www.samajalive.in
Wednesday, December 10, 2025
14.1 C
Bhubaneswar

ଅଫିସରଙ୍କ ଅବହେଳାରୁ କାର୍ଯ୍ୟକାରୀ ହୋଇପାରୁନି ଯୋଜନା:ଦାମ

ଭୁବନେଶ୍ୱର:-ଅଫିସରଙ୍କ ଅବହେଳା ଯୋଗୁଁ ବହୁ ସରକାରୀ ଯୋଜନାର ସଠିକ ରୂପାୟନ ହୋଇପାରୁନାହିଁ। ବିଭିନ୍ନ ଯୋଜନା କାର୍ଯ୍ୟକ୍ଷମ ନହେବା ପାଇଁ ଅମଲାତନ୍ତ୍ରକୁ ଦାୟୀ କରିଛନ୍ତି ବିଧାୟକ ଦାମୋଦର ରାଉତ। ବିଭିନ୍ନ ସମୟରେ କୃଷି ବିଭାଗର ଚାରା ଦୁର୍ନୀତି, ସମବାୟ ବିଭାଗରେ ଦୁର୍ନୀତି ଆଦି ସମ୍ପର୍କରେ ଅଭିଯୋଗ ଆଣିବା ପରେ ସୋମବାର ସେ ସ୍ୱାସ୍ଥ୍ୟ ବିଭାଗରେ ବିଭିନ୍ନ ଅନିୟମିତତା ସମ୍ପର୍କରେ ତଥ୍ୟ ରଖିଛନ୍ତି। ଦାମ କହିଛନ୍ତି, ସ୍ୱାସ୍ଥ୍ୟ ଭିତ୍ତିଭୂମି ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ୩ହଜାର କୋଟି ଟଙ୍କା ମଞ୍ଜୁର କରିଥିଲେ। ତିନିବର୍ଷରେ ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ରର ଭିତ୍ତିଭୂମି ବିକାଶ ନେଇ ଯୋଜନା କରାଯାଇଥିଲା। ଏସବୁ ଅଧାପନ୍ତରିଆ ହୋଇ ପଡ଼ିଛି। ସେହିପରି ଛୁଟି ନନେଇ ରହିଥିବା ୧୨୦୦ ଡାକ୍ତରଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ। ସେ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ଅମଲା ମାନୁନଥିବା ବେଳେ ବିଭାଗୀୟ ମନ୍ତ୍ରୀଙ୍କ ଅଜାଣତରେ ଅଫିସରମାନେ କାମ କରୁଛନ୍ତି। ନଗଡ଼ା ଘଟଣା ପରେ ପୁଷ୍ଟିହୀନତା ଦୂର ପାଇଁ ସରକାର ୨୪୫ କୋଟି ଟଙ୍କାର ଯୋଜନା କରିଥିଲେ। ଅଫିସରଙ୍କ ଅସହଯୋଗ ଯୋଗୁଁ ଏହି ଯୋଜନା ସଠିକ ଭାବେ କାର୍ଯ୍ୟକାରୀ ହୋଇପାରୁନଥିବା ସେ କହିଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories