www.samajalive.in
Monday, December 8, 2025
24.1 C
Bhubaneswar

ଗୌଡଗୁଡା ଗ୍ରାମ ପଂଚାୟତରେ ପଲ୍ଲୀସଭା ନ ହେବାରୁ ଗ୍ରାମବାସୀ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

ମାଲକାନଗିରି :  ମାଲକାନଗିରି ସଦର ବ୍ଲକ ସ୍ଥିତ ଗୌଡଗୁଡା ପଂଚାୟତରେ ପଲ୍ଲୀସଭା ଓ ଗ୍ରାମସଭା ନ ହେବାରୁ ଗ୍ରାମବାସୀ ମାନେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତିା ସୁଚନା ମୁତାବକ ଗତ ନଭେମ୍ବର ମାସରେ ରାଜ୍ୟ ସରକାରଙ୍କ ଦ୍ୱାରା ଗ୍ରାମାଂଚଳର ଉନ୍ନତି ନିମନ୍ତେ ସ୍ୱତନ୍ତ୍ର ପଲ୍ଲିସଭା ଓ ଗ୍ରାମ ସଭା ମାଧ୍ୟମରେ ବିଭିନ୍ନ ଉନ୍ନୟନ ମୁଳକ କା ର୍ୟ୍ୟର ଯୋଜନା ପ୍ରସ୍ତୁତ କରିବାର ବ୍ୟବସ୍ଥା ରହିଛିା ଏହି ସମୟରେ ଗ୍ରାମାଂଚଳର ବିଭିନ୍ନ ସମସ୍ୟା ସମ୍ପର୍କରେ ଉପସ୍ଥାପନ କରା ଯାଇ ଏହାର ସମାଧାନ କରା ଯିବା ନିମନ୍ତେ ସରକାରଙ୍କ ବିଭିନ୍ନ ବ୍ୟବସ୍ଥା ମଧ୍ୟ ରହିଛିା ତେବେ ଗୌଡଗୁଡା ଗ୍ରାମ ପଂଚାୟତରେ ପଲ୍ଲୀସଭା କିମ୍ବା ଗ୍ରାମସଭା ହୋଇ ନଥିବା ଅଭି ଯୋଗ ହୋଇଛିା ଗ୍ରାମବାସୀଙ୍କ କହିବା ଅନୁସାରେ ଗ୍ରାମର ରାସ୍ତାଘାଟ, ପାନୀୟ ଜଳ, ସ୍ୱାସ୍ଥ୍ୟ, ଶିକ୍ଷା ଭଳି ବିଭିନ୍ନ ସମସ୍ୟା ରହିଛିା ତେବେ ସରକାରଙ୍କ ନିୟମକୁ ବେଖାତିର କରିବାରୁ ଗ୍ରାମବାସୀ ମାନେ ଅଭି ଯୋଗ ପତ୍ର ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ।
ସୁଚନା ମୁତାବକ ଚଳିତ ବର୍ଷ ନଭେମ୍ବର ମାସରେ ରାଜ୍ୟ ସରକାରଙ୍କ ତରଫରୁ ମିଶନ ଅନ୍ତୋଦୟ ମାଧ୍ୟମରେ ସ୍ୱତନ୍ତ୍ର ପଲ୍ଲୀସଭା ଓ ଗ୍ରାମସଭା କରା ଯାଇ ଲୋକଙ୍କ ସମସ୍ୟାର ସମାଧାନ କରା ଯିବା କା ର୍ୟ୍ୟକ୍ରମ ରହିଛିା ତେବେ ଏହା କିପରି କରା ଯାଇନାହିଁ ବୋଲି ଏମ୍.ଭି. ୧୦ ଗ୍ରାମର ୱାର୍ଡମେମ୍ବର ସୁରେଶ ମିସ୍ତ୍ରୀ, ନିରଂଜନ ଗାଇନ ତଥା ଅନ୍ୟାନ୍ୟ ଗ୍ରାମବାସୀ ଏବଂ ଏମ୍.ଭି. ୧୧ ଗ୍ରାମର ମଧୁସୂଦନ ବାରୋଇ, ବିପୁଳାନନ୍ଦ ବିଶ୍ୱାସ, ତଥା ଅନ୍ୟାନ୍ୟ ଗ୍ରାମବାସୀ ମାନେ ଅଭି ଯୋଗ କରିଛନ୍ତିା ଯଥାଶୀଘ୍ର ଗ୍ରାମଂଚଳରେ ପଲ୍ଲୀସଭା ଓ ଗ୍ରାମ ସଭା କରା ଯିବା ନିମନ୍ତେ ଗ୍ରାମବାସୀ ମାନେ ଦାବି କରିଛନ୍ତିା ଏ ସମ୍ପର୍କରେ ମାଲକାନଗିରି ଗୋଷ୍ଠି ଉନ୍ନୟନ ଅଧଇକାରୀ ଅଜୟ କୁମାର ପ୍ରଧାନଙ୍କ ସହ ଯୋଗାଯୋଗ କରିବାରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିାଁ

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories