www.samajalive.in
Monday, December 8, 2025
24.1 C
Bhubaneswar

ଡଙ୍ଗରିଆଙ୍କ ଭୋକ ମେଣ୍ଟାଉଛି ସଲପ ଜାଉ

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନିୟମଗିରି ପାହାଡର ପ।ଦ ତଳ ପାର୍ସାଲି ପଞ୍ଚାୟତର ବୁଡୁଣି ଗାଁର ଡଙ୍ଗରିଆ କନ୍ଧମାନଙ୍କ ଭୋକ ମେଣ୍ଟାଉଛି ସଲପ ଜାଉ । ଉକ୍ତ ଗାଁର ଡଙ୍ଗରିଆ କନ୍ଧ ମାନଙ୍କୁ ସରକାର ତରଫରୁ ମିଳୁଥିବା ୩୫ କିଲୋ ଚାଉଳ ଉକ୍ତ ପରିବାରକୁ ନିଅଣ୍ଟ ହେଉଥିବା ଯୋଗୁଁ ସେମାନେ ବିଭିନ୍ନ ସମୟରେ ଆମ୍ବଟାଙ୍କୁ, ବାଉଁଶ ଧାନ,ମାଣ୍ଡିଆ, କାଙ୍ଗୁ, କୁସୁଲା କୁ ଜାଉ କରି ଖାଉଥିବା ବେଳେ ବର୍ତ୍ତମାନ ଜୁରା ସଲପଗଛର ଗଣ୍ଡିରୁ ମଧ୍ୟ ଜାଉ ପ୍ରସ୍ତୁତ କରି ଖାଉଥିବା ଦେଖିବାକୁ ମିଳିଛି । ଜୁରା ସଲପ ଗଛର ମୂଳ ଅଂଶ କୁ କାଟି ତାର ଉପରରୁ ଚାଲି ବାହାର କରିଦେଇଥାନ୍ତି ।ସେହି ଭିତର ଅଂଶ କୁ ଖରାରେ କିଛି ଦିନ ଶୁଖାଇ ଦେଇଥାନ୍ତି ।ଏହା ସମ୍ପୂର୍ଣ୍ଣ ଶୁଖିଯିବା ପରେ ତାକୁ ଛେଚି ଦେଇଥାନ୍ତି ।ସେଥିରୁ ଖଦଡା ଅଂଶ କୁ ଘୁରୁଣା ବା ପାଉରାଣୀ ରେ ଭଲ ଭାବରେ କୁଟି ଚୁନା ପ୍ରସ୍ତୁତ କରିଥାନ୍ତି ।ସେହି ଚୁନାରେ ମାଣ୍ଡିଆ ଚୁନାରେ ଯେଉଁ ଭଳି ଯାଉ ପ୍ରସ୍ତୁତ କରାଯାଉଛି ସେହିପରି ସଲପ ଚୁନା ରେ ମଧ୍ୟ ଜାଉ ପ୍ରସ୍ତୁତ କରିଥାନ୍ତି ।ଭୋକ ଲାଗିବା ବେଳେ ସେଥିରୁ ମନ୍ଦେ ମନ୍ଦେ ସମସ୍ତେ ଖାଉଥିବା କହିଥାନ୍ତି । ଏହା ଖାଇଲେ ବହୁତ ଭଲ ଲାଗୁଥିବା ଡଙ୍ଗରିଆ ଗାଁର ରାତୁ କାଡ୍ର।କା,କୁଡୁଞ୍ଜି କୃଷିକା, ରାଣୁ କାଡ୍ର।କା, ସୀତାରି କାଡ୍ର।କା, ଲକ୍ଷଣ କାଡ୍ର।କା,ମାଲ କାଡ୍ର।କା, କୁର୍ସିକା କାଲେ ପ୍ରମୁଖ କହିଛନ୍ତି ।ଏହା ବିଷାକ୍ତ ହେଉଥିବା ବୋଲି କହିବାରୁ ଆମେ ପୂର୍ବପୁରୁଷରୁ ଖାଇ ଆସୁଅଛୁ ,କିଛି ହେବ ନାହିଁ ଏହାର ରସ କୁ ମଧ୍ୟ ପିଉଛୁ ବୋଲି କହିଛନ୍ତି । ଏହିପରି ନିୟମଗିରିରେ ବସବାସ କରୁଥିବା ସମସ୍ତ ପରିବାରରେ ଅଧିକ ଲୋକ ସଂଖ୍ୟା ହେ।ଇଥିବା ଯୋଗୁଁ ଏମାନଙ୍କୁ ସରକାର ତରଫରୁ ମିଳୁଥିବା ୩୫ କିଲୋ ଚାଉଳ ନିଅଣ୍ଟିଆ ହେଉଥିବା ରୁ ବିଭିନ୍ନ ସମୟରେ ଜାଉ ଖାଇଥାନ୍ତି ।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories