www.samajalive.in
Friday, December 12, 2025
27.1 C
Bhubaneswar

ଚାନ୍ଦବାଲି ବ୍ଲକରେ ୧୭ଟି ବିଦ୍ୟାଳୟର ରୂପାନ୍ତରଣ ହେବ

ଧାମରା : ସରକାରୀ ବିଦ୍ୟାଳୟ ଗୁଡିକର ସୋନ୍ଦ୍ୟର୍ଯ୍ୟକରଣ କରିବା ସହିତ ଉନ୍ନତ ମାନର ଶିକ୍ଷାଦାନ କରି ମେଧାବୀ ଛାତ୍ରଛାତ୍ରୀ ସୃଷ୍ଟି କରିବା ଲକ୍ଷ୍ୟରେ ରଖି ୫-ଟି ଅଧୀନରେ ପର୍ଯ୍ୟାପ୍ତ ଅନୁଦାନ ଯୋଗାଇ ବିଦ୍ୟାଳୟକୁ ଆକର୍ଷଣୀୟ କରିଥିବା ବେଳେ ବିଦ୍ୟାଳୟରେ ଶିକ୍ଷକ ଶିକ୍ଷୟତ୍ରୀଙ୍କ ପଦବୀ ପୂରଣ ପାଇଁ ସରକାର ପ୍ରୟାସ କରୁଛନ୍ତି । ଧାମରା ଅଂଚଳରେ ଥିବା ଧାମରାଇ ଉଚ୍ଚ ବିଦ୍ୟାଳୟ ଏଥିପାଇଁ ଏକ ଉଦାହରଣ ସୃଷ୍ଠି କରିଥିବା ବେଳେ ପୁନଶ୍ଚ ସରକାର ଚାନ୍ଦବାଲି ବ୍ଲକରେ ଆଉ ୧୭ଟି ବିଦ୍ୟାଳୟ ୫-ଟି ଅଧୀନରେ ରୂପାନ୍ତରଣ କରାଯିବ । ଆଜି ଏ ନେଇ ଧାମରାଇ ବିଦ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଭଦ୍ରକ ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ଇନ୍ଦ୍ରମଣି ନାୟକ ଅଧ୍ୟକ୍ଷତା କରିଥିବା ବେଳେ ଭଦ୍ରକ ଜିଲ୍ଲା ଶିକ୍ଷାଧିକାରୀ କପିଳେନ୍ଦ୍ର ମିଶ୍ର, ବ୍ଲକ ଶିକ୍ଷାଧିକାରୀ ଗୋଲକ ନାୟକ, ଧାମରା ପଂଚାୟତ ସରପଂଚ ପାପା ଜେନା, ଚାନ୍ଦବାଲି ପଂଚାୟତ ସମିତି ଅଧ୍ୟକ୍ଷାଙ୍କ ପ୍ରତିନିଧୀ ରଞନ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ନିଜ ବକ୍ତବ୍ୟ ରଖିବାକୁ ଯାଇ ଧାମରାଇ ଉଚ୍ଚ ବିଦ୍ୟାଳୟ କେବଳ ଚାନ୍ଦବାଲି ବ୍ଲକରେ ନୁହେଁ ଭଦ୍ରକ ଜିଲ୍ଲାରେ ପରିପାଟୀରେ ୧ନଂ ମାନ୍ୟତା ହାସଲ କରିଛି । ଏହି ଢାଂଚାରେ ଆଉ ୧୭ଟି ବିଦ୍ୟାଳୟ ନିର୍ମାଣ କରାଯିବ ସେଥିପ୍ରତି ଆଜି ଉପସ୍ଥିତ ରହିଥିବା ୧୭ଟି ପଂଚାୟତର ସରପଂଚ, ସଂପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଚାନ୍ଦବାଲି ବ୍ଲକର ଥିବା କନିଷ୍ଠ ଯନ୍ତ୍ରୀ ଏବଂ ସହକାରୀ ଯନ୍ତ୍ରୀ ପ୍ରମୁଖ ଯତ୍ନବାନ ହେବା ଜରୁରୀ ବୋଲି କହିଥିଲେ। ବ୍ଲକରେ ଥିବା ବିଦ୍ୟାଳୟ ମାନଙ୍କ ମଧ୍ୟରୁ ୧୭ଟି ବିଦ୍ୟାଳୟ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ୪୫ଲକ୍ଷ, ବ୍ଲକ ତରଫରୁ ୨୦ଲକ୍ଷ ଏବଂ ପଂଚାୟତ ତରଫରୁ ୧୦ଲକ୍ଷ ଟଙ୍କା ପ୍ରଦାନ କରାଯିବ । ଏହି ବିଦ୍ୟାଳୟର କାର୍ଯ୍ୟ ଚଳିତ ମାସ ଆରମ୍ଭ ହୋଇ ମାର୍ଚ୨୦୨୨ ସୁଦ୍ଧା ଶେଷ ହେବ ବୋଲି ପ୍ରକଳ୍ପ ନିର୍ଦେଶକ ନିଜର ମତପୋଷଣ କରିଥିଲେ।

ସରକାରଙ୍କ ୫-ଟି ଅଧିନରେ ସାରଳା ହାଇସ୍କୁଲ, ସାନ୍ତା,ଦୋଳମଣ୍ଡପ ହାଇସ୍କୁଲ, ଟିଜିପି ହାଇସ୍କୁଲ, ତେନ୍ତୁଳିଡିହ, ଚାନ୍ଦବାଲି ବାଳିକା ବିଦ୍ୟାଳୟ,ଶିବ ଦୁର୍ଗା ହାଇସ୍କୁଲ, ଡିସି ହାଇସ୍କୁଲ ଓରାସାହି, ଆଖଣ୍ଡଳମଣି ହାଇସ୍କୁଲ, ଆରଡି, ମଠଡିହ ହାଇସ୍କୁଲ, ମଠଡିହ, ଏନ ଏନ ହାଇସ୍କୁଲ ନନ୍ଦପୁର, ବାଂଶଡା ହାଇସ୍କୁଲ, ବାଂଶଡା, ଜିପି ହାଇସ୍କୁଲ, ଜାଗୁଳା, ବିବେକାନନ୍ଦ ହାଇସ୍କୁଲ, କଇଥଖୋଲା, ଏସଏସ ନିଗମାନନ୍ଦ ହାଇସ୍କୁଲ, ଶଶିକାଦେଇପୁର, ଜିପି ହାଇସ୍କୁଲ, କରଣପଲ୍ଲୀ, ଏସି ହାଇସ୍କୁଲ, ଘଂଟେଶ୍ୱର, ଘଟପୁର ହାଇସ୍କୁଲ, ଘଟପୁର ଏବଂ ମତୋ ହାଇସ୍କୁଲ ସାମିଲ କରାଯାଇଛି। ଆସନ୍ତା ମାର୍ଚ ସୁଦ୍ଧା ଏହି ସମସ୍ତ ବିଦ୍ୟାଳୟର ରୂପାନ୍ତରୀକରଣ ଶେଷ ହେବ ବୋଲି ପ୍ରକଳ୍ପ ନିର୍ଦେଶକ ମତ ରଖିଥିବା ବେଳେ କେବେ ଏହି ସମସ୍ତ ବିଦ୍ୟାଳୟରେ ଫାଙ୍କା ପଡିଥିବା ଶିକ୍ଷକ-ଶିକ୍ଷୟତ୍ରୀ ପଦବୀ କେବେ ପୂରଣ ହେବ ସେ ନେଇ ଅଂଚଳବାସୀ ଆଶା କରି ବସିଛନ୍ତି ।

- Advertisement -

 

Hot this week

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

ବାର୍ବି କ୍ୟୁ ନେସନ୍‌ରେ ନିମ୍ନମାନର ଖାଦ୍ୟ, ଲାଗିଲା ଜରିମାନା…

ନୂଆଦିଲ୍ଲୀ : ଯଦି ଆପଣ ଖାଦ୍ୟ ପ୍ରିୟ ଏବଂ ଭାବୁଛନ୍ତି ଯେ...

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

Related Articles

Popular Categories