www.samajalive.in
Sunday, December 14, 2025
23.1 C
Bhubaneswar

ଦେଶରେ ଏପର୍ଯ୍ୟନ୍ତ ଦିଆଗଲାଣି ୧୧୭ କୋଟି ପାନ କୋଭିଡ ଟିକା

ନୂଆଦିଲ୍ଲୀ: କୋଭିଡ ଟିକାକରଣ କ୍ଷେତ୍ରରେ ସାରା ବିଶ୍ୱରେ ଭାରତ ନୂଆ କୀର୍ତ୍ତିମାନ ସୃଷ୍ଟି କରିଛି । ଏପର୍ଯ୍ୟନ୍ତ ଦେଶରେ ୧୧୭ କୋଟି ପାନ ଟିକା ଦିଆଯାଇସାରିଛି । ଆଗାମୀ ଡିସେମ୍ବର ମାସରେ ଦେଶବାସୀଙ୍କୁ ଟିକାକରଣ ପାଇଁ ପ୍ରାୟ ୧୫.୬୩ କୋଟି ଟିକା ଆବଶ୍ୟକ ଥିବାବେଳେ କୋଭିଶିଲ୍ଡ ଏବଂ କୋଭାକ୍ସିନ ମିଶି ୩୧ କୋଟି ପାନ ଉତ୍ପାଦନ ହେବ ବୋଲି ଆକଳନ କରାଯାଇଛି । ଇତିମଧ୍ୟରେ ଦେଶର ଯେଉଁସବୁ ରାଜ୍ୟରେ ଟିକାକରଣ କମ୍‌ ରହିଛି ସେହି ସବୁ ରାଜ୍ୟ ସହିତ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟା ଏକ ବୈଠକରେ ମିଳିତ ହୋଇଛନ୍ତି । ଉକ୍ତ ରାଜ୍ୟଗୁଡିକ ଟିକାକରଣ ତ୍ୱରାନ୍ୱିତ କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ସେମାନଙ୍କୁ ପରାମର୍ଶ ଦେଇଥିଳେ । ଡିସେମ୍ବର ମାସରେ ଦେଶର ଆବଶ୍ୟକତାର ପ୍ରାୟ ଦୁଇଗୁଣ ଟିକା ଉତ୍ପାଦିତ ହେବାକୁ ଯାଉଥିବାରୁ ଭାରତ ତାହାର କିଛି ବନ୍ଧୁ ରାଷ୍ଟ୍ରକୁ ଏହା ରପ୍ତାନି କରିବା ବିଚାର କରୁଛି । ସୂଚନାଯୋଗ୍ୟ ଯେ ୨୦୨୧ ଡିସେମ୍ବର ଶେଷସୁଦ୍ଧା ଭାରତ ତାହାର ସମୁଦାୟ ଜନସଂଖ୍ୟାର ଟିକାକରଣ କରିବା ଲକ୍ଷ୍ୟ ରଖିଛି । ସୋମବାର ସଂଧ୍ୟା ସୁଦ୍ଧା ଗୋଟିଏ ଦିନରେ ଦେଶରେ ୬୩,୯୮,୧୬୫ ପାନ ଟିକା ଦିଆଯାଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂତ୍ରରୁ ଜଣାଯାଇଛି ।
କୋଭିଡ ମହାମାରୀର ମୁକାବିଲା କରିବାକୁ ୨୦୨୧ ଜାନୁଆରୀ ୧୬ରେ ଦେଶରେ ଟିକାକରଣ ଆରମ୍ଭ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ଟିକା ଦିଆଯାଇଥିଲା । ତାହାପରେ କୋଭିଡ ମୁକାବିଲା କ୍ଷେତ୍ରରେ ସମ୍ମୁଖ ଯୋଦ୍ଧାଙ୍କୁ ୨୦୨୧ ଫେବ୍ରୁଆରୀ ୨ରୁ ଟିକା ଦିଆଯିବା ଆରମ୍ଭ ହୋଇଥିଲା । ମାର୍ଚ୍ଚ ପହିଲାରୁ ସରକାର ୬୦ ବର୍ଷରୁ ଅଧିକ ବୟସ ଏବଂ ଗୁରୁତର ବେମାରୀ ଥିବା ୪୫ ବର୍ଷରୁ ଅଧିକ ବୟସର ଲୋକଙ୍କ ପାଇଁ ଟିକାକରଣ ଆରମ୍ଭ କରିଥିଳେ । ଏପ୍ରିଲ ପହିଲାରୁ ୪୫ ବର୍ଷରୁ ଅଧିକ ସମସ୍ତ ଲୋକଙ୍କ ପାଇଁ ଟିକା ଦାନ ହାତକୁ ନିଆଯାଇଥିଲା । ପରେ ମଇ ପହିଲାରୁ ୧୮ ବର୍ଷରୁ ଅଧିକ ସମସ୍ତଙ୍କ ପାଇଁ ଟିକା ଦିଆଯିବା ବ୍ୟବସ୍ଥା ଆରମ୍ଭ ହୋଇଥିଲା ।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories