www.samajalive.in
Friday, December 12, 2025
23.1 C
Bhubaneswar

ବାଘ ଛାଲ ବିକ୍ରୀ ଉଦ୍ୟମ ବେଳେ ୨ଗିରଫ, ବାଘ ଛାଲ, ଗୋଧି ଚମଡା ଓ ଚଉସିଂଘା ମୁଣ୍ଡ ଜବତ

କୁଚିଣ୍ଡା :  ବାମରା ବନ୍ୟପ୍ରାଣୀ ଡିଭିଜନରେ ଜଙ୍ଗଲୀ ଜନ୍ତୁ ଶିକାରୀ ସକ୍ରୀୟ ରହିଥିବା ବେଳେ ଆଜି ଜଙ୍ଗଲ ବିଭାଗକୁ ବଡ ଧରଣର ସଫଳତା ମିଳିଛି । କୁଚିଣ୍ଡା ଥାନା ଘୋଡାବାନ୍ଧୁଣି ଗ୍ରାମରୁ ବଡରମାର ଦୁଇ ଜଣ ଶିକାରୀଙ୍କୁ ବନ ବିଭାଗ ଗିରଫ କରିବା ସହ ତାଙ୍କ ଠାରୁ ଏକ କଲରାପତରିଆ ବାଘର ଚମଡା, ୬ଗୋଟି ଗୋଧି ଚମଡା ଓ ୩ ଗୋଟି ଚଉସିଂଘା ମୁଣ୍ଡ ଜବତ କରିଥିବା ଜଣାଯାଇଛି ।

ସୂଚନା ଅନୁଯାଇ ଜଙ୍ଗଲ ବହୁଳ କୁଚିଣ୍ଡା ଉପଖଣ୍ଡରେ ଜନ୍ତୁ ସଂଖ୍ୟା କ୍ରମଶଃ ହ୍ରାସ ପାଉଥିବା ଯୋଗୁଁ ପରିବେଶବୀତ ମହଲରେ ତୀବ୍ର ଉଦବେଗ ପ୍ରକାଶ ପାଉଥିଲା। ବଡରମା ଅଞ୍ଚଳରେ ବହୁ ସମୟରେ ଅବାଧରେ ପଶୁପକ୍ଷୀ ଶିକାର ହେବା ସହ ଅନେକ ସମୟରେ ହାତୀଙ୍କୁ ମଧ୍ୟ ହତ୍ୟା କରାଯାଉଥିବା ଚର୍ଚ୍ଚା ହୋଇଥାଏ । ସଂପ୍ରତି ବନ ବିଭାଗ କୁଚିଣ୍ଡା ଥାନା ସୁବର୍ଣ୍ଣପାଲି ପଞ୍ଚାୟତ ବଡରମା ଅଞ୍ଚଳର ଦୁଇ ଜଣ ଏହି କାର୍ଯ୍ୟରେ ମଧ୍ୟ ଲିପ୍ତ ରହିଥିବା ବନ ବିଭାଗ ଜାଣିବାକୁ ପାଇଥିଲା। ବୁଧବାର ବନ ବିଭାଗ କର୍ମଚାରୀ ମାନେ ସାଧା ପୋଷାକରେ କ୍ରୟ କରିବା ସକାଶେ କୌଶଳ କରି ଘୋଡାବାନ୍ଧୁଣି ଯାଇଥିଲେ । ସେଠାରେ ୫ଲକ୍ଷ ଟଙ୍କା ପ୍ରତିବଦଳରେ ଏକ କଲରାପତରିଆ ବାଘ ଛାଲ ଦେବାକୁ କଥା ଛିଣ୍ଡିଥିଲା । ଏଥିରେ ବଡରମା ପଞ୍ଚାୟତ କୁତବ ଗ୍ରାମର କାଳିଚରଣ ଝାଙ୍କର(୫୦) ଓ ବାସୁଦେବ ଦେହୁରୀ(୫୦) ଏହା ବିକ୍ରୀ କରିବାକୁ ପ୍ରକାଶ କରିଥିଲେ । ପରେ ବନ ବିଭାଗ ସେହି ବ୍ୟକ୍ତିଙ୍କୁ କାବୁ କରି ତାଙ୍କ ଠାରୁ ଏକ ବାଘ ଛାଲ ଜବତ କରିଥିଲେ। ଦୁର୍ଗମ ବଡରମା ପଞ୍ଚାୟତ ଅର୍ନ୍ତଗତ କୁତବ ଗ୍ରାମକୁ ଯାଇ ଉଭୟଙ୍କ ଘର ଖାନତଲାସ ବେଳେ ବନ ବିଭାଗ କଲରାପତରିଆ ବାଘର ଚମଡା ସମେତ ୬ଗୋଟି ଗୋଧି ଚମଡା ଓ ୩ଗୋଟି ଚଉସିଂଘା ମୁଣ୍ଡ ,ହରିଣ ସିଂଘ, ଚଡେଇ ମାରିବା ଫାସ ଆଦି ଜବତ କରିଥିବା ଜଣାଯାଇଛି । ଏହି ଘଟଣାରେ ବନ ବିଭାଗ ଉଭୟଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ଏହି କାର୍ଯ୍ୟରେ କୁଚିଣ୍ଡା ରେଞ୍ଜର ଗଗନ ବିହାରୀ ମଲ୍ଲିକ , ବଡରମା ରେଞ୍ଜର ଦିଲିପ କୁମାର ମେଣ୍ଢୁଆଳ, ଲକ୍ଷ୍ମୀ ନାରାୟଣ ନାଏକ, ଚୁଡାମଣୀ ନାଏକ ପ୍ରମୁଖ କର୍ମଚାରୀ ନେତୃତ୍ୱ ନେଇଥିଲେ।

Hot this week

ଘାଟିକୁ ଖସିଲା ଯାତ୍ରୀବାହୀ ବସ୍ , ଚାଲିଗଲା ୯ ଜୀବନ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ଆଲୁରି ସୀତାରାମ ରାଜୁ ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା...

‘ନେହେରୁଙ୍କ ପକ୍ଷପାତିତା ପାଇଁ ବନ୍ଦେ ମାତରମ୍ ଜାତୀୟ ସଙ୍ଗୀତ ମାନ୍ୟତାରୁ ବଞ୍ଚିତ’

ନୂଆଦିଲ୍ଲୀ : ଗୁରୁବାର ରାଜ୍ୟସଭାରେ ରାଷ୍ଟ୍ରଗୀତ ବନ୍ଦେ ମାତରମ୍ ଉପରେ ଦ୍ବିତୀୟ...

ଜାନୁଆରୀ ୩୧ ରୁ ଓସିଏସ୍‌ ମୁଖ୍ୟ ଲିଖିତ ପରୀକ୍ଷା

କଟକ : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ବାରା ପରିଚାଳିତ ଓଡ଼ିଶା...

ସଜାଡ଼ିବାକୁ ଉଦ୍ୟମ : ମୋକିମ୍‌

କଟକ : ବାରବାଟୀ କଟକର ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ...

ଓଡ଼ିଶା ହେବ ଜବରଦଖଲମୁକ୍ତ

ଭୁବନେଶ୍ବର: ଓଡ଼ିଶାକୁ ଜବରଦଖଲମୁକ୍ତ କରିବାକୁ ରାଜସ୍ବ ବିଭାଗ ଅଣ୍ଟା ଭିଡ଼ିଛି। ବିଭାଗସ୍ତରରେ...

Related Articles

Popular Categories