www.samajalive.in
Thursday, December 11, 2025
18.1 C
Bhubaneswar

ଆଖଣ୍ଡଳମଣି ପୀଠର ମୌଳିକ ସୁବିଧା ପାଇଁ ସେବାୟତଙ୍କ ଆନ୍ଦୋଳନ

ଆରଡି: ଆରଡିପୀଠ ମଣିବାବାଙ୍କ ଶିବଗଙ୍ଗା ପୁଷ୍କରିଣୀରେ ଗତ ରବିବାର ୨ନାବାଳକ ଏକ ସୋଲଡଙ୍ଗା ଭସାଉଥିବା ବେଳେ ବୁଡିଯିବାରୁ ଜଣେ ଅଳ୍ପକେ ବର୍ତ୍ତିଯାଇଥିବା ବେଳେ ଅନ୍ୟ ଜଣକର ମୃତ୍ୟୁ ଘଟିଥିଲା। ଯାହାକୁ ନେଇ ଗତ ସୋମବାରଠାରୁ ପୀଠରେ ଚାପା ଉତ୍ତେଜନା ଦେଖା ଦେବା ସହ କ୍ଷେତ୍ର ପରିଦର୍ଶନ କରିବା ପାଇଁ ଆସିଥିବା ଚାନ୍ଦବାଲି ତହସିଲଦାର ସୁଶାନ୍ତ ସୁତାର ଓ ମନ୍ଦିର ପରିଚାଳକ ବିଦ୍ୟାଧର ପଲାଇଙ୍କୁ ମୃତକ ପରିବାରକୁ କ୍ଷତିପୂରଣ ସହାୟତା ରାଶି ସହ ପୁଷ୍କରିଣୀର ଅବଶିଷ୍ଟ ସ୍ଥାନର ସ୍ଥାୟୀ ମରାମତି କରିବା ପାଇଁ ଜଣାଇଥିଲେ ସେବାୟତ। ତାହାସହ ପୀଠର ମୌଳିକ ସୁବିଧା ନଥିବାରୁ ଭକ୍ତ ଓ ସ୍ଥାନୀୟ ଲୋକ ନାନା ଅସୁବିଧାରେ ସମୁଖିନ ହେଉଥିଲେ ବାରମ୍ବାର ଅଭିଯୋଗ ପରେବି ପ୍ରଶାସନ କର୍ଣ୍ଣପାତ କରୁନଥିବା ଓ ବିଭିନ୍ନ ଦାବି ନେଇ ମଙ୍ଗଳବାର ବାବାଙ୍କ ପହଡ ଖୋଲିବା ପରେ ମନ୍ଦିର ସମୁଖରେ ଧାରଣାରେ ବସିରହିବା ସହ ନାରାବାଜି ଦେଇଥିଲେ। ବିଶେଷକରି ଶିବଗଙ୍ଗା ପୁଷ୍କରିଣୀରେ ଶୌଚ ଓ ପାଦ ପ୍ରଖାଳନ ପାଇଁ ଅଧିକ ଘାଟ ନିର୍ମାଣ, ପରିସ୍ରାଗାର ନିର୍ମାଣ, ଆରଡି ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ଥାୟୀ ୨୪ଘଣ୍ଟିଆ ଡାକ୍ତର ନିଯୁକ୍ତି, ଆମ୍ବୁଲାନ୍ସ ବ୍ୟବସ୍ଥା, ପିଇବାପାଣିର ବ୍ୟବସ୍ଥା ଆଦି ବାବଦରେ ସମାଧାନ ପାଇଁ ଆନ୍ଦୋଳନ କରିବା ସହ ପୀଠର ସମସ୍ତ ଦୋକାନବଜାର ଆନ୍ଦୋଳନକାରୀ ବନ୍ଦ କରିବା ସହ ମଣିବାବାଙ୍କ ଦର୍ଶନ ବନ୍ଦ ରଖିଥିଲେ। ଫଳରେ ବହୁ ଦୂରଦୂରାନ୍ତରରୁ ଆସିଥିବା ଭକ୍ତମାନଙ୍କ ମଧ୍ୟରୁ କେତେ ନିରାଶ ହୋଇ ଫେରିଯାଇଥିବା ବେଳେ ଆଉକେତେ ଭକ୍ତ ଆନ୍ଦୋଳନ ପରେ ବାବାଙ୍କ ଦର୍ଶନ ସାରି ଫେରିଥିଲେ। ଆନ୍ଦୋଳନକାରୀ ଦୀର୍ଘସମୟ ଧରି ବସି ରହିବା ପରେ ଭଦ୍ରକ ଉପଜିଲାପାଳ ମନୋଜ ପାତ୍ର, ଚାନ୍ଦବାଲି ତହସିଲଦାର ଶୁଶାନ୍ତ ସୁତାର, ଧାମନଗର ଏସଡିପିଓ, ଧୁଷୁରୀ ଥାନା ଅଧିକାରୀ ପ୍ରଫୁଲ ସିଂ ପ୍ରମୁଖ ଆନ୍ଦୋଳନକାରୀ ବୁଝାସୁଜା କରିବା ସହ ସମସ୍ତ ସମସ୍ୟାର ଖୁବଶୀଘ୍ର ସମାଧାନ କରାଯିବ ବୋଲି ପ୍ରତିଶୃତି ଦେବା ପରେ ସେବାୟତମାନେ ଆନ୍ଦୋଳନରୁ ଓହରିଥିଲେ। ପରେ ଭକ୍ତ ନିବାସରେ ପ୍ରଶାସନ ଓ ସେବାୟତଙ୍କ ପକ୍ଷରୁ କିଛି ସେବାୟତ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଆଲୋଚନା କରିଥିଲେ। ବିଶେଷକରି ବାବାଙ୍କ ଶିବଗଙ୍ଗା ପୁଷ୍କରିଣୀର ଅଧାକାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବା, ନୂତନ ଶୌଚାଳୟ ଭକ୍ତଙ୍କ ବ୍ୟବହାର ପାଇଁ ଖୋଳାଯିବା, ପୀଠରେ ସ୍ଥାୟୀ ପାନୀୟଜଳ ବ୍ୟବସ୍ଥା, ନୂତନ ଚୂଳପକା ମଣ୍ଡପ ଭକ୍ତଙ୍କ ସେବାରେ ଲଗାଇବା ଆଦି ବାବଦରେ ଉଭୟ ପ୍ରଶାସନ ଓ ସେବାୟତଙ୍କ ମଧ୍ୟରେ ଦୀର୍ଘସମୟ ଧରି ଆଲୋଚନା କରାଯାଇଥିଲା।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories