www.samajalive.in
Saturday, December 13, 2025
26.1 C
Bhubaneswar

କାୟାକଳ୍ପ ପକ୍ଷରୁ ‘ଆଜାଦୀ କା ଅମୃତ’ ମହୋତ୍ସବ

ବାଙ୍କୀ : ବାଙ୍କୀ ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧିନ ପଥୁରୀପଡାର  ମହାବେରେଣା ଉଚ୍ଚ ବିଦ୍ୟାଳୟରେ ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ‘ଆଜାଦୀ କା ଅମୃତ’ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଜଗତସିଂହପୁର ଜିଲ୍ଲାର ଏକ ସୃଜନଶୀଳ ସାହିତ୍ୟ ଅନୁଷ୍ଠାନ କାୟାକଳ୍ପ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ବାଙ୍କୀ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ସଭାପତି ସୁନିଲ କୁମାର ମିଶ୍ର, ବିଦ୍ୟାଳୟ ପ୍ରଧାନ ଶିକ୍ଷକ ମଧୁସୂଦନ ମହାପାତ୍ର, ମହାବେରେଣା ବ୍ଲକ ସମ୍ପାଦକ ସଦାଶିବ ଦାସ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ। କାୟାକଳ୍ପ ଅନୁଷ୍ଠାନର ଉପଦେଷ୍ଟା ରାଜକିସୋର ସ୍ୱାଇଁ କାର୍ଯ୍ୟକ୍ରମର ଆଭିମୁଖ୍ୟ ପ୍ରଦାନ କରି ଅଞ୍ଚଳର ବିଶିଷ୍ଟ ସମାଜସେବୀ ସଂଗଠକ ହରିଶ୍ଚନ୍ଦ୍ର ମିଶ୍ରଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ କୁଇଜ୍ ପ୍ରତିଯୋଗିତାକୁ ତ୍ରିଲୋଚନ ଦାସ ଓ ବିଜୟଲକ୍ଷ୍ମୀ ବରାଳ ପରିଚାଳନା କରିଥିଲେ। ଡକ୍ଟର ତପନ ଦତ୍ତ, ଦିଲ୍ଲୀପ ପାତ୍ର ଓ ନରେଶ ମିଶ୍ର ପ୍ରମୁଖ ଅନ୍ୟତମ ଅତିଥି ଭାବରେ ଯୋଗଦେଇଥିଲେ। ପ୍ରତିଯୋଗିତାରେ ଓମ୍ ପ୍ରତୀକ ମିଶ୍ର, ଦୀପକ ବୀର, ଶୁଭସ୍ମିତା ପଣ୍ଡା ଓ ମୋନାଲିସା ସାହୁ ପ୍ରମୁଖ ହରିଶ୍ଚନ୍ଦ୍ର ମିଶ୍ର ସ୍ମାରକୀ ମାନପତ୍ର ଗ୍ରହଣ କରିଥିଲେ । ଅନୁରାଧା ସାମନ୍ତରାୟ, ସୁମିତ୍ରା ମନ୍ତ୍ରୀ, ସଞ୍ଜୁଲତା ଦେବୀ, କୃପାସିନ୍ଧୁ ଦାସ, ବିଜୟ ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଗ୍ରାମାଞ୍ଚଳରେ ଏଭଳି କାର୍ଯ୍ୟ ପାଇଁ ସ୍ଥାନୀୟ ବୁଦ୍ଧିଜୀବି ଶିକ୍ଷାବିତ୍ ମାନେ ଅନୁଷ୍ଠାନକୁ ପ୍ରଶଂସା ଜଣାଇଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories