www.samajalive.in
Friday, December 12, 2025
16.1 C
Bhubaneswar

ନୂଆ ନଈରୁ ମିଳିଲା ନିଖୋଜ ଚିତ୍ତରଂଜନଙ୍କ ମୃତଦେହ

ପୁରୀ: ଶନିବାର ରାତିରୁ ନିଖୋଜ ଥିବା ଚିତ୍ତରଂଜନ ପଲେଇଙ୍କ ମୃତଦେହ ନୂଆ ନଈରୁ ସୋମବାର ସକାଳେ ଉଦ୍ଧାର କରାଯାଇଛି । ତାଙ୍କ ଶରୀରର ଅନେକ ସ୍ଥାନରେ ଦାଗ ଓ କ୍ଷତସ୍ଥାନ ରହିଥିବା ଦେଖିବାକୁ ମିଳିଛି । ସେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମାଙ୍କ ଘନିଷ୍ଠ ସହଯୋଗୀ ବୋଲି ଜଣାଯାଇଛି । ଚିତ୍ତରଂଜନଙ୍କ ଘର ବ୍ରହ୍ମଗିରି ଥାନା ସାନବନ୍ଧକେରା ଗ୍ରାମରେ । ଏହି ଘଟଣାରେ ତାଙ୍କର ୫ ଜଣ ସାଙ୍ଗଙ୍କୁ ସଦର ଥାନା ପୁଲିସ ଅଟକ ରଖିଛି । ଚିତ୍ତରଂଜନଙ୍କୁ ଅପହରଣ ପରେ ହତ୍ୟା କରାଯାଇଥିବା ତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ ଚିତ୍ତରଂଜନ ଗତ ଶନିବାର ଦିନ ସଞ୍ଜୟ ଦାସବର୍ମାଙ୍କ ସହିତ ବ୍ରହ୍ମଗିରି ଓ କୃଷ୍ଣପ୍ରସାଦର କେତେକ ଅଞ୍ଚଳକୁ ଯାଇଥିଲେ । ସେଠାରୁ ଫେରି ରାତି ପ୍ରାୟ ୯ଟାରେ ଭୋଜି କରିବାକୁ ଘରୁ ବାହାରି ଯାଇଥିଲେ । ରାତିରେ ଚିତ୍ତରଂଜନ ଘରକୁ ନଫେରିବାରୁ ପରିବାର ଲୋକ ତାଙ୍କ ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ତାଙ୍କ ମୋବାଇଲ ଫୋନ ବନ୍ଦ ଥିବାରୁ ତାଙ୍କ ସହିତ ଯୋଗାଯୋଗ ହୋଇପାରିନଥିଲା । ରବିବାର ସକାଳେ ମାଳତି ପାଟପୁରଠାରୁ କିଛି ଦୂରରେ ଥିବା ଗଡମୃଗଶିରା-ଜମାରସୁଆଁ ନଦୀବନ୍ଧରେ ଗୋଟିଏ ବାଇକ, ମୋବାଇଲ ଫୋନ, ସୁନାଚେନ, ଚପଲ ଏବଂ ରକ୍ତ ପଡିଥିବା ଦେଖି ସ୍ଥାନୀୟ ଲୋକେ ସଦର ଥାନାକୁ ଖବର ଦେଇଥିଲେ । ସେହି ସାମଗ୍ରୀ ଚିତ୍ତରଂଜନଙ୍କର ବୋଲି ଜଣାପଡିଥିଲା । ରବିବାର ଦିନ ତମାତ ତାଙ୍କୁ ଖୋଜାଖୋଜି କରାଯାଇଥିଲେ ମଧ୍ୟ ତାଙ୍କର ସନ୍ଧାନ ମିଳିନଥିଲା । ତେବେ ସୋମବାର ସକାଳେ ତାଙ୍କ ମୃତଦେହ ମିଳିବା ପରେ ତାଙ୍କୁ ଅପହରଣ କରିନିଆଯାଇ ହତ୍ୟା କରାଯାଇଥିବା ପରିବାରଲୋକ ଅଭିଯୋଗ କରିଛନ୍ତି । ଏପରିକି ହତ୍ୟା କରିବା ପୂର୍ବରୁ ଚିତ୍ତରଂଜନଙ୍କ ସହିତ ଧସ୍ତାଧସ୍ତି ହୋଇଥିବା ଏବଂ ତାଙ୍କୁ ଆକ୍ରମଣ କରାଯାଇଥିବା ପରିବାର ଲୋକ ସନ୍ଦେହ କରୁଛନ୍ତି ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories