମନ୍ଦିରକୁ ଗଙ୍ଗାନଦୀ କୂଳ ସହ ସଂଯୋଗ କରିଛି । ଏହି ପ୍ରକଳ୍ପ ୫ଲକ୍ଷ ବର୍ଗ ଫୁଟକୁ ବ୍ୟାପିଛି ଯାହା ମଧ୍ୟରେ ୪୦ଟି ପ୍ରାଚୀନ ମନ୍ଦିର ରହିଛି। ଏହା ମଧ୍ୟରେ ଭକ୍ତଙ୍କୁ ବିଭିନ୍ନ ପ୍ରକାର ସୁବିଧାସୁଯୋଗ ଯୋଗାଇ ଦେବା ଲାଗି ୨୩ଟି ନୂଆ କୋଠା ତିଆରି କରାଯାଇଛି। ୨୦୧୯ ମାର୍ଚ୍ଚ ୮ରେ ପ୍ରଧାନମନ୍ତ୍ରୀ ଏହି ଯୋଜନାର ଶିଳାନ୍ୟାସ କରିଥିଲେ।

 

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories