www.samajalive.in
Wednesday, December 10, 2025
26.1 C
Bhubaneswar

ଟଭେରା ଧକ୍କାରେ ଲୁନା ଚାଳକ ଗୁରୁତର

ପିପିଲି : ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ପିପିଲି ପ୍ରବେଶପଥ ଠାରେ ବୁଧବାର ଅପରାହ୍ନରେ ଘଟିଥିବା ଏକ ସଡକ ଦୁର୍ଘଟଣାରେ ଜଣେ ଲୁନା ଚାଳକ ବୃଦ୍ଧ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଛନ୍ତି । ଚିକିତ୍ସା ଲାଗି ତାଙ୍କୁ ପ୍ରଥମେ ପିପିଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଅବସ୍ଥା ଅଧିକ ଗୁରୁତର ହେବାରୁ ପରେ ତାଙ୍କୁ  ରାଜଧାନୀ (କ୍ୟାପିଟାଲ) ହସ୍‍ପିଟାଲ୍‍କୁ ସ୍ଥାନାନ୍ତର କରାଯାଇଛି । ଆହତ ବ୍ୟକ୍ତିଙ୍କ ପରିଚୟ ମିଳିନଥିବା ବେଳେ ତାଙ୍କ ଘର ଲକ୍ଷ୍ମୀନାରାୟଣ ପୁର ନିକଟ ନବାଟିଆ ଗ୍ରାମରେ ହୋଇଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି ।
ପ୍ରାପ୍ତ ସୂଚନା ଅନୁଯାଇ, ଜଣେ ବୟସ୍କ ବ୍ୟକ୍ତି ଏକ ଲୁନାରେ ଜାତୀୟ ରାଜପଥରେ ପିପିଲି ଆସୁଥିବା ବେଳେ ପିପିଲି ଟୋଲଗେଟ୍‍ ନିକଟ ପିପିଲି ପୌରାଞ୍ଚଳର ପ୍ରବେଶପଥ ଠାରେ ପଛରୁ ଦୃତ ଗତିରେ ଆସୁଥିବା ଏକ ଟଭେରା ଗାଡି ତାଙ୍କୁ ଧକ୍କା ଦେଇଥିଲା । ବୃଦ୍ଧଜଣକ ଛିଟିକି ଯାଇ ଉକ୍ତ ଗାଡିରେ ଖୁବ​​‌ଜୋରରେ ପିଟିହୋଇ ରାସ୍ତା ଉପରେ ପଡିଥିବା ବେଳେ ଲୁନାକୁ ଟଭେରା ଗାଡି କିଛିଦୂର ପର୍ଯ୍ୟନ୍ତ ଘୋଷାରି ନେଇଥିଲା । ଉକ୍ତ ବ୍ୟକ୍ତିଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିବା ବେଳେ ସେ ଚେତାଶୂନ୍ୟ ହୋଇପଡିଥିଲେ । ଖବରପାଇ ପିପିଲି ଥାନା ଏସ୍‍ଆଇ ସନ୍ଦୀପ ଦାସ, ଏଏସ୍‍ଆଇ ପ୍ରକାଶ କୁମାର ମଲ୍ଲିକ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରି ଚିକିତ୍ସା ଲାଗି ଡାକ୍ତରଖାନା ପଠାଇବା ସହ ଦୁର୍ଘଟଣାଗ୍ରସ୍ତ ଗାଡି ଦୁଇଟିକୁ ଜବତ କରି ଘଟଣାର ତଦନ୍ତ ଚଳାଇଥିବା ସୂଚନା ମିଳିଛି । ଟଭେରା ଗାଡିର ଡ୍ରାଇଭରକୁ ପୁଲିସ ଥାନାରେ ଅଟକ ରଖିଥିବା ସୂଚନା ମିଳିଛି ।

Hot this week

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

Related Articles

Popular Categories