www.samajalive.in
Saturday, December 13, 2025
14.1 C
Bhubaneswar

ସମ୍ଭାବ୍ୟ ବାତ୍ୟା  ମୁକାବିଲା ନେଇ ପ୍ରସ୍ତୁତି ବୈଠକ

ମୋହନା: ଗଜପତି ଜିଲା ମୋହନା ବ୍ଲକ ପରିସରରେ ଆଗାମୀ ଜିୱ।ଦ ବାତ୍ୟା ଓ ବର୍ଷାର ମୁକାବିଲା ନେଇ ଜିଲାନୋଡାଲ ଅଧିକାରୀ ତଥା ଡିଡବ୍ଲ୍ୟୁଓ ସନ୍ତୋଷ କୁମାର ରଥଙ୍କ ଉପସ୍ଥିତିରେ ବାତ୍ୟା ଓ ବର୍ଷାର ମୁକାବିଲା ପାଇଁ ଆଲୋଚନା ହୋଇଥିଲା। ପ୍ରତ୍ୟେକ ପଞ୍ଚାୟତରେ ଚାଉଳ ମହଜୁଦ ରଖିବା, ପାହାଡିଆ ଅଞ୍ଚଳ , ନଦୀ କୁଳିଆ ଗ୍ରାମ ଓ ଚାଳ ଛପର ଘର ଗୁଡିକର ଲୋକମାନେ ନିରାପଦ ସ୍ଥାନକୁ ଚାଲିଯିବାକୁ ଏବଂ ଛୋଟ ଶିଶୁମାନଙ୍କୁ ରନ୍ଧା ଖାଦ୍ୟ ଦିଆଯିବାକୁ ଡିଡବ୍ଲ୍ୟୁଓ ନିର୍ଦ୍ଦେଶ ଦେଇଥିଲେ। ବାତ୍ୟା ଓ ବର୍ଷାକୁ ଦୃଷ୍ଟିରେ ରଖି ଅଗ୍ନିଶମ ବାହିନୀ, ବିଦ୍ୟୁତ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ ସଜାଗ ରହିବା ପାଇଁ କୁହାଯାଇଥିଲା। ବିଦ୍ୟାଳୟରେ ସମସ୍ତ  ଶିକ୍ଷକ/ଶିକ୍ଷୟତ୍ରୀମାନେ ଉପସ୍ଥିତ ରହିବେ । ଏସବୁକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ସରକାରୀ କର୍ମଚାରୀମାନଙ୍କର ଛୁଟିକୁ ବାତିଲ କରାଯାଇଛି। ଆୟୋଜିତ ଏହି ବୈଠକରେ ସ୍ଥାନୀୟ ତହସିଲଦାର କିଶୋର କୁମାର ଦାଶ, ସିଡିପିଓ ଲଳିତା ମଲ୍ଲିକ,ଯୋଗାଣ ଅଧିକାରୀ ଶୁଭେନ୍ଦୁ କୁମାର ପାଣିଗ୍ରାହୀ, ବ୍ଳକ ସହକାରୀ ଯନ୍ତ୍ରୀ ଜଗବନ୍ଧୁ ଆଚାର୍ଯ୍ୟ, ମନୋଜ ଦାଶ, ବରିଷ୍ଠ ହିସାବ ରକ୍ଷକ ଲକ୍ଷ୍ମଣ ଚରଣ ଟୁଡ଼ୁଙ୍କ ସମେତ ବ୍ଳକରେ ରହିଥିବା ସମସ୍ତ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।
ସମ୍ଭାବ୍ୟ ଲଘୁଚାପ ଜନିତ ବର୍ଷାକୁ ଦୃଷ୍ଟିରେ ରଖି ମୋହନା ବ୍ଳକ ଅନ୍ତର୍ଗତ ହରଭଙ୍ଗି ଡ୍ୟାମ ଜଳସେଚନ ବିଭାଗ ପକ୍ଷରୁ ତଳି ମୁଣ୍ଡରେ ବସବାସ କରୁଥିବା ଗ୍ରାମଗୁଡିକ ପୋଇପାଣି , ହରଭଙ୍ଗି ନୂଆଁ ସାହି, କରଡାପଙ୍କାଳ, ଜରାଜବସା, ରାଇକଲ, ରାଇପୁର, କନ୍ଧ ବାଲିପଙ୍କା, ସଉରା ବାଲିପଙ୍କା, ପୁରୁଣାପାଣି,  ଗୁରୁଝୋଳି, ବୁଢ଼ାଢିଅ, ବାମ ଦେଇପଦାକୁ ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ ସରୋଜ କୁମାର ଗୁପ୍ତାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସହକାରୀ ଯନ୍ତ୍ରୀ ସନତ କୁମାର ମଲ୍ଲିକ ପ୍ରତ୍ୟେକ ଗ୍ରାମକୁ ଯାଇ ଡାକବାଜି ଯନ୍ତ୍ର ଯୋଗେ ସତର୍କ ସୂଚନା ଦେଇଛନ୍ତି।  ପ୍ରବଳ ବର୍ଷା ହେଲେ ଡ଼୍ୟାମରେ ଜଳପତନ ବୃଦ୍ଧି ପାଇବ ବର୍ତ୍ତମାନ ଡ଼୍ୟାମରେ ୮୪ ଶତକଡା ଜଳ ଗଛିତ ଅଛି। ଯାହା ଫଳରେ ଗେଟ ଖୋଲାଯାଇ ବନ୍ୟା ଜଳ ନିଷ୍କାସନ କରାଯିବ। ଧନ ଜୀବନ କ୍ଷତି ହେବାର ସମ୍ଭାବନା ଥିବାରୁ କୌଣସି ଗ୍ରାମବାସୀ ନଦୀ ଗର୍ଭକୁ ଯିବେ ନାହିଁ କି ଗୃହପାଳିତ ପ୍ରାଣୀ ମାନଙ୍କୁ ନଦୀ ଭିତରକୁ ଛାଡିବେ ନାହିଁ ବୋଲି ସତର୍କ ସୂଚନା ଦେଇଛନ୍ତି। ଲୋକେ ଆଗାମୀ ଲଘୁଚାପ ଜନିତ ବାତ୍ୟା ଓ ବର୍ଷାକୁ ନେଇ ଭୟଭୀତ ଅଛନ୍ତି।

Hot this week

ଜନଗଣନା ପାଇଁ ୧୧,୭୧୮ କୋଟି ଟଙ୍କା ମଞ୍ଜୁର

ନୂଆଦିଲ୍ଲୀ: ଭାରତର ଜନଗଣନା ୨୦୨୭ ପାଇଁ ୧୧,୭୧୮. ୨୪ କୋଟି ଟଙ୍କାର...

ଇଣ୍ଡିଗୋରେ ପୁଣି ସଂକଟ; ୧୬୦ ବିମାନ ବାତିଲ

ନୂଆଦିଲ୍ଲୀ: ବିମାନ ପରିଚାଳନା ବ୍ୟବସ୍ଥା ସ୍ବାଭାବିକ ହେବା ନେଇ ଘରୋଇ ଏୟାରଲାଇନ୍ସ...

ଭାରତରେ ଲିଓନେଲ୍‌ ମେସି

ସମାଜ ଡିଜିଟାଲ ଡେସ୍କ: ଭାରତରେ କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସି...

ଶନିବାର ରାଶିଫଳ: ଈପ୍‌ସିତ ଅର୍ଥ ପ୍ରାପ୍ତିର ସୂଚନା

ମେଷ: ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ଆଶୁ ବିପଦର ମୁକାବିଲା କରିପାରନ୍ତି।...

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

Related Articles

Popular Categories