www.samajalive.in
Thursday, December 11, 2025
26.1 C
Bhubaneswar

କଙ୍ଗାରୁ କୋର୍ଟ ପରେ ଗାଁ ପୁରୁଷଶୂନ୍ୟ

ନୟାଗଡ଼ : ନୟାଗଡ଼ ଜିଲାରେ ପୁଣି ଏକ କଙ୍ଗାରୁ କୋର୍ଟ ଘଟଣା ସାମ୍ନାକୁ ଆସିଛି। ପୁଲିସର ଗିରଫ ଭୟରେ ସମଗ୍ର ଗାଁ ପୁରୁଷଶୂନ୍ୟ ହୋଇପଡ଼ିଛି ା ଗ୍ରାମ୍ୟ କମିଟି ସଭାପତିଙ୍କ ସମେତ ୮ଜଣଙ୍କ ନାମରେ ମାମଲା ରୁଜୁ ହୋଇଥିଲା ବେଳେ ପୁଲିସ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ପାଇଁ ଚଢ଼ଉ ଜାରି ରଖିଥିବା ନୟାଗଡ଼ ସଦର ଥାନା ଅଧିକାରୀ ଦୀପକ ଖଣ୍ଡାୟତରାୟ କହିଛନ୍ତି। ୨ଜଣ ଗ୍ରାମବାସୀଙ୍କୁ ପୁଲିସ ଥାନାକୁ ଆଣି ପଚରା ଉଚରା କରୁଛି।
ସୂଚନା ଯୋଗ୍ୟ ଯେ, ନୟାଗଡ଼ ସଦର ଥାନା ଅନ୍ତର୍ଗତ ଦୁରୁଦୁରା ଗ୍ରାମ ପଞ୍ଚାୟତ ଉଦୟପୁରୁ ଗାଁରେ ଏଭଳି ଅମାନବୀୟ ଘଟଣା ଘଟିଛି। ଏକ ଚୋରି ଘଟଣାରେ ଗୋଟିଏ ପରିବାରକୁ ଗାଁ କୋଠ ବୈଠକରେ ୫ ଲକ୍ଷ ଟଙ୍କା ଜୋରିମାନା କରାଯାଇଛି। ଏହି ଜୋରିମାନା ଅର୍ଥ ନଦେଲେ ନଚେତ ଗାଁ ଛାଡ଼ିବାକୁ ଗ୍ରାମ ସଭାପତି ନିଷ୍ପତ୍ତି ଶୁଣାଇଥିବା ଅଭିଯୋଗ ହୋଇଛି। ଉକ୍ତ ଘଟଣାକୁ ନେଇ ସଦର ଥାନାରେ ସଂପୃକ୍ତ ପୀଡିତ ପରିବାର ପକ୍ଷରୁ ଏତଲା ଦିଆଯାଇଛି।
ପୁଲିସ ସୂଚନା ଅନୁଯାୟୀ, ଉଦୟପୁରୁ ଗ୍ରାମର ଗୁଣନିଧି ଜେନାଙ୍କର କିଛି ସୁନା ଜିନିଷ ଚୋରି ହୋଇଥିଲା। ଚୋର ଧରିବା ପାଇଁ ଗୁଣନିଧି ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହୋଇ ୧୮ ତାରିଖରେ ଗଁାରେ ଖଟ ବୁଲାଇ ଥିଲେ।
ସେଦିନ ଗୁଣିଆ ଜଣଙ୍କ କାହାକୁ ଧରିବାରେ ସଫଳ ହୋଇ ନଥିଲେ। ୧୯ ତାରିଖ ଦିନ ପୁଣି ଖଟ ବୁଲାଯାଇଥିଲା। ସେଦିନ ଉକ୍ତ ଗ୍ରାମର ଲୋକନାଥ ଜେନାଙ୍କ ଘରେ ଖଟ ଲାଗିଥିଲା। ଗ୍ରାମ ସଭାପତିଙ୍କ ସମେତ ଗ୍ରାମର ମୁଖିଆମାନେ ଲୋକନାଥଙ୍କୁ ଗ୍ରାମ କୋଠ ଘରେ ରଖି ଚାବି ପକାଇ ଦେଇଥିଲେ। ତୁମେ ଚୋରି କରିଛ ୫ ଲକ୍ଷ ଦିଅ, ନଚେତ ଗାଁରୁ ପଳାଇ ଯାଅ ବୋଲି ନିଷ୍ପତ୍ତି ଶୁଣାଇଥିଲେ। ଯାହାକୁ ନେଇ ଲୋକନାଥ ସଦର ଥାନାରେ ଅଭିଯୋଗ କରିଛନ୍ତି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏଭଳି କରାଯାଇଛି ବୋଲି ଲୋକନାଥ କହିଛନ୍ତି।

Hot this week

ଓଡିଶାରେ ଖୋଲିବ ସିଏଜି କାର୍ଯ୍ୟାଳୟର ପୂର୍ବାଞ୍ଚଳ ଶାଖା

ଭୁବନେଶ୍ୱର: ଆସନ୍ତା ଓଡ଼ିଆ ନବବର୍ଷ ଏପ୍ରିଲ ୧୫ ତାରିଖରେ ଭାରତର  ମହାଲେଖା...

ଗୋଟିଏ ଗ୍ଲାସରେ ଥରକେ କରନ୍ତୁ ୧୦ଟି ଇଡିଲି

ସମାଜ ଡିଜିଟାଲ ଡେସ୍କ: ଦକ୍ଷିଣ ଭାରତୀୟ ଖାଦ୍ୟ ଦୋସା ଏବଂ ଇଡିଲିକୁ...

ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ୟ ଟି-୨୦ ମ୍ୟାଚ ଗୁରୁବାର...

ପ୍ରଦୂଷଣମୁକ୍ତ ପରିବେଶ ଗଠନରେ ପ୍ରଶାସନ ଅପାରଗ, ଲୋକେ ଅତିଷ୍ଠ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଏନ୍ଏସିରେ ସ୍ୱଚ୍ଛ ପରିବେଶ, ସୁସ୍ଥ ପରିବେଶର ପରିକଳ୍ପନା ଦୂରେଇ...

ନୂଆ ମ୍ୟୁଜିକାଲ ୟୁଟ୍ୟୁବ୍ ଚ୍ୟାନେଲ ‘ଆନନ୍ଦ ନିର୍ଝର’ର ଶୁଭାରମ୍ଭ

ଭୁବନେଶ୍ୱର: ନୂଆ ମ୍ୟୁଜିକାଲ୍ ୟୁଟ୍ୟୁବ୍ ଚ୍ୟାନେଲ 'ଆନନ୍ଦ ନିର୍ଝର'ର ଶୁଭାରମ୍ଭ ଉତ୍ସବ...

Related Articles

Popular Categories