www.samajalive.in
Saturday, December 13, 2025
21.1 C
Bhubaneswar

କୁରାଳ ପଞ୍ଚମୀ ପାଇଁ କୁମ୍ଭକାର ପରିବାର ଉତ୍ସବ ମୁଖର

ପିପିଲି : ପବିତ୍ର କୁରାଳ ପଞ୍ଚମୀ ଉତ୍ସବ ପାଇଁ ପିପିଲି ବ୍ଲକର ନୂଆଶାସନ, ସଠସ, ବନ୍ତଳସିଂ ମୁଦୁଲିସାହି, ଜୟପୁର, ମାଧିପୁର, ଜଗନ୍ନାଥପୁର, ସହଜପୁର, ଯଶୁଆପୁର, ଯୋପନ, ପୋଡଙ୍ଗ, ମାଟିସାହି, କାଜିପାଟଣା ଓ ନିଜିଗଡକୁରୁଖି ମୁଦୁଲିସାହି ଆଦି ଗ୍ରାମର କୁମ୍ଭକାର ପରିବାର ଉତ୍ସବ ମୁଖର ହୋଇଉଠିଛି । ପୁରୁଣା ପରମ୍ପରା ଓ ରୀତିନୀତି ଅନୁଯାଇ ଅତ୍ୟନ୍ତ ଆନନ୍ଦ ଓ ଉତ୍ସାହର ସହ ୫ଦିନ ଧରି ଏହି ପର୍ବକୁ ପାଳନ କରାଯାଉଥିବା ବେଳେ ପ୍ରତ୍ୟେକ ଘରେ ଉଆ (ମାଟିପାତ୍ରକୁ ପୋଡା ଯାଉଥିବା ଭାଟି), ଚକ, ପିଟଣା ଓ ପିଣ୍ଡ ଆଦିକୁ ଅତ୍ୟନ୍ତ ନିଷ୍ଠା ସହକାରେ ପୂଜା କରାଯାଉଛି ।
ମାର୍ଗଶୀର ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ପବିତ୍ର କୁରାଳ ପଞ୍ଚମୀ ଉତ୍ସବ ପାଇଁ ପ୍ରତ୍ୟେକ କୁମ୍ଭକାର ପରିବାର ନିଜର ଘରକୁ ନୂଆ ରଙ୍ଗ କରିବା ସହ ପରିବାରର ପ୍ରତ୍ୟେକ ସଦସ୍ୟ ନୂତନ ବସ୍ତ୍ର ପରିଧାନ କରିଥିବା ପରିଲକ୍ଷିତ ହୋଇଥିଲା । ବୁଧବାର ପ୍ରତ୍ୟୁଷରୁ ଉଆ, ଚକ, ପିଟଣା, ପିଣ୍ଡ ଆଦିକୁ ପରିଷ୍କାର ଭାବେ ଧୂଆଯାଇ ସେଥିରେ ସୁନ୍ଦର ଭାବେ ଚିତା ପକାଯାଇଥିଲା। ମହିଳା ମାନେ ନୂତନ ବସ୍ତ୍ର ପରିଧାନ କରି ବ୍ରାହ୍ମଣ ପୁରୋହିତଙ୍କ ସହଯୋଗରେ ଅତ୍ୟନ୍ତ ନିଷ୍ଠାର ସହ ଧୂପ, ନୈବେଦ୍ୟ ଦେଇ ଭାଟି, ମା’ଲକ୍ଷ୍ମୀ ଠାକୁରାଣୀ, ପ୍ରଭୁ ନାରାୟଣ, ଉଆ ଓ ଚକ ଆଦିକୁ ପୂଜା କରିଥିଲେ । ମଧ୍ୟାହ୍ନରେ ବିଧି ମୁତାବକ ଖେଚୁଡି, ଡାଲମା, ଶାଗ, ଯାଉ ଓ ଖଟା ଆଦି ଭୋଗ କରାଯାଇଥିବା ବେଳେ ସଂନ୍ଧ୍ୟାରେ ମହିଳା ମାନେ ଏକତ୍ରିତ ଭାବେ ବନ୍ଦାପନା କରିଥିଲେ। ବିଶେଷ କରି ପରିବାରର ମହିଳା ସଦସ୍ୟାମାନେ ଏହି ପୂଜାକୁ ଅତ୍ୟନ୍ତ ନିଷ୍ଠାର ସହ ପାଳନ କରୁଥିବା ବେଳେ ପରିବାରର ସୁଖ, ଶାନ୍ତି ଓ ସମୃଦ୍ଧି ସହ ନିଜର ଏହି କୌଳିକ କାର୍ଯ୍ୟ କିପରି ସୁରୁଖୁରୁରେ ଚାଲିବ ସେଥିପାଇଁ ଠାକୁରଙ୍କ ନିକଟରେ ଶୁଭମନାସୀ ଥିଲେ । ୫ଦିନ ଧରି ଏହି ପର୍ବକୁ ଅତ୍ୟନ୍ତ ନିଷ୍ଠାର ସହ ପାଳନ କରାଯାଉଥିବା ବେଳେ ଏହି ସମୟ ମଧ୍ୟରେ କୌଣସି ମାଟିପାତ୍ର ଗଢା ଯାଇନଥାଏ ଓ ଉତ୍ସବର ଉଦ୍‍ଯାପନୀ ପରେ ନୂତନ ଭାବେ ମାଟି ସାମଗ୍ରୀ ଗଢାଯାଏ । ଏହାର ଉଦ୍‍ଯାପନୀ ଉତ୍ସବରେ ଚୁଡାଘଷା ଓ ଖିରୀ ଆଦି ଭୋଗ କରାଯାଇଥାଏ ବୋଲି ସୂଚନା ମିଳିଛି ।

Hot this week

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

Related Articles

Popular Categories