www.samajalive.in
Monday, December 8, 2025
20.1 C
Bhubaneswar

ସିଡିଏସ ବିପିନ ରାୱତଙ୍କୁ ନେଇ ଯାଉଥିବା ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ଚେନ୍ନଇ: ତାମିଲନାଡୁର ନିଳଗିରି ଜିଲାରେ ଭାରତୀୟ ବାୟୁସେନାର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇ ଜଳିଯାଇଛି । ବାୟୁସେନାର ଏହି ଏମଆଇ-୧୭ଭି୫ ହେଲିକପ୍ଟରରେ ଚିଫ ଅଫ ଡିଫେନ୍ସ ଷ୍ଟାଫ (ସିଡିଏସ) ବିପିନ ରାୱତ, ତାଙ୍କ ପରିବାର କିଛି ସଦସ୍ୟ ଏବଂ କିଛି ସେନାଧିକାରୀ ଥିବା କୁହାଯାଉଛି । କୋଏମ୍ବାଟୁର ଏବଂ ସୁଲୁର ମଧ୍ୟବର୍ତ୍ତୀ ସ୍ଥାନରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇ ଖସିପଡିଥିଲା । କିଛି ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ ଶ୍ରୀ ରାୱତ ଏବଂ ଅନ୍ୟ ତିନିଜଣ ଏଥିରେ ଆହତ ହୋଇଛନ୍ତି ଏବଂ ଅନ୍ୟଜଣେ ନିଖୋଜ ଅଛନ୍ତି ।
ଅନ୍ୟପକ୍ଷରେ ଏକ ରିପୋର୍ଟ ଅନୁଯାୟୀ ହେଲିକପ୍ଟରରେ ମୋଟ ୧୪ ଜଣ ଥିଲେ । ସେମାନଙ୍କ ମଧ୍ୟରେ ସିଡିଏସ ଶ୍ରୀ ରାୱତ, ତାଙ୍କ ପତ୍ନୀ, ପ୍ରତିରକ୍ଷା ସହକାରୀ, ନିରାପତ୍ତା କମାଣ୍ଡୋ ଏବଂ ଭାରତୀୟ ବାୟୁସେନାର ଜଣେ ପାଇଲଟ ଥିଲେ । ଦୁର୍ଘଟଣା ଖବର ପାଇବା ପରେ ସେନା ଅଧିକାରୀ ଓ ଯବାନମାନେ ସେଠାରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଉଦ୍ଧାର କରାଯାଇଥିବା ଦୁଇଜଣଙ୍କ ଶରୀରର ପ୍ରାୟ ୮୦ ଭାଗ ପୋଡିଯାଇଛି ଏବଂ ସେମାନଙ୍କୁ ସ୍ଥାନୀୟ ଏକ ହାସପାତାଳରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାସ୍ଥଳ ନିକଟରେ କିଛି ମୃତ ଶରୀର ମଧ୍ୟ ଦେଖିବାକୁ ମିଳିଛି । ତେବେ ସମସ୍ତ ମୃତଦେହକୁ ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରରୁ ବାହାର କରିବା ଏବଂ ସେଗୁଡିକୁ ଚିହ୍ନଟ କରିବାକୁ ଉଦ୍ୟମ ଚାଲିଛି । ଭାରତୀୟ ବାୟୁସେନା ପକ୍ଷରୁ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିବା ଖବର ସ୍ୱୀକାର କରାଯିବା ସହିତ ଏହାର କାରଣ ଜାଣିବାକୁ ତଦନ୍ତାଦେଶ ଦିଆଯାଇଛି । ଏ ସମ୍ପର୍କିତ ଅଧିକ ଖବରକୁ ଅପେକ୍ଷା କରାଯାଉଛି । =

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories