www.samajalive.in
Saturday, December 13, 2025
15.1 C
Bhubaneswar

କେନ୍ଦ୍ର ସଂସ୍କୃତି ରାଷ୍ଟ୍ରମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ସାଂସଦ

ନୂଆଦିଲ୍ଲୀ : ବ୍ରିଟିଶ ଶାସନ ବିରୋଧରେ ବୀର ଓଡ଼ିଆ ପାଇକଙ୍କ ୧୮୧୭ ମସିହାର ଲଢ଼େଇକୁ ଦେଶର ପ୍ରଥମ ସ୍ୱାଧିନତା ସଂଗ୍ରାମ ଭାବେ ଘୋଷଣା କରିବାକୁ ଆଜି କେନ୍ଦ୍ର ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲଙ୍କୁ ଭେଟି ବିଜେଡି ସାଂସଦଗଣ ଦାବି କରିଛନ୍ତି। କେନ୍ଦ୍ରମନ୍ତ୍ରୀ ମେଘୱାଲଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରି ବିଜେଡି ସାଂସଦ ଦର୍ଶାଇଛନ୍ତି ଯେ ଓଡ଼ିଶା ଜାତିର ଗର୍ବ ଗୌରବଗାଥା ବହନ କରୁଥିବା ପାଇକ ସଂଗ୍ରାମକୁ ମାନ୍ୟତା ନ ମିଳିବା ପର୍ଯ୍ୟନ୍ତ ସାଢ଼େ ଚାରି କୋଟି ଓଡ଼ିଆଙ୍କ ଲଢ଼େଇ ଜାରି ରହିବ। ଏହାଦ୍ୱାରା ଓଡ଼ିଆ ଅସ୍ମିତା, ଓଡ଼ିଆ ଇତିହାସ, ଓଡ଼ିଆ ସଂସ୍କୃତି, ଓଡ଼ିଆ ସଭ୍ୟତା, ଓଡ଼ିଆ ଐତିହ୍ୟ ଏବଂ ଓଡ଼ିଆ ପରମ୍ପରାକୁ ଗଭୀର ଆଘାତ ମିଳିଛି। ରାଜ୍ୟର ସାଢ଼େ ଚାରି କୋଟି ଜନତାଙ୍କ ସହ ବିଶ୍ୱର କୋଣ ଅନୁକୋଣରେ ବସବାସ କରୁଥିବା ଓଡ଼ିଆଙ୍କ ପରିଚୟ ଓ ଇତିହାସ କ୍ଷତିଗ୍ରସ୍ତ ହୋଇଛି।
ଡିସେମ୍ବର ୨ରେ ରାଜ୍ୟସଭାରେ ବିଜେଡ଼ି ସାଂସଦ ପ୍ରଶାନ୍ତ ନନ୍ଦଙ୍କ ଅଣତାରକା ପ୍ରଶ୍ନର ଜବାବରେ ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧିନତା ସଂଗ୍ରାମ ମାନ୍ୟତା ଦିଆଯାଇପାରିବ ନାହିଁ ବୋଲି କେନ୍ଦ୍ର ସଂସ୍କୃତିମନ୍ତ୍ରୀଙ୍କ ଦ୍ୱାରା ଉପସ୍ଥାପିତ ଉତ୍ତର ଓଡ଼ିଶାବାସୀଙ୍କ ଭାବନାକୁ କଷ୍ଟ ଏବଂ ଆଘାତ ଦେଇଛି। ପାଇକ ବିଦ୍ରୋହର ଗୁରୁତ୍ୱକୁ ହ୍ରାସ କରି ଏନସିଇଆରଟି ଅଷ୍ଟମ ଶ୍ରେଣୀ ଇତିହାସ ପୁସ୍ତକରେ ୧୮୫୭ ସିପାହୀ ବିଦ୍ରୋହ ଘଟଣାବଳୀରେ ଏକ ‘କେସ ଷ୍ଟଡି’ ଭାବେ ସ୍ଥାନିତ କରିବା ଘଟଣା ଅଧିକ କଷ୍ଟ ଦେଇଛି। କେନ୍ଦ୍ର ସରକାରଙ୍କ ଉତ୍ତର ଓଡ଼ିଶାର ଗୌରବମୟ ଇତିହାସ ଓ ସଂସ୍କୃତିକୁ ଅପମାନ ସଦୃଶ ବୋଲି ସମଗ୍ର ବିଶ୍ୱରେ ଓଡ଼ିଆ ମାନେ ବିଜେଡି ସାଂସଦଗଣଙ୍କୁ ଶହଶହ ସଂଖ୍ୟାରେ ଫୋନ କଲ୍‍ ମାଧ୍ୟମରେ ଜଣାଉଛନ୍ତି। ଗତ ୧୯ ଜୁଲାଇ ୨୦୧୭ରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତତ୍କାଳନୀ କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂଙ୍କୁ ଚିଠି ଲେଖି ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧିନତା ସଂଗ୍ରାମ ମାନ୍ୟତା ଦେବାକୁ ଦାବି କରିଥିଲେ। ୨୩ ଅକ୍ଟୋବର ୨୦୧୭ରେ ତତ୍କାଳୀନ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭେଦକର ଭୂବନେଶ୍ୱରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଥିଲେ କି ଯେ ବ୍ରିଟିଶ ଶାସକଙ୍କ ବିରୋଧରେ ପ୍ରଥମ ସ୍ୱାଧିନତା ସଂଗ୍ରାମ ଭାବେ ଓଡ଼ିଶାର ପାଇକ ବିଦ୍ରୋହ ବିଷୟ ଇତିହାସ ପୁସ୍ତକ ପାଠ୍ୟକ୍ରମରେ ସ୍ଥାନ ପାଇବ। ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧିନତା ସଂଗ୍ରାମ ଭାବେ କେନ୍ଦ୍ର ସରକାର ମାନିନେବା ଘଟଣା ସେତେବେଳେ ରାଜ୍ୟବାସୀଙ୍କ ମନରେ ଖୁସି ଆଣିଦେଇଥିଲା। ଏବେ ପାଇକ ବିଦ୍ରୋହ ମାନ୍ୟତା ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ପ୍ରତ୍ୟଖାନ ଓଡ଼ିଶାବାସୀଙ୍କ ମନକୁ ଆଘାତ ଦେଇଛି ବୋଲି ବିଜେଡ଼ି ସାଂସଦଗଣ ଦର୍ଶାଇଛନ୍ତି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories