www.samajalive.in
Sunday, December 14, 2025
23.1 C
Bhubaneswar

ମାନିଲେ ମନ୍ତ୍ରୀ, କୋଭିଡ ଟୀକା ନେବା ପରେ ପ୍ରାଣ ହରାଇଛନ୍ତି ୯୪୬

ଦେଶରେ କୋଭିଡ ଟିକା ନେବା ପରେ ପ୍ରାୟ ୯୪୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧ ହଜାର ୧୯ ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଦେଶରେ ଦିଆଯାଉଥିବା ୩ ପ୍ରକାର କୋଭିଡ-୧୯ ଟୀକା ନେବା ପରେ ସେମାନଙ୍କ କ୍ଷେତ୍ରରେ ପ୍ରତିକୂଳ ଶାରୀରିକ ଅସୁସ୍ଥତା ଦେଖା ଦେଇଥିଲା। ସେମାନଙ୍କ ମଧ୍ୟରୁ ୯୪୬ ଜଣଙ୍କ ମୃତ୍ୟୁ ହୋଇଥିଲା ବୋଲି ସ୍ୱାସ୍ଥ୍ୟ ରାଷ୍ଟ୍ର ମନ୍ତ୍ରୀ ଭାରତୀ ପ୍ରବୀଣ ପାୱାର ଆଜି ରାଜ୍ୟସଭାରେ ଏକ ଲିଖିତ ଉତ୍ତରରେ କହିଛନ୍ତି।

ତେବେ ସେଥିମଧ୍ୟରୁ ୮୯ ଜଣଙ୍କର ମୃତ୍ୟୁର କାରଣ ଆକଳନ ସମାପ୍ତ ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି। ମନ୍ତ୍ରୀ କହିଛନ୍ତି ଯେ ବିଭିନ୍ନ କାରଣ ଯୋଗୁ ୮୯ ଜଣଙ୍କ ମୃତ୍ୟୁ ହୋଇଥିବା ବିଶେଷଜ୍ଞ କମିଟି ସ୍ପଷ୍ଟ କରିଛି ଯେଉଁଥିରେ ଟିକା ଉତ୍ପାଦ ସମ୍ବନ୍ଧୀୟ କାରଣ ଯୋଗୁ ୪ ଜଣ, ଆକସ୍ମିକ ଭାବେ ୫୮ ଜଣ, ୧୬ ଜଣଙ୍କ ମୃତ୍ୟୁ ଅନିଶ୍ଚିତ ଏବଂ ୧୧ ଜଣଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ।

- Advertisement -

ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ନଭେମ୍ବର ୩୦ସୁଦ୍ଧା ୧୨୩.୨୫ କୋଟି ଡୋଜ୍ କୋଭିଡ୍ -୧୯ ଟିକା ଦିଆଯାଇଛି ଓ ସେମାନଙ୍କ ମଧ୍ୟରୁ ୪୯ ହଜାର ୮୧୯ ଜଣଙ୍କ ଦେହରେ ଟୀକା ପରବର୍ତ୍ତୀ ପ୍ରତିକୂଳ ଲକ୍ଷଣ ରେକର୍ଡ କରାଯାଇଛି। ରାଜ୍ୟସଭାରେ ଉପସ୍ଥାପିତ ତଥ୍ୟ ଅନୁଯାୟୀ, ରଖାଯାଇଥିବା ତଥ୍ୟ ଦର୍ଶାଇଛି ଯେ ଟୀକାକରଣ ପରବର୍ତ୍ତୀ ଜଟିଳତା ପରିସଂଖ୍ୟାନ ଅନୁଯାୟୀ ୪୭ ହଜାର ୬୯୧ ଜଣ ନାବାଳକ, ୧୬୩ ଗୁରୁତର ଏବଂ ୧ ହଜାର ୯୬୫ ଅତ୍ୟଧିକ ଗୁରୁତର ହୋଇ ପଡ଼ିଥିଲେ।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories