www.samajalive.in
Monday, December 8, 2025
20.1 C
Bhubaneswar

ଓଡ଼ିଶାରେ ପେଟ୍ରୋଲ ଓ ଡିଜେଲ୍‍ ଉପରେ ଭ୍ୟାଟ୍‍ ହ୍ରାସ ଯୋଜନା ନାହିଁ: ବିଜେଡି

ଭୁବନେଶ୍ୱର: ଦେଶରେ ବଢ଼ି ଚାଲିଥିବା ତୈଳ ଦରକୁ ଦୃଷ୍ଟିରେ ରଖି ରାଜସ୍ଥାନ ଓ ଆନ୍ଧ୍ରପ୍ରଦେଶ ସରକାର ପେଟ୍ରୋଲ୍‍ ଓ ଡିଜେଲ୍‍ ଉପରୁ ଭ୍ୟାଟ୍‍ ହ୍ରାସ ଘୋଷଣା କରିଛନ୍ତି। କିନ୍ତୁ ଓଡ଼ିଶାରେ ଭ୍ୟାଟ୍‍ ହ୍ରାସ ଯୋଜନା ନାହିଁ ବୋଲି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି। ଏ ସମ୍ପର୍କିତ ଏକ ପ୍ରଶ୍ନର ପ୍ରତିକ୍ରିୟାରେ ଶ୍ରୀ ପାତ୍ର କହିଛନ୍ତି ଯେ ଭ୍ୟାଟ୍‍ ହ୍ରାସ ସତ୍ତେ୍ୱ ରାଜସ୍ଥାନ ଓ ଆନ୍ଧ୍ରପ୍ରଦେଶରେ ପେଟ୍ରୋଲ୍‍ ଓ ଡିଜେଲ୍‍ ମୂଲ୍ୟ ଓଡ଼ିଶା ତୁଳନାରେ ଅଧିକ ରହିଛି। ଓଡ଼ିଶାରେ ଯେତିକି ଦରରେ ପେଟ୍ରୋଲ୍‍ ଓ ଡିଜେଲ୍‍ ବିକ୍ରି ହେଉଛି ତା ଠାରୁ ରାଜସ୍ଥାନରେ ୨ ଟଙ୍କା ଅଧିକ ଓ ଆନ୍ଧ୍ରପ୍ରଦେଶରେ ୭ ଟଙ୍କା ଅଧିକ ଦରରେ ବିକ୍ରି ହେଉଛି। ଉପରୋକ୍ତ ଦୁଇ ରାଜ୍ୟ ତୁଳନାରେ ଓଡ଼ିଶା ସରକାର ଯଥେଷ୍ଟ କମ୍‍ ହାରରେ ଭାଟ ଲାଗୁ କରିଛନ୍ତି। ତେଣୁ ସାମ୍ପ୍ରତିକ ସ୍ଥିତିରେ ଓଡ଼ିଶାରେ ପେଟ୍ରୋଲ୍‍ ଓ ଡିଜେଲ୍‍ ଉପରୁ ଭାଟ ହ୍ରାସ ହେବାର ଯୋଜନା ନାହିଁ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories