www.samajalive.in
Saturday, December 13, 2025
26.1 C
Bhubaneswar

ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ପିପିଲିରେ ବିଜେଡିର ଧାରଣା ଓ ପ୍ରତିବାଦ ସଭା

ପିପିଲି: ରନ୍ଧନ ଗ୍ୟାସର ଅହେତୁକ ଦର ବୃଦ୍ଧିକୁ ବିରୋଧ କରି ପିପିଲି ବ୍ଲକ ବିଜୁ ମହିଳା-ଯୁବ-ଛାତ୍ର ଜନତା ଦଳ ପକ୍ଷରୁ ସୋମବାର ପିପିଲିରେ ଶୋଭାଯାତ୍ରା, ଧାରଣା ଓ ପ୍ରତିବାଦ ସଭା କରାଯାଇଛି । ଏହି ଅବସରରେ ପିପିଲି ବିଡିଓଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି ।
ପିପିଲି ବ୍ଲକ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ଜ୍ୟୋସ୍ନାରାଣୀ ପୃଷ୍ଟି, ବ୍ଲକ ବିଜୁ ଛାତ୍ର ଜନତା ଦଳ ସଭାପତି ସୌମ୍ୟରଞ୍ଜନ ମହାପାତ୍ର ଓ ବ୍ଲକ ବିଜୁ ଯୁବ ଜନତା ଦଳ ସଭାପତି ରଶ୍ମି ରଞ୍ଜନ ବିଶ୍ୱାଳଙ୍କ ନେତୃତ୍ୱରେ ଶତାଧିକ ମହିଳାନେତ୍ରୀ ଓ ଯୁବ, ଛାତ୍ରନେତା ଓ କର୍ମୀମାନେ ରନ୍ଧନ ଗ୍ୟାସର ଅହେତୁକ ଦର ବୃଦ୍ଧିକୁ ବିରୋଧ କରି ପିପିଲି ମିଶନଛକଠାରୁ ଏକ ଶୋଭାଯାତ୍ରାରେ ବାହାରି କେନ୍ଦ୍ର ସରକାର ବିରୋଧି ବିଭିନ୍ନ ସ୍ଲୋଗାନ ଦେଇ କୋର୍ଟ ଛକ, ମଢିଆଳି ଛକ, ମେଡିକାଲ ଛକ ଦେଇ ପିପିଲି ବ୍ଲକ ସମ୍ମୁଖରେ ପହଞ୍ଚି ସେଠାରେ ଧାରଣା ଦେଇଥିଲେ । ସେଠାରେ ବ୍ଲକ ବିଜେଡି ସଭାପତି ପ୍ରଫୁଲ୍ଲ ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରତିବାଦ ସଭାରେ ପୁରୀ ଜିଲା ଯୁବ ବିଜେଡି ସଭାପତି ନାରାୟଣ ସ୍ୱାଇଁ ଯୋଗଦେଇ ରନ୍ଧନ ଗ୍ୟାସର ଅହେତୁକ ଦର ବୃଦ୍ଧିକୁ ବିରୋଧ କରି କେନ୍ଦ୍ର ସରକାରଙ୍କୁ କଡା ସମାଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷା କଳ୍ପନା ସାମନ୍ତରାୟ, ନାରୀନେତ୍ରୀ ଜ୍ୟୋସ୍ନାରାଣୀ ପୃଷ୍ଟି, ବ୍ଲକ ଉପାଧ୍ୟକ୍ଷ ଯୁଧିଷ୍ଠିର ସ୍ୱାଇଁ, ବ୍ଲକ ଆତ୍ମା କମିଟି ଅଧ୍ୟକ୍ଷ ଧରଣୀଧର ସାହୁ, ପୁରୀ ଜିଲା ବିଜେଡି ସାଧାରଣ ସମ୍ପାଦକ କିଶୋର ଛାଟରାୟ, ଜିଲା ବିଜେଡି ସଂପାଦକ ସତ୍ୟଜିତ ରାୟଚୌଧୁରୀ, ଆର୍ତ୍ତବନ୍ଧୁ ସାମନ୍ତରାୟ, ତପନ ନାୟକ, ନାରୀନେତ୍ରୀ ଝୁନାମଣି ମଲ୍ଲିକ ପ୍ରମୁଖ ଯୋଗଦେଇ କେନ୍ଦ୍ର ବିଜେପି ସରକାରଙ୍କ ଦରଦାମ ବୃଦ୍ଧି ଓ ରନ୍ଧନ ଗ୍ୟାସର ଅହେତୁକ ଦରବୃଦ୍ଧିକୁ କଡା ସମାଲୋଚନା କରିଥିଲେ । ଶେଷରେ ଦରଦାମ ନିୟନ୍ତ୍ରଣରେ କେନ୍ଦ୍ର ସରକାର ବିଫଳ ହୋଇଥିବା ଅଭିଯୋଗ କରି ରନ୍ଧନ ଗ୍ୟାସ୍‍ ଦରକୁ ୫ଶହ ଟଙ୍କାକୁ ହ୍ରାସ କରିବାକୁ ଦାବି କରି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ରକୁ ବିଡିଓ ରଶ୍ମିତା ନାଥଙ୍କୁ ପ୍ରଦାନ କରାଯାଇଥିଲା ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories