www.samajalive.in
Sunday, December 7, 2025
23.1 C
Bhubaneswar

ଭାରତ ‘ଏ’ ୬ ୱିକେଟରେ ବିଜୟୀ; ସିରିଜ୍‍ ୧-୧

ବେଙ୍ଗାଲୁରୁ : ଚଳିତ ୨ୟ ଅନୌପଚାରିକ ଟେଷ୍ଟମ୍ୟାଚ୍‍ରେ ବିଜୟୀ ହୋଇଛି ଆୟୋଜକ ଭାରତ ‘ଏ’ ଦଳ। ମଙ୍ଗଳବାର ସମାପ୍ତ ହୋଇଥିବା ଏହି ୪ ଦିନିଆ ମ୍ୟାଚ୍‍ର ୪ର୍ଥ ତଥା ଅନ୍ତିମ ଦିନରେ ଭ୍ରମଣକାରୀ ଅଷ୍ଟ୍ରେଲିଆ ‘ଏ’କୁ ୬ ୱିକେଟରେ ଭାରତ ‘ଏ’ ପରାସ୍ତ କରିଛି। ଭାରତ ‘ଏ’କୁ ୨ୟ ଇନିଂସରେ ମାତ୍ର ୫୫ ରନ୍‍ର ବିଜୟଲକ୍ଷ୍ୟ ମିଳିଥିବା ବେଳେ ୪ ୱିକେଟ ହରାଇ ଏହା ହାସଲ କରି ପାରିଥିଲା। ଏହି ବିଜୟ ଫଳରେ ୨ ମ୍ୟାଚ୍‍ ବିଶିଷ୍ଟ ଅନୌପଚାରିକ ଟେଷ୍ଟ ସିରିଜ୍‍କୁ ୧-୧ ସ୍ଥିତିରେ ଅମୀମାଂସିିତ ରଖିପାରିଛି ଭାରତ ‘ଏ’।
ପ୍ରଥମ ଇନିଂସରେ ଭାରତ ‘ଏ’ ୧୫୯ ରନ୍‍ ଆଗରେ ରହିବା ପରେ ଅଷ୍ଟ୍ରେଲିଆ ‘ଏ’ ୩ୟ ଦିନ ଖେଳ ଶେଷ ସୁଦ୍ଧା ୨ ୱିକେଟ ହରାଇ ୩୮ ରନ୍‍ କରିଥିଲା। ମଙ୍ଗଳବାର ୪ର୍ଥ ତଥା ଅନ୍ତିମ ଦିନରେ ଅଷ୍ଟ୍ରେଲିଆ ‘ଏ’ ୨ୟ ଇନିଂସରେ ୨୧୩ ରନ୍‍କରି ଅଲ୍‍ଆଉଟ ହୋଇ ଯାଇଥିଲା। ୩୭ ରନ୍‍ରେ ଉଭୟ ଓପ୍‍ନର ଆଉଟ ହେବା ପରେ ପିଟର ହ୍ୟାଣ୍ଡ୍‍ସକମ୍ବ୍‍ ଓ ଟ୍ରାଭିସ୍‍ ହେଡ୍‍ ୭୯ ରନ୍‍ ଯୋଗ କରିଥିଲେ। ହ୍ୟାଣ୍ଡ୍‍ସକମ୍ବ୍‍ ୫୬ ଓ ଟ୍ରାଭିସ୍‍ ହେଡ୍‍ ୪୭ ରନ୍‍ କରିଥିଲେ। ପରେ ଅଧିନାୟକ ମିଚେଲ ମାର୍ଶ ୩୬ ଓ ମାଇକେଲ ନାସେର ୧୭ ରନ୍‍ କରିଥିବା ବେଳେ ଅନ୍ୟମାନେ ବିଫଳ ହୋଇଥିଲେ। ୫୩ ରନ୍‍ରେ ଅଷ୍ଟ୍ରେଲିଆ ‘ଏ’ ଶେଷ ୬ଟି ୱିକେଟ ହରାଇ ୨୧୩ ରନ୍‍ରେ ଅଲ୍‍ଆଉଟ ହୋଇ ଯାଇଥିଲା। ଦୁଇ ସ୍ପିନର କୁଲଦୀପ ଯାଦବ ଓ କେ. ଗୌତମ ୩ଟି ଲେଖାଏଁ ଏବଂ ଦୀପକ ଚହର ଓ ଶାହାବାଜ୍‍ ନଦ୍ଦିମ୍‍ ୨ଟି ଲେଖାଏଁ ୱିକେଟ ନେଇଥିଲେ। ଭାରତକୁ ୨ୟ ଇନିଂସରେ ୫୫ ରନ୍‍ର ବିଜୟଲକ୍ଷ୍ୟ ମିଳିଥିବା ବେଳେ ଏହା ହାସଲ କରିବାକୁ ଭାରତ ‘ଏ’ ୪ଟି ୱିକେଟ ହରାଇଥିଲା। ଅଙ୍କିତ ବାୱାନେ ୨୮ ରନ୍‍କରି ଅପରାଜିତ ଥିଲେ। କ୍ରିସ୍‍ ଟ୍ରେମେନ୍‍ ଓ ମାଇକେଲ ନେସେର ୨ଟି ଲେଖାଏଁ ୱିକେଟ ନେଇଥିଲେ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories