www.samajalive.in
Thursday, December 11, 2025
16.1 C
Bhubaneswar

ରନ୍ଧନ ଗ୍ୟାସ ଦର ବୃଦ୍ଧି ନେଇ ବ୍ଲକ ଅଫିସ ସମ୍ମୁଖରେ ବିଜେଡିର ଧାରଣା   

ରାମନାଗୁଡା : କେନ୍ଦ୍ର ସରକାରଙ୍କ ଖାଉଟି ମାରଣା ନୀତି ଓ  ଖାଉଟି ମାନଙ୍କୁ କଷ୍ଟ ଦେଲା ଭଳି ପେଟ୍ରୋଲ ଦର ବୃଦ୍ଧି ହେଉ କି ଡିଜେଲ ଦର ବାରମ୍ବାର ବୃଦ୍ଧି ପାଇବାରେ ଲାଗିଛି । ସେହିପରି ରନ୍ଧନ ଗ୍ୟାସର ଦର ବୃଦ୍ଧି କରି  ଘରଣୀଙ୍କ ଆଖିରୁ ଲୁହ ବୋହିଲା ପରି କାର୍ଯ୍ୟ କରୁଛି କେନ୍ଦ୍ର ସରକାର। ତାହାର ପ୍ରତିବାଦ କରି ବୁଧବାର ଦିନ ରନ୍ଧନ ଗ୍ୟାସ ଦର ବଢ଼େଇ ଗରୀବ ଘରକୁ ଦେଲ ବୁଡ଼େଇ, ପ୍ରତିଦିନ ବଢୁଛି ଗ୍ୟାସ ଦର ଗରିବ ହେଉଛି କଲବଲ, କେନ୍ଦ୍ରର ଗ୍ୟାସ ନୀତି ଯେତେ ବାଧୁ ଥାଉ ବଢ଼ି ଚାଲିଛି, ଯୁବ ଛାତ୍ର ଆଜି ଏକ ହୁଅ କେନ୍ଦ୍ର ବିରୁଦ୍ଧରେ ସ୍ୱର ଉଠାଓ ,ଗ୍ୟାସ ବଢୁଛି ଦରଦାମ ବଢୁଛି ଗରୀବ ଏଠି ଭୋକ ରେ ମରୁଛି, ନ କମିବା ଯାଏ ଗ୍ୟାସ ଦର କେନ୍ଦ୍ର ହେଉଥିବ ଥର ହର ,ଏହି ଭଳି ପ୍ଲାକାର୍ଡ ଧରି  ବିଜେଡି, ଛାତ୍ର ବିଜେଡି, ଯୁବ ବିଜେଡି ଓ ମହିଳା ବିଜେଡି ପକ୍ଷରୁ ବ୍ଲକ ଅଫିସ ସମ୍ମୁଖରେ ଧାରଣା ଦିଆଯିବା ସହିତ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବେଣୁଧର ଶବରଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଥିଲେ । ଏହି ଧାରଣା ସମୟରେ ବିଜେଡି ଯୁବ ସଭାପତି ଦୀପକ କୁମାର ଦାଶ, ବିଜେଡି ଜିଲ୍ଲା ଉପ ସଭାପତି ଅମିତ ମହାରଣା, ଯୁବ ବିଜେଡି ସାଧାରଣ ସମ୍ପାଦକ କମଳ ମୁଟିକା, ବ୍ଲକ ବିଜେଡି ଉପସଭାପତି ଜଗନ୍ନାଥ ନିମାଲପୁରୀ, ଯୁବ ଉପସଭାପତି ମୁକୁନ୍ଦ ପାଣି, ମକର ଧ୍ୱଜ ଧୋବାଙ୍କ ସମେତ ମହିଳା ମାନେ ଉପସ୍ଥିତ ଥିଲେ।

Hot this week

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

Related Articles

Popular Categories