www.samajalive.in
Monday, December 8, 2025
13.1 C
Bhubaneswar

ସଶସ୍ତ୍ର ବାହିନୀ ପତାକା ଦିବସ ପାଣ୍ଠିକୁ ପିଏନବିର ୧୧ ଲକ୍ଷ ଟଙ୍କା ଦାନ

ନୂଆଦିଲ୍ଲୀ: ଦେଶର ଅନ୍ୟତମ ଅଗ୍ରଣୀ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି) ପକ୍ଷରୁ ଭାରତର ସଶସ୍ତ୍ର ବାହିନୀ ପତାକା ଦିବସ ପାଣ୍ଠିକୁ ୧୧ ଲକ୍ଷ ଟଙ୍କା ଦାନ କରାଯାଇଛି । ଦେଶର ତିନି ବାହିନୀର ପୂର୍ବତନ ଯବାନ ଓ ଅଫିସରମାନଙ୍କୁ ସମ୍ମାନିତ କରିବା ଉଦ୍ଦେଶ୍ୟରେ ଏହି ଅର୍ଥ ଦାନ କରାଯାଇଛି । ଏହି ଉଦ୍ଦେଶ୍ୟରେ ଏକ ଚେକ୍‍ ପିଏନବିର ଦିଲ୍ଲୀସ୍ଥିତ ଜୋନାଲ ଅଫିସଠାରେ ଜୋନାଲ ମୁଖ୍ୟ ସମୀର ବାଜପାୟୀ ଏବଂ ମୁଖ୍ୟ ମହାପ୍ରବନ୍ଧକ ସୁନିଲ ସୋନି ପ୍ରତୀକାତ୍ମକ ଭାବରେ ଏୟାର କମୋଡର ବି ଆଲୁୱାଲିଆ ଏବଂ କେନ୍ଦ୍ରୀୟ ସୈନିକ ବୋର୍ଡର ସମ୍ପାଦକଙ୍କକୁ ହସ୍ତାନ୍ତର କରାଯାଇଥିଲା । ଏହି ଅବସରରେ କେନ୍ଦ୍ରୀୟ ସୈନିକ ବୋର୍ଡର ସଦସ୍ୟ କଲୋନେଲ କେ ଏସ ଉପ୍ପଲ, କ୍ୟାପଟେନ (ଆଇଏନ) ଶିଖର ଚନ୍ଦ୍ର, କ୍ୟାପଟେନ (ଆଇଏନ) ଏମ କେ ଅଗ୍ରୱାଲ, ଜି ପି କ୍ୟାପଟେନ ଜେ ସିଂ, ଲେଫ୍ଟନାଣ୍ଟ କଲୋନୋଲ କମଲ ଭଟ୍ଟ ପ୍ରମୁଖ ଉପସ୍ଥିତ ଥିଲେ ।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories