www.samajalive.in
Saturday, December 13, 2025
17.1 C
Bhubaneswar

ତାରିଣୀ ଦର୍ଶନ କରି ଫେରିବା ରାସ୍ତାରେ ବସକୁ ଧକ୍କା ଦେଲା ଟ୍ରକ: ୩ ମୃତ, ୬ ଗୁରୁତର

ଗୋପାଳପୁର: ଆଜି ସକାଳ ୬ଟା ବେଳେ ସମସ୍ତ ଦର୍ଶାନିର୍ଥୀ ନିଜ ନିଜ ଘରେ ପହଞ୍ଚିଥାନ୍ତେ। କିନ୍ତୁ ବିଧିର ବିଧାନ ଥିଲା ଅଲଗା। ଜାତୀୟ ରାଜପଥରେ ପରିଶ୍ରା ଯିବା ସମୟରେ ଜମଦୂତ ଭଳି ଏକ ଦୃତଗାମୀ ଟ୍ରକ ରାସ୍ତାକଡ଼ରେ ଠିଆ ହୋଇଥିବା ତୀର୍ଥଯାତ୍ରୀ ବସକୁ ଧକ୍କା ଦେବାରୁ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୬ ଜଣ ଗୁରୁତର ଆହତ ସହ ବଳକା ୯ ଜଣ ସାମାନ୍ୟ ଆହତ ହୋଇଛନ୍ତି। ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ବକ୍ସିପଲ୍ଲୀ ଓ ନାରାୟଣପୁର ପଞ୍ଚାୟତର ୧୮ ଜଣ ବନ୍ଧୁ ଶୁକ୍ରବାର ରାତିରେ ଘଟଗାଁ ତାରିଣୀ ଦର୍ଶନ କରି ତୀର୍ଥଯାତ୍ରୀ ବସ ତଥା ଏକ ମିନିବସରେ ଶନିବାର ଭୋର ପ୍ରାୟ ୩ଟା ସମୟରେ ବାଣପୁର ଥାନା ଅନ୍ତର୍ଗତ ବେଲପଡା ୧୬ ନଂ ଜାତୀୟ ରାଜପଥରେ ଠିଆ ହୋଇଥିବା ବେଳେ ପଛପଟୁ ଏକ ଅଜଣା ଗାଡ଼ି ଧକ୍କାରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କ ଅବସ୍ଥା ଗୁରୁତର ହୋଇଛି ଓ ସେମାନଙ୍କୁ ବ୍ରହ୍ମପୁ୍ର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା।

ମୃତକମାନେ ହେଲେ ଗୋପାଳପୁର ଥାନା ଅନ୍ତର୍ଗତ ଭେଙ୍କେଟରାୟପୁରର ଇ. ଲୋହି ଦାସ (୫୮), ଗଙ୍ଗାଧର ମହାରଣା (୪୮) ଓ ଆଲିପୁରର ଅସିତ୍ ବେହେରା (୨୮) ବୋଲି ଜଣାପଡିଛି। ମୃତକ ଲୋହି ଦାସ ବକ୍ସିପଲ୍ଲୀ ପଞ୍ଚାୟତ କାର୍ଯ୍ୟାଳୟ ରାତ୍ରି ଜଗୁଆଳି ଭାବେ କାର୍ଯ୍ୟରତ ଥିବା ବେଳେ ଅସିତ ବେହେରା ଗୋପାଳପୁରରେ ଏକ ହୋଟଲରେ କାର୍ଯ୍ୟରତ ଥିଲେ। ଘଟଣା ପରେ ବାଣପୁର ପୁଲିସ୍ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ କେସ ନଂ ୪୨୮/୨୧ ମାମଲା ରୁଜୁ କରି ବାଣପୁର ମେଡିକାଲରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି।

- Advertisement -

ଦୁର୍ଘଟଣା ଖବର ପାଇଲା ପରେ ନାରାୟଣପୁର ସରପଞ୍ଚ ଆର୍.ହିମାଂଶୁ ପ୍ରସାଦ ରାଓ, ସମିତି ସଭ୍ୟ ଭି. ସର୍ବେଶ୍ଵର ରାଓ, ଭେଙ୍କେଟରାୟପୁରର ପୂର୍ବତନ ସମିତି ସଭ୍ୟ ଜୟ ସେନ ସାହୁ ଓ ଜିଲ୍ଲାପରିଷଦ ସଭ୍ୟ ଶଶି ଭୂଷଣ ମହାନ୍ତି ଦୁର୍ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଆହତମାନଙ୍କୁ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ମେଡ଼ିକାଲ ପଠାଇବା ସହ ଅନ୍ୟ ଆହତମାନଙ୍କୁ ସ୍ଥାନୀୟ ମେଡିକାଲ୍ ନେଇ ପ୍ରାଥମିକ ଚିକିତ୍ସା କରିଥିବା ଜଣାପଡିଛି। ବ୍ରହ୍ମପୁର ମେଡ଼ିକାଲରେ ଚିକିତ୍ସାଧୀନ ଥିବା ୬ ଜଣଙ୍କ ମଧ୍ୟରୁ ୪ ଜଣ ସାମାନ୍ୟ ସୁସ୍ଥ ଥିବା ବେଳେ ୨ ଜଣ ଆଲ୍ଲୀପୁର ଗ୍ରାମର ଜେ ବାଲାଜୀ ପାତ୍ର ଓ ଡିଗିପୁର ଗ୍ରାମର ବାସୁଦେବ ତରଫ ପିଣ୍ଟୁ ସାହୁ ଗୁରୁତର ହୋଇଥିବା ଜଣାପଡିଛି। ମୃତ ଲୋହୀ ଦାସଙ୍କ ଶବକୁ ବ୍ରହ୍ମପୁର ମେଡିକାଲ ଶବଗୃହରେ ରଖା ଯାଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କ ମର ଶରୀରକୁ ନିଜ ନିଜ ଗ୍ରାମକୁ ଅଣାଯାଇଥିଲା। ଶବ ପହଞ୍ଚିବା ପରେ ଶୋକାକୁଳ ପରିବେଶ ମଧ୍ୟରେ ପରିବାର ବର୍ଗଙ୍କ ପକ୍ଷରୁ ଶବ ସତ୍କାର କରାଯାଇଛି। ଅନ୍ୟ ପଟେ ଗୁରୁତର ଥିବା ବାଲାଜି ଓ ପିଣ୍ଟୁ ସାହୁଙ୍କୁ ଗଞ୍ଜାମ ଜିଲ୍ଲା ବିଜେପି ସଭାପତି ବିଭୂତି ଭୂଷଣ ଜେନା ସବୁ ପ୍ରକାର ସହାୟତା କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories