www.samajalive.in
Tuesday, December 9, 2025
26.1 C
Bhubaneswar

ଦେଢଲକ୍ଷ ଯବାନଙ୍କୁ ହଟାଇବ ଭାରତୀୟ ସେନା!

ନୂଆଦିଲ୍ଲୀ : ଭବିଷ୍ୟତରେ ଯେକୌଣସି ଯୁଦ୍ଧର ଦୃଢ଼ ମୁକାବିଲା ପାଇଁ ସୈନ୍ୟବାହିନୀର ପ୍ରସ୍ତୁତି ସମ୍ବନ୍ଧରେ ସମୀକ୍ଷା କରୁଛନ୍ତି ଭାରତୀୟ କର୍ତ୍ତୃପକ୍ଷ। ଏଥିକ୍ରମେ ଯବାନମାନଙ୍କ କାର୍ଯ୍ୟଦକ୍ଷତା ପରଖାଯାଉଛି। ଏ ନେଇ ଜୁନ୍‍ ୨୧ରେ ଜାରି ନିର୍ଦେଶକ୍ରମେ ସାମରିକ ସଚିବ ଲେପ୍ଟନାଣ୍ଟ ଜେନେରାଲ ଜେ. ଏସ୍‍ ସାନ୍ଧୁଙ୍କ ନେତୃତ୍ୱରେ ୧୧ଜଣିଆ କମିଟି ଏହି ସମୀକ୍ଷା କାର୍ଯ୍ୟ କରୁଛନ୍ତି। ଆବଶ୍ୟକସ୍ଥଳେ ଯବାନଙ୍କୁ ହଟାଇବା ସହିତ ସେନାର କ୍ଷମତା ବୃଦ୍ଧି ପାଇଁ ବିଭିନ୍ନ ସାମରିକ ଦଳକୁ ଏଥିରେ ସାମିଲ କରିବାର ଯୋଜନା ରହିଛି। ଏଭଳି ହେଲେ ପ୍ରାୟ ଦେଢ ଲକ୍ଷ ସେନା କର୍ମଚାରୀ ତଥା ଯବାନଙ୍କୁ ପଦରୁ ହଟାଯିବାର ଆଶଙ୍କା ରହିଛି। ଏ ବିଷୟରେ କମିଟି ଚଳିତମାସ ଶେଷ ସୁଦ୍ଧା ଏହାର ପ୍ରାରମ୍ଭିକ ରିପୋର୍ଟ ସେନାମୁଖ୍ୟ ବିପିନ ରାୱତ୍‍ଙ୍କ ପ୍ରଦାନ କରିବ ଏବଂ ନଭେମ୍ବର ସୁଦ୍ଧା ଚୂଡାନ୍ତ ରିପୋର୍ଟ ଦେବ ବୋଲି ବିଶେଷସୂତ୍ରରୁ ଜଣାପଡିଛି। ମିଳିଥିବା ସୂଚନା ଅନୁସାରେ, ସେନାକୁ ଅଧିକ କାର୍ଯ୍ୟଦକ୍ଷ କରିବା ଲାଗି କେତେକ ସୁଦକ୍ଷ ଦଳକୁ ସାମିଲ କରାଯିବ। ଏହା ଦ୍ୱାରା ଆଗାମୀ ୨ ବର୍ଷ ମଧ୍ୟରେ ୫୦,୦୦୦ ଯବାନ ସେନାବାହିନୀରୁ ବାଦ ପଡିବାର ଆଶଙ୍କା ରହିଛି। ଏହି ପ୍ରକ୍ରିୟାରେ ୨୦୨୨-୨୩ ସୁଦ୍ଧା ଆଉ ଏକ ଲକ୍ଷ ଯବାନଙ୍କୁ ସେନାରୁ ହଟାଯାଇପାରେ। ସେନା ମୁଖ୍ୟାଳୟର ନିର୍ଦେଶାଳୟ, ଯୋଗାଯୋଗ ପ୍ରତିଷ୍ଠାନ, ମରାମତି ବ୍ୟବସ୍ଥା ଏବଂ ସେନାର ଅନ୍ୟାନ୍ୟ ପ୍ରଶାସନିକ କ୍ଷେତ୍ରରେ ନିୟୋଜିତ କର୍ମଚାରୀ ନିଯୁକ୍ତି ହରାଇବାର ଆଶଙ୍କା ସୃଷ୍ଟି ହୋଇଛି। କାହାକୁ ହଟାଯିବ ଅଥବା ରଖାଯିବ ତାହା ଏବେ ସମୀକ୍ଷା କରାଯାଉଛି। ପୁରୁଣା ଅସ୍ତ୍ରଶସ୍ତ୍ର ହଟାଯାଇ ଅତ୍ୟାଧୁନିକ ଅସ୍ତ୍ର ବ୍ୟବହାର ଲକ୍ଷ୍ୟରେ ଯବାନ ସଂଖ୍ୟା ହ୍ରାସ କରାଯାଇପାରେ ବୋଲି ପୂର୍ବତନ ଉତ୍ତରାଞ୍ଚଳ କମାଣ୍ଡର ଲେପ୍ଟନାଣ୍ଟ ଜେନେରାଲ ବି. ଏସ୍‍ ଯଶାଲ (ଅବସରପ୍ରାପ୍ତ) କହିଛନ୍ତି। ଏହି ସମୀକ୍ଷା କାର୍ଯ୍ୟକ୍ରମବେଳେ ଭବିଷ୍ୟତରେ ସେନାର ଆବଶ୍ୟକତା, ଅଧିକାରୀମାନଙ୍କ ବୃତ୍ତିଗତ ପ୍ରଗତି, ୟୁନିଟ୍‍ଗୁଡିକରେ ଅଧିକାରୀଙ୍କ ଅଭାବ, ଅଣ-ସୂଚୀବଦ୍ଧ ଅଧିକାରୀଙ୍କ ବୃତ୍ତିଗତ ପରିଚାଳନା, ସେବାନିବୃତ୍ତି ସମ୍ବନ୍ଧୀୟ ନୀତିନିୟମ ଏବଂ ଅଧିକାରୀମାନଙ୍କ ଦକ୍ଷତା ତଥା ନୈତିକ ମୂଲ୍ୟବୋଧରେ ଉନ୍ନତି ସମ୍ବନ୍ଧରେ ମଧ୍ୟ ଅନୁଧ୍ୟାନ କରାଯାଉଛି। ବ୍ରିଗେଡିୟର ପାହ୍ୟା ଉଚ୍ଛେଦ ଏବଂ ଡିଭିଜନ ମୁଖ୍ୟାଳୟରେ ସମନ୍ୱିତ ବ୍ରିଗେଡଙ୍କ ସ୍ଥାନରେ ଅନ୍ୟ ନିଯୁକ୍ତି ସମ୍ବନ୍ଧରେ ମଧ୍ୟ ସମୀକ୍ଷା କରାଯାଉଛି। ଉଲ୍ଲେଖ ଯେ ଶେକତକର କମିଟିର ସୁପାରିସ କ୍ରମେ ସେନାକୁ ଅଧିକ ସୁଦୃଢ କରିବା ଲାଗି ୫୭,୦୦୦ ଯବାନ ପୁନଃମୁତୟନ କରାଯିବ ବୋଲି ୨୦୧୭ ଅଗଷ୍ଟରେ କେନ୍ଦ୍ର ସରକାର ଘୋଷଣା କରିଥିଲେ।

Hot this week

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

Related Articles

Popular Categories