www.samajalive.in
Saturday, December 13, 2025
26.1 C
Bhubaneswar

ବାର୍ଷିକ ରାଜସ୍ୱ ଆଦାୟର ସମୀକ୍ଷା କଲେ ଉପଜିଲ୍ଲାପାଳ  

ବେଗୁନିଆ: ବେଗୁନିଆ ତହସିଲ କାର୍ୟ୍ୟାଳୟ ସହିତ ୪ ଟି ଆରଆଇ ସର୍କଲର ୨୦୨୦-୨୧ଆର୍ଥିକ ବର୍ଷରେ ହୋଇଥିବା ରାଜସ୍ୱ ଆଦାୟର ଉପଜିଲ୍ଲାପାଳ ଗୌରବ ଶିବାଜୀ ଆଇସଲୱାର ଆଜି ସମୀକ୍ଷା କରିଛନ୍ତି । ପ୍ରଥମେ ଉପଜିଲ୍ଲାପାଳ ତହସିଲ କାର୍ୟ୍ୟାଳୟର ବିଭିନ୍ନ ଉପବିଭାଗ ବୁଲି ଦେଖିବା ସହିତ ଏହା ତାଙ୍କର ତହସିଲ କାର୍ୟ୍ୟାଳୟକୁ ପ୍ରଥମ ପରିଦର୍ଶନ ଥିଲା । ଗତ ବର୍ଷ ତୁଳନାରେ ଆଦାୟ ହୋଇଥିବା ରାଜସ୍ୱ ଚଳିତ ବର୍ଷ ବୃଦ୍ଧି କରିବା ପାଇଁ ସେ ତହସିଲଦାର ପୃଥ୍ୱୀରାଜ ମଣ୍ଡଳଙ୍କୁ ଉପଦେଶ ଦେଇଥିଲେ । କାର୍ୟ୍ୟାଳୟରେ ଆବଶ୍ୟକ ସଂଖ୍ୟକ କର୍ମଚାରୀ ନଥିବା ଯୋଗୁଁ ସେ କ୍ଷୋଭ ପ୍ରକାଶ କରିଥିଲେ । କାର୍ୟ୍ୟାଳୟର ସମସ୍ତ କୋଠରୀ ସହିତ ବାହାର ବୁଲି ଦେଖି ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେବା ପାଇଁ ତହସିଲଦାରଙ୍କୁ କହିଥିଲେ । ସରକାର ଜନସାଧାରଣଙ୍କ ପାଇଁ ପ୍ରଣୟନ କରୁଥିବା ସମସ୍ତ ଯୋଜନାର ସୁଫଳ ଜନସାଧାରଣ ପାଇବାରୁ ଯେପରି ବଞ୍ଚିତ ନ ହୁଅନ୍ତି ସେଥିପ୍ରତି ଯତ୍ନବାନ ହେବା ପାଇଁ କହିଥିଲେ । ଶେଷରେ ଅଟ୍ରିସ୍ଥିତ ଉଷ୍ଣ ପ୍ରସ୍ରବଣ ପରିଦର୍ଶନ କରିଥିଲେ । ଏହି କାର୍ୟ୍ୟକ୍ରମରେ ତହସିଲଦାର ପୃଥ୍ୱୀରାଜ ମଣ୍ଡଳ, ଅତିରିକ୍ତ ତହସିଲଦାର ସନାତନ ଆଚାର୍ୟ୍ୟ, ରେକର୍ଡକିପର ପତିତପାବନ ମହାପାତ୍ର, ୪ଟି ଆରଆଇ ସର୍କଲର ଆରଆଇ ଏବଂ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories