www.samajalive.in
Saturday, December 6, 2025
26.1 C
Bhubaneswar

ଶିଖରଙ୍କ ପାଇଁ ଋତୁରାଜ କଣ୍ଟା; ଭେଙ୍କଟେଶ ସ୍ଥାନପାଇବା ସମ୍ଭାବନା

ନୂଆଦିଲ୍ଲୀ  : ଭାରତୀୟ କ୍ରିକେଟ ଦଳ ଦକ୍ଷିଣଆଫ୍ରିକା ଗସ୍ତରେ ଆସନ୍ତା ଜାନୁଆରୀରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ମ୍ୟାଚ ଖେଳିବ। ଭାରତୀୟ ଦଳ ମନୋନୟନ ଲାଗି ବିସିସିଆଇ ସିନିୟର ମନୋନୟନକାରୀଙ୍କ ଯୁବ ଓ ଅଭିଜ୍ଞ ଖେଳାଳିଙ୍କ ପ୍ରଦର୍ଶନ ଉପରେ ନଜର ରହିଛି। ବର୍ତ୍ତମାନ ଚାଲିଥିବା ବିଜୟ ହଜାରେ ଟ୍ରଫି ଦିନିକିଆ କ୍ରିକେଟରେ ଯୁବ ଓ ଭାରତୀୟ ଦଳରୁ ଦୂରରେ ରହିଥିବା ବରିଷ୍ଠ ଖେଳାଳିଙ୍କ ଉପରେ ନଜର ରହିଛି। ବିସିସିଆଇ ରୋହିତ ଶର୍ମାଙ୍କୁ ଦିନିକିଆର ନୂତନ ଅଧିନାୟକ ନିଯୁକ୍ତ କରିଥିବାବେଳେ ଦିନିକିଆ ଦଳରେ ମଧ୍ୟ ଯୁବ ଖେଳାଳିଙ୍କୁ ସୁଯୋଗ ଦେବାର ସମ୍ଭାବନା ରହିଛି। ବିଜୟ ହଜାରେ ଟ୍ରଫିରେ ଅଲ୍‌ରାଉଣ୍ଡର ଭେଙ୍କଟେଶ ଆୟାର ,ଓପନର ଋତୁରାଜ ଗାଏକ୍ବାର୍ଡ ଓ ଅଭିଜ୍ଞ ବରିଷ୍ଠ ଓପନର ଶିଖର ଧାୱନଙ୍କ ପ୍ରଦର୍ଶନ ଉପରେ ନଜର ରଖିଛି ବିସିସିଆଇ ମନୋନୟନକାରୀ।
ହାର୍ଦିକ ପାଣ୍ଡ୍ୟାଙ୍କ ସ୍ଥାନରେ ଭେଙ୍କଟେଶ୍‌ ଆୟାରଙ୍କୁ ସ୍ଥାୟୀ ଅଲ୍‌ରାଉଣ୍ଡର ଭାବେ ଦଳରେ ସ୍ଥାନ ଦେବା ନେଇ ମନୋନୟନକାରୀ ନଜର ରଖିଛନ୍ତି। ଓପନର ଭାବେ ରୋହିତ ଶର୍ମା ଓ ଲୋକେଶ ରାହୁଲ ରହିଥିବାବେଳେ ୬ଷ୍ଠ ସ୍ଥାନରେ ଜଣେ ମ୍ୟାଚ ବିଜେତା ଖେଳାଇବା ଉପରେ ମନୋନୟନକାରୀ ଗୁୁରୁତ୍ବ ଦେଇଛନ୍ତି। ଆୟାର ଚଳିତ ବିଜୟ ହଜାରେ ଟ୍ରଫିରେ ୫ ନମ୍ବର ସ୍ଥାନରେ ବ୍ୟାଟିଂ କରି ଚମତ୍କାର ପ୍ରଦର୍ଶନ କରୁଛନ୍ତି। ସେ କେରଳ ବିପକ୍ଷରେ ୮୪ଟି ବଲରୁ ୧୧୨ ଓ ମଧ୍ୟପ୍ରଦେଶ ବିପକ୍ଷରେ ୧୧୩ଟି ବଲରୁ ୧୫୩ରନ କରିଛନ୍ତି। ଏହାଛଡ଼ା ଆୟର ମଧ୍ୟ ବୋଲିଂ କରିବାର ଦକ୍ଷତା ରଖିଛନ୍ତି। ବିଜୟ ହଜାରେ ଟ୍ରଫିରେ ପ୍ରତି ମ୍ୟାଚରେ ୭ରୁ ୮ ଓଭର ବୋଲିଂ ମଧ୍ୟ କରୁଛନ୍ତି। ନୂତନ ଭାରତୀୟ ମ୍ୟାନେଜ୍‌ମେଣ୍ଟ ଦକ୍ଷିଣଆଫ୍ରିକା ଗସ୍ତରେ ଆୟରଙ୍କ ଉପରେ ନିଶ୍ଚିତ ଗୁରୁତ୍ବ ଦେବ। ଅନ୍ୟପକ୍ଷରେ ଅଭିଜ୍ଞ ଓପନର ଶିଖର ଧାୱନ ଓ ଯୁବ ଓପନର ଋତୁରାଜ ଗାଏକ୍ବାର୍ଡଙ୍କ ମଧ୍ୟରେ ଦଳରେ ସ୍ଥାନ ପାଇବା ନେଇ ପ୍ରତିଦ୍ବନ୍ଦ୍ବିତା ହେବ। ଚେନ୍ନଇ ସୁପରକିଙ୍ଗ୍‌ସ ଓପନର ଋତୁରାଜ ଆଇପିଏଲ-୨୦୨୧ରେ ସର୍ବାଧିକ ରନ୍‌ ହାସଲ କରି କମଳା ଟୋପି ପାଇଥିବାବେଳେ ଚଳିତ ବିଜୟ ହଜାରେ ଟ୍ରଫିରେ ଶତକ ପରେ ଶତକ ଅର୍ଜନ କରୁଛନ୍ତି। ଗାଏକ୍ବାର୍ଡ ଶ୍ରୀଲଙ୍କା ବିପକ୍ଷରେ ଟ୍ବେଣ୍ଟି୨୦ ମ୍ୟାଚ ଖେଳିଥିବାବେଳେ ଦିନିକିଆ ଦଳରେ ସ୍ଥାନ ପାଇନାହାନ୍ତି। ଅନ୍ୟପକ୍ଷରେ ଲୋକେଶ ରାହୁଲ ଓ ରୋହିତଙ୍କ ସହ ତୃତୀୟ ଓପନର ଭାବେ ୱିକେଟରକ୍ଷକ ଇଷନ କିଷନଙ୍କୁ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ୍‌ରେ ସୁଯୋଗ ମିଳିଥିଲା। ଏବେ ଋତୁରାଜ ଗାଏକ୍ବାର୍ଡ ଭଲ ପ୍ରଦର୍ଶନ କରୁଥିବାରୁ ଦକ୍ଷିଣଆଫ୍ରିକା ଗସ୍ତରେ ସ୍ଥାନ ପାଇବା ଆଶା କରାଯାଉଛି। ଅନ୍ୟପକ୍ଷରେ ବରିଷ୍ଠ ଓପନର ଶିଖର ଧାୱନ ବିଜୟ ହଜାରେ ଟ୍ରଫିରେ ରନ କରିବାକୁ ସଂଘର୍ଷ କରୁଛନ୍ତି। ଧାୱନ ୦, ୧୨. ୧୪ ଓ ୧୮ କରିଥିବାବେଳେ ଗାଏକ୍ବାର୍ଡ ମଧ୍ୟପ୍ରଦେଶ ବିପକ୍ଷରେ ୧୩୬, ଛତିଶଗଡ ସହ ଅପରାଜିତ ୧୫୪ ଓ କେରଳ ବିପକ୍ଷରେ ୧୨୪ରନ କରିଛନ୍ତି। ଏଭଳି ସ୍ଥିତିରେ ଦଳୀୟ ମ୍ୟାନେଜମେଣ୍ଟ ଧାୱନଙ୍କ ଅପେକ୍ଷା ଗାଏକ୍ବାର୍ଡକୁ ଅଧିକ ଗୁରୁତ୍ବ ଦେବ। ଗତ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ୍‌ରେ ଧାୱନ ଦଳର ନେତୃତ୍ବ ନେଇ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ଏବେ ପ୍ରତ୍ୟାବର୍ତ୍ତନ କରିବା ନେଇ ଆଶଙ୍କା ସୃଷ୍ଟି ହୋଇଛି।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories