www.samajalive.in
Saturday, December 13, 2025
26.1 C
Bhubaneswar

ଦ୍ୱିତୀୟ ଦିନରେ ପହଞ୍ଚିଲା ସ୍ଥାୟୀ ନିଯୁକ୍ତି ଦାବୀରେ ଆନ୍ଦୋଳନ : ଆଲୋଚାନ ବିଫଳ

ରେଙ୍ଗାଲି : ଲପଙ୍ଗା ସ୍ଥିତ ଆଦିତ୍ୟ ଆଲୁମିନା କମ୍ପାନୀରେ ପ୍ରକଳ୍ପ ବିସ୍ଥାପିତ ସ୍ୱର୍ଗତ ପ୍ରକାଶ ଓରାମଙ୍କ ପରିବାରକୁ ନିଯୁକ୍ତି ଦେବା ଦାବି ନେଇ ଗତକାଲି ଠାରୁ ମୃତ ପକାଶ ଓରାମଙ୍କ ପରିବାର ଏବଂ ଲୁଧାପାଲି ଆର୍.ଏଣ୍ଡ୍ .ଆର୍ କୋଲନୀର ମହିଲା ମାନେ ଆଦିତ୍ୟ ଆଲୁମିନା ପ୍ରକଳ୍ପ ମୂଖ୍ୟ ଫାଟକ ସାମ୍ନାରେ ଆରମ୍ଭ କରିଥିବା ଆନ୍ଦୋଳନ ଆଜି ମଧ୍ୟ ଅବ୍ୟାହତ ରହିଛି । ଗତକାଳି ରେଙ୍ଗାଲି ତହସିଲଦାର ଦମୟନ୍ତି ସାହୁ ସଦର ଏସଡିପିଓ ପ୍ରଦୀପ କୁମାର ସାହୁ ଏବଂ କମ୍ପାନୀର ବରିଷ୍ଠ ଅଧିକାରୀ ମାନେ ଆନ୍ଦୋଳନକାରୀ ମାନଙ୍କ ସହିତ ଏକାଧିକ ଥର ଆଲୋଚନା କରିଥିଲେ ମଧ୍ୟ କୌଣସି ସମାଧାନ ହୋଇପାରି ନଥିଲା । ଅନ୍ଦୋଳନ ଅବ୍ୟାହତ ରହିଥିବା ପରିପ୍ରେକ୍ଷୀରେ ଏହାର ସମାଧାନ ପାଇଁ ଆଜି ସ୍ୱତନ୍ତ୍ର ଭୂ-ଅର୍ଜନ ଅଧିକାରୀ ସରୋଜ ମିଶ୍ର, ସଦର ଏସଡିପିଓ ପ୍ରଦୀପ କୁମାର ସାହୁ ଆନ୍ଦୋଳନ ସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀ ମାନଙ୍କ ସହିତ ଏକାଧିକ ଥର ଆଲୋଚନା ଏବଂ ବୁଝାସୁଝା କରିଥିଲେ ମଧ୍ୟ ଆଲୋଚନା ବିଫଳ ହୋଇଥିବାର ଜଣାପଡିଛି । ନିଯୁକ୍ତି ନଦେବା ଯାଏ ଆନ୍ଦୋଳନ ଅବ୍ୟାହତ ରହିବ ବୋଲି ଆର୍.ଏଣ୍ଡ୍ ଆର୍ କଲୋନୀର ଆନ୍ଦୋଳନକାରୀ ମାନେ ଜିଦ୍ ଧରି ବସିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories