www.samajalive.in
Saturday, December 13, 2025
14.1 C
Bhubaneswar

କ୍କିକ୍‌ ଜୈକିଙ୍ଗ୍‌ – ଆପଣ ଜାଣି ନଥିବେ ହେଲେ ବ୍ୟାଙ୍କ୍‌ ଆକାଉଣ୍ଟ ହୋଇଯାଇପାରେ ଖାଲି, ଜାଣନ୍ତୁ କେମିତି କରାଯାଉଛି ଏହି ହାଇଟେକ୍‌ ଚୋରି

 

ନୂଆଦିଲ୍ଲୀ- ଏବେ ଅନ୍‌ଲାଇନ୍‌ ଠକେଇ ପାଇଁ ହ୍ୟାକରମାନେ ବିଭିନ୍ନ ନୂଆ ଉପାୟ ଅବଲମ୍ବନ କରୁଛନ୍ତି। କ୍ଲିକ୍‌ଜୈକିଙ୍ଗ୍‌ ଉପାୟରେ ଆପଣଙ୍କ ଅଗୋଚରରେ ବ୍ୟାଙ୍କ୍‌ ଆକାଉଣ୍ଟରୁ ଟଙ୍କା ଚୋରି ହୋଇଯାଇପାରେ । ବ୍ୟାଙ୍କ ଆକାଉଣ୍ଟ ସହ ସଂଯୋଗ କରାଯାଇଥିବା ସିମ୍‌କାର୍ଡକୁ ଉପଯୋଗ କରି ହ୍ୟାକରମାନେ ଆକାଉଣ୍ଟରୁ ଟଙ୍କା ଚୋରି କରିଥାଆନ୍ତି ।

- Advertisement -

ଦିନକୁ ଦିନ ସାଇବର ଅପରାଧ ବୃଦ୍ଧି ପାଇବାରେ ଲାଗିଛି । ଅପରାଧୀମାନେ ବିଭିନ୍ନ ଉପାୟରେ ଆକାଉଣ୍ଟରୁ ଟଙ୍କା ଚୋରି କରୁଛନ୍ତି । ଦିଲ୍ଲୀ କିଛି ଦିନ ତଳେ ଏକ ବଡ ଘଟଣା ସାମ୍ନାକୁ ଆସିଥିଲା । ସାଇବର ଅପରାଧରେ ଜଡିତ ଏହି ଘଟଣାରେ ପୋଲିସ ଅନେକ ଲୋକଙ୍କୁ ଗିରଫ କରିଛି । ଏମାନେ କ୍ଲିକ୍‌ଜୈକିଙ୍ଗ୍‌କୁ ଆପଣେଇ ଅନେକ ଲୋକଙ୍କ ବ୍ୟାଙ୍କ୍‌ ଆକାଉଣ୍ଟରୁ ଟଙ୍କା ଚୋରି କରିଥିବା ଜଣା ପଡିଛି । ନଭେମ୍ବର ମାସରେ ଦିଲ୍ଲୀ ପୋଲିସ ତିନିଜଣ ସାଇବର ଅପରାଧୀଙ୍କୁ ଗିରଫ କରିଥିଲା। ଏମାନଙ୍କ ମାଷ୍ଟରମାଇଣ୍ଡ ଆଫ୍ରିକାରେ ରହିଛି । ତାହାରି ଇସାରାରେ ଏମାନେ ବିଭିନ୍ନ ବ୍ୟାଙ୍କ ଖାତାରୁ ଟଙ୍କା ଚୋରି କରୁଥିଲେ ।

ଏହି ବ୍ୟକ୍ତିମାନେ । ବ୍ୟାଙ୍କର କିଛି ଉପଭୋକ୍ତାଙ୍କୁ ଫସାଇବା ପରେ ସେମାନଙ୍କ ବ୍ୟାଙ୍କ ଖାତାର ତଥ୍ୟ ହାସଲ କରୁଥିଲେ । ଆଫ୍ରିକାରେ ଥିବା ମାଷ୍ଟରମାଇଣ୍ଡ ବ୍ୟାଙ୍କ ଖାତାର ଅନେକ ତଥ୍ୟ ବିଭିନ୍ନ ହ୍ୟାକିଂ ପଦ୍ଧତିରେ ହାସଲ କରୁଥିଲା । ସେହି ତଥ୍ୟ ଆଧାରରେ ସେମାନେ ଟଙ୍କା ଚୋରି କରୁଥିଲେ । ବିଭିନ୍ନ ନିରୀହ ଲୋକଙ୍କ ମୋବାଇଲ୍‌ରେ ବିଭିନ୍ନ ପ୍ରକାରର ମେସେଜ୍‌ ପଠାଇ ପ୍ରଲୋଭିତ କରାଯାଉଥିଲା । ଏହାପରେ ବ୍ୟାଙ୍କର ଆକାଉଣ୍ଟ ନମ୍ବର, ଆଇଡି ଓ ପାସଓ୍ୱାର୍ଡ ଚୋରାଇ ନେଉଥିଲେ । ବିଭନ୍ନ ବ୍ୟବସାୟିକ ଏବେ କରେଣ୍ଟ ଆକାଉଣ୍ଟରେ ଏମାନେ ବେଶୀ ଚୋରି କରୁଥିବା ସୂଚନା ମିଳିଛି ।

କ୍ଲିକ୍‌ଜୈକିଙ୍ଗ୍‌ ଜରିଆରେ ଏମାନେ ବ୍ୟାଙ୍କ ଆକାଉଣ୍ଟ ବିଷୟରେ ବିଶେଷ ଭାବେ ତଥ୍ୟ ହାସଲ କରୁଥିଲେ । ନାମରୁ କ୍ଲିକ୍‌ ବିଷୟରେ ଆପଣ ଜାଣିପାରୁଥିବେ ମେସେଜ୍‌କୁ କ୍ଲିକ୍ କରିବା ପରେ ଲୋକମାନେ ଲୋଭରେ ବିଭିନ୍ନ ତଥ୍ୟ ଦେଉଥିଲେ । ବ୍ୟାଙ୍କର ଗ୍ରାହକମାନେ ସହଜରେ ଏହା ଫେକ୍‌ ବା ମିଛ କି ସତ ଲିଙ୍କ୍‌ ତାହା ଜାଣିପାରନ୍ତି ନାହିଁ ।

ମୋବାଇଲ୍‌ରେ ବ୍ୟାଙ୍କ ଆକାଉଣ୍ଟରେ ମୋବାଇଲ୍‌ ଫୋନ୍‌ ନମ୍ବର ଲିଙ୍କ୍‌ କରୁନ୍ତୁ କିମ୍ବା ଅଲଟରନେଟିଭନ୍‌ ନମ୍ବର ବଦଳାନ୍ତୁ ବୋଲି ମିଛ ମେସେଜ୍‌ ଆସିଥାଏ । କି ନୂଆ ସିମ୍‌ କାର୍ଡ ନେଇଥିଲେ ଏପରି କରନ୍ତୁ ନହେଲେ ବ୍ୟାଙ୍କ୍‌ ଆକାଉଣ୍ଟ ବନ୍ଦ ହୋଇଯିବ ବୋଲି ମିଛ ମେସେଜ୍‌ ଆସିଥାଏ । ଏହାପରେ କିଛି ଉପଭୋକ୍ତା ଜାଣି ନପାରି ଏହାର ଲିଙ୍କ୍‌ରେ କ୍ଲିକ୍‌ କରିଦେଲେ ସେମାନଙ୍କର ଆକାଉଣ୍ଟ ବିଷୟରେ ବିଭିନ୍ନ ତଥ୍ୟ ହାସଲ କରିଥାଆନ୍ତି । ଏହି ସମୟରେ ସାଇବର ଅପରାଧୀ ସିମ୍‌କାର୍ଡକୁ ବ୍ଲକ କରି ଆଉ ଏକ ନମ୍ବର ଦେଇ ନେଇଥାଆନ୍ତି । ନୂଆ ନମ୍ବର ଆସିବା ଭିତରେ ସେମାନେ ଆକାଉଣ୍ଟରୁ ଟଙ୍କା ଲୁଟି ନେଇଥାଆନ୍ତି ।

ଦିଲ୍ଲୀରେ ମୋବାଇଲ୍‌ ନମ୍ବର ବ୍ଲକ୍‌ ହେବାପରେ ଜଣେ ବ୍ୟକ୍ତିଙ୍କ ବ୍ୟାଙ୍କ ଖାତାରୁ ଟଙ୍କା ଚୋରି ହୋଇଥିଲା । ସେ ପୋଲିସ୍‌ରେ ଏବିଷୟରେ ଅଭିଯୋଗ କରିଥିଲେ । ପରେ ପୋଲିସ ତଦନ୍ତ କରି ଅଭିଯୁକ୍ତମାନଙ୍କୁ ଗିରଫ କରିଛି। ଏମାନେ ମିଛ ଭୋଟର ଆଇଡି କରି ସିମ୍‌ ନେଇଥିବା ପୋଲିସ ସୂଚନା ଦେଇଛି । ଅଭିଯୋଗକାରୀଙ୍କ ବ୍ୟାଙ୍କ ଖାତାରୁ ପ୍ରାୟ ୧୦ ଲକ୍ଷ ଟଙ୍କା ଏମାନେ ଲୁଟି ନେଇଥିବା ଜଣାପଡିଛି।

Hot this week

ଜନଗଣନା ପାଇଁ ୧୧,୭୧୮ କୋଟି ଟଙ୍କା ମଞ୍ଜୁର

ନୂଆଦିଲ୍ଲୀ: ଭାରତର ଜନଗଣନା ୨୦୨୭ ପାଇଁ ୧୧,୭୧୮. ୨୪ କୋଟି ଟଙ୍କାର...

ଇଣ୍ଡିଗୋରେ ପୁଣି ସଂକଟ; ୧୬୦ ବିମାନ ବାତିଲ

ନୂଆଦିଲ୍ଲୀ: ବିମାନ ପରିଚାଳନା ବ୍ୟବସ୍ଥା ସ୍ବାଭାବିକ ହେବା ନେଇ ଘରୋଇ ଏୟାରଲାଇନ୍ସ...

ଭାରତରେ ଲିଓନେଲ୍‌ ମେସି

ସମାଜ ଡିଜିଟାଲ ଡେସ୍କ: ଭାରତରେ କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସି...

ଶନିବାର ରାଶିଫଳ: ଈପ୍‌ସିତ ଅର୍ଥ ପ୍ରାପ୍ତିର ସୂଚନା

ମେଷ: ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ଆଶୁ ବିପଦର ମୁକାବିଲା କରିପାରନ୍ତି।...

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

Related Articles

Popular Categories