www.samajalive.in
Saturday, December 13, 2025
26.1 C
Bhubaneswar

ପହଞ୍ଚିଲେ ୧୫ଦଳ ; ପ୍ରସ୍ତୁତି ସମୀକ୍ଷା କଲେ କ୍ରୀଡ଼ାମନ୍ତ୍ରୀ

ଭୁବନେଶ୍ବର  : ଭୁବନେଶ୍ବର​‌ର ପୁଣି ପାଲଟିଛି ମିନି ବିଶ୍ବ । ୧୬ ଦେଶର ହକି ତାରକାଙ୍କ ମେଳରେ କମ୍ପିବ କଳିଙ୍ଗ। କନିଷ୍ଠ ପୁରୁଷ ହକି ବିଶ୍ବକପ ଲାଗି ଘରୋଇ ଭାରତ ସମେତ ୧୫ ଦଳ ଓଡ଼ିଶାରେ ପହଞ୍ଚି ସାରିଥିବା ବେଳେ କଳିଙ୍ଗ ଷ୍ଟାଡ଼ିୟମ ପ୍ରସ୍ତୁତି ​ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ନଭେମ୍ବର ୨୪ରୁ ଡିସେମ୍ବର ୫ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଏହି ହକି ମହାକୁମ୍ଭକୁ ନେଇ ଖେଳାଳିମାନଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି ହେବାରେ ଲାଗିଛି। କରୋନା କଟକଣା ମଧ୍ୟରେ ଆୟୋଜିତ ହେବାକୁ ଥିବା ଉକ୍ତ କନିଷ୍ଠ ପୁରୁଷ ହକି ବିଶ୍ବକପରେ ବିଜେତା ହେବା ନେଇ ଦଳ ଗୁଡ଼ିକ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ପ୍ରତିଯୋଗିତା ଲାଗି ଭାରତ ସମେତ ବେଲଜିୟମ, ନେଦରଲାଣ୍ଡସ, ଫ୍ରାନ୍ସ, ଆର୍ଜେଣ୍ଟିନା, ମାଲେସିଆ, ଆମେରିକା, ଚିଲି, ଜର୍ମାନୀ, ପୋଲାଣ୍ଡ, ଦକ୍ଷିଣଆଫ୍ରିକା, କୋରିଆ, ପାକିସ୍ତାନ , କାନାଡା ଓ ସ୍ପେନ ପହଞ୍ଚି ସାରିଛନ୍ତି। ଇଜିପ୍ଟ ସୋମବାର ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ରବିବାର ସ୍ପେନ ଦଳ ଭୁବନେଶ୍ବରରେ ପହଞ୍ଚିଛି। ସ୍ପେନ ପୁଲ-ସି ରେ ଦକ୍ଷିଣକୋରିଆ, ନେଦରଲାଣ୍ଡ୍‌ସ ଓ ଆମେରିକା ସହ ସ୍ଥାନ ପାଇଛି। ଦଳ ୨୫ରେ ଆମେରିକା ସହ ଖେଳି ଅଭିଯାନ ଆରମ୍ଭ କରିବ।
ଅନ୍ୟପକ୍ଷରେ ପ୍ରତିଯୋଗିତା ଲାଗି କଳିଙ୍ଗ ଷ୍ଟାଡ଼ିୟମ ପ୍ରସ୍ତୁତି କାର୍ଯ୍ୟକୁ ଅନୁଧ୍ୟାନ କରିଛନ୍ତି ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ ମନ୍ତ୍ରୀ ତୁଷାରକାନ୍ତି ବେହେରା । ରବିବାର କ୍ରୀଡ଼ାମନ୍ତ୍ରୀ ଶ୍ରୀ ବେହେରା କଳିଙ୍ଗ ଷ୍ଟାଡ଼ିୟମ ପରିଦର୍ଶନ କରିବା ସହିତ ପ୍ରସ୍ତୁତି କାର୍ଯ୍ୟର ଅଗ୍ରଗତି ନେଇ ତଦାରଖ କରିଥିଲେ। ଖେଳାଳିମାନଙ୍କ ସ୍ବାର୍ଥ ଓ ସୁରକ୍ଷାକୁ ଦୃଷ୍ଟିରେ ରଖି କରୋନା ମୁକ୍ତ ପ୍ରତିଯୋଗିତା ପରିଚାଳନା ଉପରେ ଗୁରୁତ୍ବ ଦିଆଯାଇଛି। ଏଥିପାଇଁ କୋଭିଡ଼ ପରିଚାଳନା, ସୁରକ୍ଷା, ଭିତ୍ତିଭୂମି, ପ୍ରସାରଣ, ଚିକିତ୍ସା ବ୍ୟବସ୍ଥା ଆଦିପ୍ରସ୍ତୁତି କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ମନ୍ତ୍ରୀ ଶ୍ରୀ ବେହେରା ସମୀକ୍ଷା କରିଥିଲେ। ନିଜନିଜର କାର୍ଯ୍ୟକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ସଠିକ ଭାବେ ତୁଲାଇବା ଉପରେ ମନ୍ତ୍ରୀ ଶ୍ରୀ ବେହେରା ଦାୟିତ୍ବରେ ଥିବା ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ପ୍ରତିଯୋଗିତା ଲାଗି କଳିଙ୍ଗ ଷ୍ଟାଡ଼ିୟମ ପ୍ରସ୍ତୁତି ​‌େ​‌ଶଷ ହୋଇଛି। କରୋନା ମୁକ୍ତ ପ୍ରତିଯୋଗିତାକୁ ଶୃଙ୍ଖଳିତ ଭାବେ ପରିଚାଳନା ନେଇ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି। ଖେଳାଳିମାନଙ୍କୁ ଆବଶ୍ୟକ ସମସ୍ତ ପ୍ରକାର ସେବା ଯୋଗାଇ ଦେବାକୁ ଆମେ ବଦ୍ଧପରିକର। ମୁଖ୍ୟ ଗ୍ରାଉଣ୍ଡ ସହ ଅଭ୍ୟାସ ଗ୍ରାଉଣ୍ଡ ମଧ୍ୟ ପ୍ରସ୍ତୁତ ରହିଛି। ଖେଳାଳିମାନଙ୍କ ଅଭ୍ୟାସ , ଯାତାୟତ ଉପରେ ଗୁରୁତ୍ବ ଦିଆଯାଇଛି। ସଫଳ ଓ ଶ୍ରେଷ୍ଠ ଆୟୋଜନ ଆମର ଲକ୍ଷ୍ୟ ବୋଲି କ୍ରୀଡ଼ାମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories