www.samajalive.in
Thursday, December 11, 2025
16.1 C
Bhubaneswar

ବୌଦ୍ଧଜିଲା ବ୍ରାହ୍ମଣ ସମାଜର ବାର୍ଷିକ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ

ବୌଦ୍ଧ :  ଆସନ୍ତା ଡିସେମ୍ବର ୧୯ତାରିଖରେ ବୌଦ୍ଧ ଶ୍ରୀଜଗନ୍ନାଥ ମନ୍ଦିର ଠାରେ ରାଜ୍ୟ ବ୍ରାହ୍ମଣ ମହାସଂଘର ରାଜ୍ୟ କାର୍ଯ୍ୟକାରିଣୀ ଓ ବୌଦ୍ଧ ଜିଲା ବ୍ରାହ୍ମଣ ସମାଜର ବାର୍ଷିକ ଉତ୍ସବ ପାଇଁ ସୋମବାର ହରଭଙ୍ଗା ତହସିକ ଅନ୍ତର୍ଗତ ଛତରଙ୍ଗ ଓ ପିତାମ୍ବରପୁର ଠାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥଲା। ଛତରଙ୍ଗ ବାବା ଚନ୍ଦ୍ରଶେଖର ମନ୍ଦିର ପରିସରରେ ଆଂଚଳିକ ବ୍ରାହ୍ମଣ ସମାଜର ବୈଠକ ହରିହର ପୁରୋହିତଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା । ଏଥିରେ ହରଭଙ୍ଗା କୁଶଙ୍ଗ ଛତରଙ୍ଗ ଅଂଚଳର ବ୍ରାହ୍ମଣମାନେ ଯୋଗଦାନ କରିଥିଲେ । ସେହିପରି ପିତାମ୍ବରପୁର ଗ୍ରାମ ପଂଚାୟତ କାର୍ଯ୍ୟାଳୟ ନିକଟସ୍ଥ ବଦଲା ମଠ ପରିସରରେ ସଭାପତି ଅଭିମନ୍ୟୁ ହୋତାଙ୍କ ଅଧ୍ୟକ୍ଷତାରେ ଆଲୋଚନା କରାଯାଇଥିଲା । ବୌଦ୍ଧ ଜିଲା ବ୍ରାହ୍ମଣ ସମାଜ ତରଫରୁ ସଂପାଦକ ଦେବାଶିଷ ପୁରୋହିତ ଓ ଉପଦେଷ୍ଟା ସିଦ୍ଧେଶ୍ୱର ଯୋଶୀ କାର୍ଯ୍ୟକ୍ରମ ସଂପର୍କରେ ଅବଗତ କରାଇଥିଲେ। ଉଭୟ ଆଂଚଳିକ ସମାଜ ତରଫରୁ ପ୍ରତିନିଧିମାନେ ବହୁସଂଖ୍ୟାରେ ଯୋଗଦାନ କରିବା ପାଇଁ ସହମତି ପ୍ରକାଶ କରିଥିଲେ । ସମାଜର ମୁଖପତ୍ର ବ୍ରହ୍ମ ନିନାଦରେ ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କର ଜୀବନୀ ପ୍ରକାଶ କରିବା ପାଇଁ ପ୍ରସ୍ତାବ ରଖିଥିଲେ। ଏହି ବୈଠକରେ ପ୍ରଦିପ କୁମାର ଦାଶ, ଅରୁଣ କୁମାର ପାଣିଗ୍ରାହୀ, ବସନ୍ତ କୁମାର ତ୍ରୀପାଠୀ, ନିରଞ୍ଜନ ମିଶ୍ର, ଲବ କୁମାର ଚାନ୍ଦ, ଅମୁଲ୍ୟ କୁମାର ମିଶ୍ର, ନିରାକାର ପଣ୍ଡା ପ୍ରମୁଖ ନିଜ ନିଜ ମତ ପ୍ରକାଶ କରିଥିଲେ।

Hot this week

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

Related Articles

Popular Categories