www.samajalive.in
Thursday, December 11, 2025
16.1 C
Bhubaneswar

“ବଣମଲ୍ଲୀର ଆତ୍ମଲିପି” ଦେଶିଆ ଭାଷାରେ ଉନ୍ମୋଚିତ

ନବରଙ୍ଗପୁର : ରାଜ୍ୟପାଳ ପୁରସ୍କୃତପ୍ରାପ୍ତ ଅବସର ଶିକ୍ଷୟତ୍ରୀ, ବିଶିଷ୍ଟ ଲେଖିକା ଓ କବୟତ୍ରୀ ଜେମାମଣି ବିଷୋୟୀଙ୍କର ଆତ୍ମଜୀବନୀ “ବଣମଲ୍ଲୀର ଆତ୍ମଲିପି” ଶ୍ରୀକୁଞବିହାରୀ ପାଠାଗାରରେ ମୁଖ୍ୟ ଅତିଥି ପୂର୍ବତନମନ୍ତ୍ରୀ ଡମ୍ବରୁ ମାଝୀଙ୍କର ଦ୍ୱାରା ଉନ୍ମୋଚିତ ହୋଇଛି । ଶିକ୍ଷା ସନ୍ଧାନ ଦ୍ୱାରା ପ୍ରକାଶିତ ମୂଳଓଡିଆ ଭାଷାର ଏହି ପୁସ୍ତକ ଅଗଷ୍ଟ ୨୦୨୧ରେ ପ୍ରକାଶିତ ହୋଇଥିବାବେଳେ ଏହାକୁ କବୟତ୍ରୀ ସବିତା ଶତପଥୀ ଙ୍କର ଦ୍ୱାରା ଦେଶିଆ ଭାଷାରେ ଅନୁବାଦକୁ ଉନ୍ମୋଚିତ କରାଯାଇଛି। ବଣ ମଲ୍ଲୀର ଆତ୍ମଲିପି କେବଳ ଏକ ଆତ୍ମଜୀବନୀ ନୁହେଁ । ଏହା ସମଗ୍ର ଅବିଭକ୍ତ କେରାପୁଟ ଜିଲାର ଲୋକମାନଙ୍କର ଜୀବନଶୈଳୀ, ଶିକ୍ଷା, ସଂସ୍କୃତି ଓ ସାମାଜିକ ବିଧି ବ୍ୟବସ୍ଥାକୁ ପ୍ରତିଫଳନ କରୁଥିବା ଏକପୁସ୍ତକ ବୋଲି ମୁଖ୍ୟଅତିଥୀ ଶ୍ରୀ ମାଝୀ ଅଭିହିତ କରିିଥିଲେ। ଏଥିରେ ଅଧ୍ୟକ୍ଷତା କରି ପାଠାଗାରର ସଭାପତି ନାରାୟଣ ପଣ୍ଡା ଶ୍ରୀମତୀ ବିଷୋୟୀଙ୍କର ଆତ୍ମଜୀବନୀ ଜିଲାର ସଂସ୍କୃତି ଓ ସାରସ୍ୱତ କ୍ଷେତ୍ରରେ ଏକ ମାଇଲ ଖୁଣ୍ଟ ବୋଲି କହିଥିଲେ । ଦେଶୀଆ ସାହିତ୍ୟ ଏକାଡେମୀର ଆବାହକ ରଞନ ମହୁରିଆ ଦେଶିଆ ଭାଷାରେ ଏହି ପୁସ୍ତକକୁ ସମୀକ୍ଷା କରି ଏହା ଶ୍ରୀମତୀ ବିଷୋୟୀଙ୍କର ରଚନାର ଅନ୍ତସ୍ୱର ବୋଲି କହିଥିଲେ । ଅନ୍ୟତମ ସମୀକ୍ଷକ ଭାବ ବ୍ୟଙ୍ଗକବି ଅତି ତଣ୍ଡିପ କିଶୋର ଚନ୍ଦ୍ର ମିଶ୍ର ଶ୍ରୀମତୀ ବିଷୋୟୀ ଓ ଶ୍ରୀମତୀ ଶତପଥୀ ସେମାନଙ୍କର ଲେଖକୀୟ ଆଭିମୁଖ୍ୟ ପ୍ରକାଶ କରିଥିଲେ। ଏଥିରେ ଉପସ୍ଥିତ ଥବା କବି ପ୍ରଫୁଲ୍ଲ କୁମାର ପୁହାଣ, ଜଗଦିଶ ଚନ୍ଦ୍ର ତ୍ରିପାଠୀ, ରବିକାନ୍ତ ରଘୁରାମ, ସବ୍ୟସାଚି ବିଷୋୟୀ, ଜାହ୍ନବୀ ପଣ୍ଡା, ସବିତା ଶତପଥୀ, ସରୋଜ କୁମାର ତ୍ରିପାଠୀ ପ୍ରମୁଖ ସ୍ୱରଚିତ କବିତାପାଠ କରିଥିଲେ । ଜଗନ୍ନାଥ ବେହେରା ଓ ଜାହ୍ନବୀ ପଣ୍ଡା କବିତା ସଂଯୋଜନା କରିଥିଲେ। ଆଧ୍ୟାତ୍ମକି କର୍ମୀ ତ୍ରିବିକ୍ରମ ନନ୍ଦଙ୍କୁ ବରିଷ୍ଠ ଲେଖକ ଗୋପବନ୍ଧୁ ବିଷୋୟୀ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରିଥିଲୋ ବହୁ କବି ,ଲେଖକ ଓ ସାହିତ୍ୟିକ  ଯୋଗ ଦେଇଥିଲେ।

Hot this week

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

Related Articles

Popular Categories