www.samajalive.in
Monday, December 8, 2025
13.1 C
Bhubaneswar

ଟିଟିଲାଗଡ଼ ଡାକ୍ତରଖାନାରେ ଅବ୍ୟବସ୍ଥା ନେଇ କଂଗ୍ରେସର ବିକ୍ଷୋଭ

ଟିଟିଲାଗଡ଼: ଟିଟିଲାଗଡ଼ ଉପଖଣ୍ଡ ମୁଖ୍ୟ ଡାକ୍ତରଖାନାରେ ଅବ୍ୟବସ୍ଥା ନେଇ କଂଗ୍ରେସ ଦଳ ପକ୍ଷରୁ ଆଜି ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି। ଡାକ୍ତରଖାନାରେ ରୋଗୀ ସେବା ବ୍ୟାହତ ହୋଇଛି, ସରକାରୀ ଔଷଧ ଘରୋଇ ଡାକ୍ତରଖାନାରେ ବିକ୍ରୟ ହେଉଥିବା, ଆବଶ୍ୟକ ଡାକ୍ତର ଏବଂ ଚିକିତ୍ସା ଉପକରଣ ଅଭାବ ଆଳ କରି ରୋଗୀଙ୍କୁ ଅନ୍ୟତ୍ର ରେଫର କରାଯିବା, ଡାକ୍ତରଖାନାରେ ଦଲାଲ ରାଜ, ଗରିବଙ୍କୁ ମାଗଣା ଔଷଧ ପ୍ରଦାନ ବଦଳରେ କିଣିବାକୁ ବାଧ୍ୟ କରାଯାଉଥିବା ଆଦି ଅବ୍ୟବସ୍ଥାକୁ ନେଇ ଧାରଣାରେ ବସିଛନ୍ତି କଂଗ୍ରେସ କର୍ମୀ। ଧାରଣା ସଭାରେ ପ୍ରଦେଶ କଂଗ୍ରେସ କମିଟି ସାଧାରଣ ସମ୍ପାଦକ ମୁକେଶ ଜୈନ, ଜିଲା କଂଗ୍ରେସ ଉପସଭାପତି କ୍ଷୀରସାଗର ବର୍ମା, ବରିଷ୍ଠ ନେତା ବାଳକିଷନ ଦୀପ, କୃଷ୍ଣ ସରାଫ, ତୀର୍ଥ ଲୁହା, ଅଭି ବାଗ, ମହେଶ ରାଓ, ତାଜୁ ଖାନ ପ୍ରମୁଖ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ନେଇ ସରକାରଙ୍କ ଉପରେ ବାର୍ଷିଥିଲେ। ପରେ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସହାୟକ ଜିଲ୍ଲାପାଳ ଡ଼ ଲଳିତ ବାଗଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ।

Hot this week

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

Related Articles

Popular Categories