www.samajalive.in
Monday, December 8, 2025
24.1 C
Bhubaneswar

ଅବକାରୀ ଚଢାଉ, ବିପୁଳ ପରିମାଣର ମଦ ଓ ପୋଚ ଜବତ, ୨ଗିରଫ

ଆଠଗଡ/ତିଗିରିଆ: ଆଠଗଡ ଓ ତିଗିରିଆ ଥାନା ଅଞ୍ଚଳରେ ଅବକାରୀ ବିଭାଗ ପକ୍ଷରୁ ଏକ ବଡଧରଣର ମିଳିତ ଚଢାଉ କରାଯାଇ ବିପୁଳ ପରିମାଣର ମଦ ଓ ଗୁଡପୋଚ ଜବତ କରାଯିବା ସହ ଏଥିରେ ସଂପୃକ୍ତ ୨ଜଣଙ୍କୁ ଗିରଫ କରାଯାଇଛି। କଟକ ଜିଲ୍ଲାପାଳ ଓ ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ କଟକ ଜିଲ୍ଲା ୨ନଂ ଭ୍ରାମ୍ୟମାଣ ସ୍କାର୍ଡ ଓ ଆଠଗଡ ଅବକାରୀ ବିଭାଗ ମିଳିତ ଭାବେ ବୁଧବାର ସକାଳେ ତିଗିରିଆ ଥାନା ଅନ୍ତର୍ଗତ ଭୁତିଆଡିହି ଶବରସାହି ନିକଟବର୍ତ୍ତୀ ଦିଘିମୁଣ୍ଡିଆ ପାର୍ଶ୍ବବର୍ତ୍ତୀ ବୁଦାଜଙ୍ଗଲ ମଧ୍ୟରେ ଚାଲିଥିବା ବେଆଇନ ମଦଭାଟି ଉପରେ ଚଢାଉ କରାଯାଇ ସେଠାରୁ ୨୧୦ଲିଟର ସଦ୍ୟପ୍ରସ୍ତୁତ ଦେଶୀମଦ ଏବଂ ମଦପ୍ରସ୍ତୁତି ପାଇଁ ଶତାଧିକ ପ୍ଲାଷ୍ଟିକ ଜାରକିନରେ ଗଚ୍ଛିତ ୨୧୦୦ଲିଟର ଗୁଡପୋଚ ଜବତ କରାଯିବା ସହ ଏଥିରେ ସଂପୃକ୍ତ ପବିତ୍ର କୁମାର ସାହୁଙ୍କୁ ଗିରଫ କରାଯାଇଥିଲା। ସେହିପରି ଆଠଗଡ ଥାନା ଅନ୍ତର୍ଗତ ବେଣ୍ଟପଦା ପଞ୍ଚାୟତ ଅଧିନ ଧନୁର୍ଜୟପୁର ଗ୍ରାମରେ ନିୟମିତ ଚୋରା ଦେଶୀମଦ ଚାଲାଣ ଓ ବିକ୍ରି କରୁଥିବା ଶ୍ରୀକାନ୍ତ ବେହେରାଙ୍କଠାରୁ ୩୦୦ଲିଟର ଦେଶୀମଦ ଜବତ କରାଯିବା ସହ ତାଙ୍କୁ ଗିରଫ କରାଯାଇଥିଲା। ଆଠଗଡ ଅବକାରୀ ନିରୀକ୍ଷକ ପ୍ରଭାସ କୁମାର ଚୌଧୁରୀ ଓ କଟକ ୨ନଂ ଭ୍ରାମ୍ୟମାଣ ସ୍କାର୍ଡ ନିରୀକ୍ଷକ ସଞ୍ଜିତ ବାର୍ଲା, ଆଠଗଡ ସହକାରୀ ନିରୀକ୍ଷକ ବିଜୟ କୁମାର ଭଞ୍ଜ, ନରସିଂହପୁର ଭାରପ୍ରାପ୍ତ ଅବକାରୀ ଅଧିକାରୀ ଦେବାନନ୍ଦ ଭୂୟାଁଙ୍କ ସମେତ ବହୁ ଅବକାରୀ କର୍ମଚାରୀ ଏହି ଚଢାଉରେ ଅଂଶଗ୍ରହଣ କରିଥିଲେ।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories