www.samajalive.in
Thursday, December 11, 2025
18.1 C
Bhubaneswar

ଓଡ଼ିଶାରେ ହିନ୍ଦୁ ମନ୍ଦିର ପରିଚାଳନାରେ ଅବ୍ୟବସ୍ଥା- ସିଏଜି ରିପୋର୍ଟ

ଭୁବନେଶ୍ୱର: ଓଡ଼ିଶାରେ ଥିବା ଅନେକ ହିନ୍ଦୁ ମନ୍ଦିର ପରିଚାଳନାରେ ନାନା ଅବ୍ୟବସ୍ଥା ଲାଗି ରହିଛି । ମନ୍ଦିରର ଭୂସମ୍ପତ୍ତି ମଧ୍ୟରୁ ଅନେକ ଭାଗ ବିଭିନ୍ନ ଲୋକଙ୍କ ଜବର ଦଖଲରେ ରହିଛି । ଏଥିସହିତ ମନ୍ଦିରରେ ପୂଜା ପାଉଥିବା ଦେବ ଦେବୀଙ୍କର ସୁନା ଏବଂ ଅନ୍ୟାନ୍ୟ ଅଳଙ୍କାର ମଧ୍ୟରୁ ଅଧିକାଂଶ ଅସୁରକ୍ଷିତ ଅବସ୍ଥାରେ ରହିଥିବା ସିଏଜି ରିପୋର୍ଟରେ କୁହାଯାଇଛି । ୨୦୨୦ ମାର୍ଚ୍ଚ ସୁଦ୍ଧା ଶେଷ ହୋଇଥିବା ବର୍ଷ ନିମନ୍ତେ ପ୍ରସ୍ତୁତ ଏହି ରିପୋର୍ଟରେ ରାଜ୍ୟର ଧର୍ମୀୟ ଅନୁଷ୍ଠାନଗୁଡିକର ସମ୍ପତ୍ତି ଓ ପାଣ୍ଠିରେ ବ୍ୟାପକ ହେରଫେର ଘଟଣା ନଜରକୁ ଆସିଥିବା କୁହାଯାଇଛି ।
ରାଜ୍ୟ ବିଧାନସଭାରେ ଉପସ୍ଥାପିତ ରିପୋର୍ଟରେ କୁହାଯାଇଛି ଯେ ଓଡ଼ିଶାର ଆଇନ ବିଭାଗ ଦ୍ୱାରା ମନ୍ଦିରଗୁଡିକର ପରିଚାଳନାରେ ବ୍ୟାପକ ଅବ୍ୟବସ୍ଥା ପରିଲକ୍ଷିତ ହୋଇଛି । ମନ୍ଦିରଗୁଡିକର ଭୂସମ୍ପତ୍ତି ଜବର ଦଖଲ, ମନ୍ଦିର ଟ୍ରଷ୍ଟବୋର୍ଡଗୁଡିକର କୁପରିଚାଳନା, ଗୃହ ଆଦି ସମ୍ପତ୍ତିର ସଠିକ ପରିଚାଳନାର ଅଭାବ, ବ୍ୟବସାୟିକ ପରିସର ଉପଯୁକ୍ତ ପରିଚାଳନା କରାଯାଉନଥିବା, ମନ୍ଦିରଗୁଡିକର ମୂଲ୍ୟବାନ ଅଳଙ୍କାର ସୁରକ୍ଷିତ ଭାବରେ ରଖାଯାଇନଥିବା ଏବଂ ରେକର୍ଡ ପତ୍ର ରକ୍ଷଣାବେକ୍ଷଣ ହେଉନଥିବା ଭଳି ଗୁରୁତର ତଥ୍ୟ ଏଥିରେ ସାମନାକୁ ଅଣାଯାଇଛି । ଏଥିରେ କୁହାଯାଇଛି ଯେ ରାଜ୍ୟରେ ଥିବା ଧର୍ମୀୟ ଅନୁଷ୍ଠାନଗୁଡିକ ଓଡ଼ିଶା ହିନ୍ଦୁ ଧର୍ମୀୟ ଦେବୋତ୍ତର (ଓଏଚଆରଇ) ଆଇନ, ୧୯୫୧ର ଲକ୍ଷ୍ୟକୁ ବୃହତ୍ତର ଭାବରେ ଅନୁପାଳନ କରୁନାହାନ୍ତି । ଧର୍ମୀୟ ଅନୁଷ୍ଠାନଗୁଡିକର ଭୂସମ୍ପତ୍ତି ଏବଂ ମୂଲ୍ୟବାନ ସାମଗ୍ରୀ ଉପରେ ଉପଯୁକ୍ତ ନିୟନ୍ତ୍ରଣ ଏବଂ ସେଗୁଡିକୁ ନିରୀକ୍ଷଣ କରିବା କୌଶଳର ଅଭାବ ରହିଛି ।
ସିଏଜି ରାଜ୍ୟର ୧୩ଟି ମନ୍ଦିର ରେକର୍ଡ ଯାଞ୍ଚ କରିଥିବାବେଳେ ଦର୍ଶାଇଛନ୍ତି ଯେ ଏହିସବୁ ମନ୍ଦିରର ମୋଟ ୧୨,୭୬୭.୬୭୯ ଏକର ଭୂସମ୍ପତ୍ତି ମଧ୍ୟରୁ ମାତ୍ର ୫,୭୪୯.୪୬୪ ଏକର (୪୫.୦୩%) ସେମାନଙ୍କ ଦଖଲରେ ରହିଛି ଏବଂ ୩୫.୨୮% ଭୂସମ୍ପତ୍ତି ଅନ୍ୟମାନଙ୍କ ଜବର ଦଖଲରେ ଅଛି । ରିପୋର୍ଟ ଅନୁଯାୟୀ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କର ଭୁବନେଶ୍ୱରରେ ମୋଟ ୬୯.୪୨୩ ଏକର ଭୂସମ୍ପତ୍ତି ରହିଥିବାବେଳେ ସେଥିମଧ୍ୟରୁ ୩୬.୩୭୦ ଏକର ଜବର ଦଖଲରେ ରହିଛି । ଢେଙ୍କାନାଳ ଦେବୋତ୍ତରର ସର୍ବାଧିକ ୪,୦୩୦.୭୮ ଏକର ଭୂସମ୍ପତ୍ତି ଜବର ଦଖଲରେ ରହିଥିବା ଜଣାଯାଇଛି ।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories