www.samajalive.in
Sunday, December 14, 2025
26.1 C
Bhubaneswar

ରାହାସପୂଜା ଅବସରରେ ବାରୁଣାରେ ଝୁମ୍ପୁର ନୃତ୍ୟ ପରିବେଷଣ

ଝୁମ୍ପୁରା: ଝୁମ୍ପୁରା ବ୍ଲକ ଚଉଠିଆ ପଞ୍ଚାୟତ ଅନ୍ତର୍ଗତ ବାରୁଣା ଗ୍ରାମଠାରେ ରହିଥିବା ସତ୍ୟନାରାୟଣ କ୍ଲବ ତରଫରୁ ୩୬ ତମ ରାହାସ ପୂଜା ଅନୁଷ୍ଠିତ ହୋଇଯାଇଛି। ରାହାସ ପୂଜା ଅବସରରେ କ୍ଲବ ପକ୍ଷରୁ ଝୁମର ନୃତ୍ୟ ପରିବେଷଣ କରାଯାଇଥିଲା। ଝୁମୁର ନୃତ୍ୟୁକୁ ଅଧିକ ଆକର୍ଷଣ କରିବା ପାଇଁ କ୍ଲବ ତରଫରୁ ନୃତ୍ୟ ପୂର୍ବରୁ ଏକ ସଭା ଆୟୋଜନ ହୋଇଥିଲା। ଏହି ସଭାରେ ଝୁମ୍ପୁରା ବ୍ଲକ ବିଜୁ ଯୁବ ଜନତା ଦଳର ଯୁବ ସଭାପତି ହରିଭକ୍ତ କୁନା ଗିରି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

 

- Advertisement -

ଅନ୍ୟମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ନରହରି ମହାନ୍ତ, ଜୟଚନ୍ଦ୍ର ମହାନ୍ତ, ନରୋତ୍ତମ ମହାନ୍ତ, ସମାଜସେବୀ ସାଧୁଚରଣ ମହାନ୍ତ, ଶିକ୍ଷକ ଗୁଣନିଧି ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ। ଚଳିତ ବର୍ଷ କ୍ଲବ ତରଫରୁ ‘ ଗୌରୀ ଦେବୀ’ ଝୁମର ନୃତ୍ୟ ପରିବେଷଣ କରିଥିଲେ। ଝୁମର ନୃତ୍ୟ ଦେଖିବା ପାଇଁ ଆଖପାଖ ଅଞ୍ଚଳରୁ ବହୁ ସଂଖ୍ୟାରେ ଜନସାଧାରଣ ଯୋଗଦେଇଥିବା ଦେଖିବାକୁ ମିଳିଥିଲା। କ୍ଲବର ସଦସ୍ୟ ତପୁ, ବେଣୁ, ଫତଲ, ସିପୁନ ରାଜୁ ତବୁଲ, ସୁମନ ହୃଦାନନ୍ଦ, ଗୁରୁଆ ପ୍ରମୁଖ ଏହି ରାହାସ ପୂଜା ଏବଂ ଝୁମର ନୃତ୍ୟକୁ ପରିଚାଳନାରେ ସହଯୋଗ କରିଥିଲେ ।

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories