www.samajalive.in
Sunday, December 14, 2025
23.1 C
Bhubaneswar

ଚିଲିକାକୁ ଉଡ଼ିବନି ସାମୁଦ୍ରିକ ବିମାନ

ଭୁବନେଶ୍ୱର: ଦୀର୍ଘ ତିନିମାସ ଧରି ଚିଲିକାରେ ସି-ପ୍ଲେନ୍‍ ଉଡିବା ପ୍ରସ୍ତାବ ନେଇ ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି। ଶୁକ୍ରବାର ଏନେଇ ଭାରତ ସରକାରଙ୍କ ବିମାନବନ୍ଦର ପ୍ରାଧିକରଣ (ଏଏଆଇ) ପକ୍ଷରୁ ସି-ପ୍ଲେନ୍‍ ପ୍ରସ୍ତାବକୁ ବାତିଲ କରାଯାଇଛି। ନିକଟରେ ଏନେଇ ରାଜ୍ୟ ସରକାରଙ୍କ ସହିତ ଭିଡ଼ିଓ କନଫରେନ୍ସିଂରେ ବାର୍ତ୍ତାଳାପ ପରେ ଏଏଆଇ ଅଧ୍ୟକ୍ଷ ଗୁରୁପ୍ରସାଦ ମହାପାତ୍ର ରାଜ୍ୟ ସରକାରଙ୍କ ଅନୁରୋଧକୁ ରକ୍ଷା କରି ସି-ପ୍ଲେନ ପ୍ରସ୍ତାବକୁ ବାତିଲ କରିଥିବା କହିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଯଦି ଅନ୍ୟ କୌଣସିଠାରେ ସି-ପ୍ଲେନ ନେଇ
ପ୍ରସ୍ତାବ ଆସିବ ତେବେ ତାହାକୁ ବିଚାର କରାଯିବ। ଆସନ୍ତା ୩ସପ୍ତାହ ମଧ୍ୟରେ ରାଜ୍ୟ ସରକାର ଏନେଇ ତାଙ୍କର ମତାମତ କିମ୍ବା ନୂତନ ପ୍ରସ୍ତାବ ସମ୍ପର୍କରେ ଜଣାଇବେ ବୋଲି ଶ୍ରୀ ମହାପାତ୍ର ଜଣାଇଛନ୍ତି।
ସୂଚନାଯୋଗ୍ୟ ଯେ ଜୁନ୍‍ରେ ଓଡ଼ିଶା ସହିତ ଗୁଜ୍‍ରାଟ୍‍, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ଆସାମରେ ସି-ପ୍ଲେନ ପ୍ରତିଷ୍ଠା ନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଥିଲା। ଏନେଇ ମନ୍ତ୍ରାଳୟ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍‍ ଚିଲିକା ପରିଦର୍ଶନ କରିଥିଲେ। ପରିଦର୍ଶନକାରୀ ଟିମ୍‍ ଚିଲିକାରେ ଉକ୍ତ ସି-ପ୍ଲେନ୍‍ ପ୍ରସ୍ତାବ କାର୍ଯ୍ୟକାରୀ ହେଲେ ଅଧିକ ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ହେବ ବୋଲି ଦର୍ଶାଇଥିଲେ।
ଏହାକୁ ନେଇ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ(ସିଡ଼ିଏ)ଙ୍କ ପକ୍ଷରୁ ଅନୁଧ୍ୟାନ କରାଯାଇଥିଲା। ଚଳିତମାସ ୪ତାରିଖରେ ସିଡ଼ିଏ ମୁଖ୍ୟ ନିର୍ବାହୀ ରାଜ୍ୟ ସରକାରଙ୍କୁ ଚିଲିକାରେ ସି-ପ୍ଲେନ୍‍ ହେଲେ ପ୍ରଭୂତ କ୍ଷତି ଘଟିବ ବୋଲି ଏକ ବିସ୍ତୃତ ରିପୋର୍ଟ ପ୍ରଦାନ କରିଥିଲେ। ଏହାଦ୍ୱାରା କେବଳ ଯେ ଚିଲିକାର ଜୈବବିବିଧତା ନଷ୍ଟ ହେବ ତାହା ନୁହେଁ ଓଡ଼ିଶା ତଥା ସାରା ବିଶ୍ୱରେ ଏକ ଅପୂରଣୀୟ କ୍ଷତି ଘଟିବ ବୋଲି ଦର୍ଶାଇଥିଲେ।
ସିଡ଼ିଏ ପକ୍ଷରୁ ଦର୍ଶାଯାଇଥିଲା ଯେ ଜୈବବିବିଧତା କ୍ଷେତ୍ରରେ ଚିଲିକାର ଅନନ୍ୟତା ବିଶ୍ୱବିଦିତ। ଏହାଦ୍ୱାରା ସିଧାସଳଖ ୧୫୧ଟି ଗ୍ରାମର ଲୋକ ଓ ମତ୍ସ୍ୟଜୀବୀଙ୍କ ଉପରେ ପ୍ରଭାବ ପଡିବ। ଶୀତଋତୁରେ ବିଦେଶାଗତ ପକ୍ଷୀଙ୍କ ସମାଗମ ଆଉ ହେବ ନାହିଁ। ଇରୱାଡି ଡଲଫିନ୍‍ ବିଚରଣ ଆଉ ଦୃଶ୍ୟମାନ ହେବନାହିଁ। ସାତପଡ଼ା ପ୍ରଭୃତି ସ୍ଥାନରେ ଦେଖାଯାଉଥିବା ୧୫୭ଟି ଡଲଫିନ୍‍ଙ୍କ ବଂଶବିସ୍ତାରରେ ପ୍ରଭାବ ପଡ଼ିବ। ପ୍ରତିବର୍ଷ ପ୍ରାୟ ୨ଲକ୍ଷ ମତ୍ସ୍ୟଜୀବୀ ଚିଲିକାରୁ ୧୪ହଜାର ମେଟ୍ରିକ ଟନ୍‍ ମାଛ ଧରି ଜୀବନଜୀବିକା ଚଳାଉଥିବାବେଳେ ଏଥିରେ ପୂର୍ଣ୍ଣଚ୍ଛେଦ ପଡ଼ିବ। ନୀଳଜଳରାଶି ତଥା ଏହାର ଆର୍ଦ୍ରତା ଉପରେ କୁପ୍ରଭାବ ପଡିବ। ଆର୍ଦ୍ରଭୂମି ସଂରକ୍ଷଣ ନିୟମ ୨୦୧୭ର ଖୋଲା ଉଲ୍ଲଘଂନ ହେବ। ତେଣୁ ଏହି ସି-ପ୍ଲେନ ପ୍ରସ୍ତାବକୁ କାର୍ଯ୍ୟକାରୀ ନକରିବାକୁ ମୁଖ୍ୟ ନିର୍ବାହୀ ଅଧିକାରୀ ସରକାରଙ୍କୁ ଦର୍ଶାଇଥିଲେ। ଅନ୍ୟପକ୍ଷରେ ବହୁ ପରିବେଶବିତ୍‍ ଏବଂ କେତେକ ମତ୍ସ୍ୟଜୀବୀ ସଂଘ ସି-ପ୍ଲେନ୍‍ ପ୍ରସ୍ତାବକୁ ବିରୋଧ କରିଥିଲେ।

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories