www.samajalive.in
Saturday, December 13, 2025
26.1 C
Bhubaneswar

କରୋନାରେ ପିତା ଓ ବର୍ତ୍ତମାନ ମାଆ ମରିବା ପରେ ଅନାଥ କୁନି ଝିଅକୁ ସାହାରା ଦେବ କିଏ

ନବରଙ୍ଗପୁର : ଦୁଃଖ ଏମିତି ବି ଆସେ….। ତିନି ବର୍ଷ ତଳେ ସଡକ ଦୁର୍ଘଟଣା ବାପା ଚାଲିଯାଇଥିଲେ । ମାଆ ପର ଘରେ ମୂଲ ଲାଗି ଏଇ ଭଙ୍ଗା ଦଦରା ଘରେ ନିଜର ୪ବର୍ଷର ଝିଅ ଦୁର୍ଗାର କଅଁଳ ମୁହଁ କୁ ଦେଖି ଦିନ କାଟୁଥିଲେ। ହେଲେ ଦଇବ ଏ କୁନି ଝିଅ ଭାଗ୍ୟରେ ଏତେ ଦୁଃଖ ଲେଖିଛନ୍ତି ବୋଲି କିଏ ଜାଣିଥିଲା। ଆଜି ମାଆ ପୋଖରୀରେ କପଡା ସଫା କରିବାକୁ ଯାଇଥିବା ବେଳେ ବାତ ମାରିବାରୁ ତଳେ ପଡି ତାଙ୍କର ମୃତ୍ୟୁ ଘଟିଛି। ଏତେ ବଡ଼ ଦୁନିଆରେ ୪ବର୍ଷର ଝିଅ ଦୁର୍ଗା ଜାନି ଆଜି ଏକୁଟିଆ। ବର୍ତ୍ତମାନ ବାପା ଓ ମାଆକୁ ହରାଇ ଅନାଥ ହୋଇଥିବା ଦୁର୍ଗା ଆଜି ସାହାରା ଖଜୁଛି। ହେଲେ ସାହାରା ଦେବ କିଏ ତାକୁ ନେଇ ଆଶା ଆଶଙ୍କାରେ ସାହି ବାସିନ୍ଦା। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ନବରଙ୍ଗପୁର ସହରସ୍ଥିତ ପ୍ରତାପ ସାଗର ସାହିରେ।
ସ୍ୱାମୀ ଚକା ଜାନୀଙ୍କ ମୃତ୍ୟୁ ପରେ ସ୍ତ୍ରୀ ନିଳା ଜାନୀ ନିଜ ୪ବର୍ଷର ଝିଅ ଦୁର୍ଗାକୁ ଧରି ଦୁଃଖ କଷ୍ଟରେ ଦିନ କାଟୁଥିଲେ। ପରଘରେ ମୁଲ ଲାଗି ଯାହା ରୋଜଗାର ହେଉଥିଲା ସେଥିରେ ଉଭୟେ ମାଆ ଓ ଝିଅ ଚଳିଆସୁଥିଲେ। ମାଆ ନୀଳାଙ୍କର  ପୂର୍ବରୁ ବାତ ରୋଗ ଥିଲା। ଆଜି ସେ  କପଡା ସଫା କରିବାକୁ ପୋଖରୀ କୁ ଯିବା ବେଳେ ବାତ ମାରିବାରୁ ତଳେ ପଡି ଯାଇଥିଲେ। ଫଳରେ ସେଠାରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ସ୍ଥାନୀୟ ଲୋକେ କାଉନସିଲର ସୁଧୀର ମହାପାତ୍ରଙ୍କୁ ଜଣେଇବା ପରେ ସେ ଘଟଣାସ୍ଥଳକୁ ଯାଇ କିଛି ସମ୍ପର୍କୀୟ ଓ ସାହି ବାସିନ୍ଦାକୁ ନେଇ ଶବସତ୍କାର କରିବାର ବ୍ୟବସ୍ଥା କରିଥିଲେ। କିନ୍ତୁ, ବର୍ତ୍ତମାନ ୪ବର୍ଷର କଅଁଳ ଝିଅର ଭବିଷ୍ୟତ କେଉଁ ଆଡକୁ ଯିବ ତାକୁ ନେଇ ସାହି ବାସିନ୍ଦା ଆଶାଆଶଙ୍କାରେ ଥିବା ବେଳେ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଦୁର୍ଗାକୁ ଉତ୍ତମ ଥଇଥାନ କରିବାକୁ ଦାବି କରିଛନ୍ତି।
ଅନ୍ୟପଟେ ଶିଶୁ ସୁରକ୍ଷା ଅଧିକାରୀଙ୍କୁ ସାହି ବାସିନ୍ଦା ସୂଚନା ଦେଲାପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଚାଇଲଡ଼ ଲାଇନର ଏକ ଟିମ ମୃତ ନିଳାଙ୍କ ଘରକୁ ଯାଇ ସମସ୍ତ ତଥ୍ୟ ସଂଗ୍ରହ କରିଛନ୍ତି। ନିଳାଙ୍କ ଦଶାହ କ୍ରିୟା ସରିବା ପରେ, କୁନି ଝିଅ ଦୁର୍ଗାର ଥଇଥାନ ପାଇଁ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ସମସ୍ତ  ବ୍ୟବସ୍ତା କରାଯିବା  ସହ ଭତ୍ତା ଓ ଅନ୍ୟାନ୍ୟ ସମସ୍ତ ସୁବିଧା ସୁଯୋଗର ବ୍ୟବସ୍ଥା କରାଯିବ ବୋଲି ଚାଇଲଡ଼ ଲାଇନର କର୍ମକର୍ତ୍ତା ରବୀନ୍ଦ୍ର ପ୍ରଧାନ କହିଛନ୍ତି।
ଦୁର୍ଗା ଆଜି ଏକୁଟିଆ ହେଲେ ମଧ୍ୟ ତାକୁ ସାହାରା ଦେବା ପାଇଁ ଆଜି ଏକ ହେଇଯାଇଛନ୍ତି ବସ୍ତି ବାସିନ୍ଦା। ସମସ୍ତେ ଦୁର୍ଗାର ଭବିଷ୍ୟତ ଉଜ୍ଜଳ କରିବାକୁ ଜିଲ୍ଲା ପ୍ରଶାସନକୁ ଦାବି କରିବା ସହ ଆଶା ମଧ୍ୟ ରଖିଛନ୍ତି । ତେବେ ପ୍ରଶାସନ ଦୁର୍ଗାକୁ ନେଇ ଆଗାମୀ ଦିନରେ କଣ ପଦକ୍ଷେପ ନେଉଛି ତାହା ଦେଖିବାର ବାକି ରହିଲା।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories