www.samajalive.in
Sunday, December 14, 2025
26.1 C
Bhubaneswar

ରାସ୍ତା ଓ ପାନୀୟ ଜଳ ସମସ୍ୟା ଦୂର ପାଇଁ ପଦକ୍ଷେପ ନେବାକୁ ବିଧାୟକଙ୍କୁ ନିବେଦନ

ଝୁମ୍ପୁରା: ଝୁମ୍ପୁରା ବ୍ଲକ ଟୁକୁଡିହା ପଞ୍ଚାୟତର ରସବନ୍ତଳା ଗ୍ରାମରେ ଲାଗିରହିଥିବା ସମସ୍ୟା ଗୁଡିକୁ ସମାଧାନ ପାଇଁ ଗ୍ରାମବାସୀ ପାଟଣା ବିଧାୟକଙ୍କ ନିକଟରେ ଦାବି କରିଥିଲେ ଏବଂ ଏହାର ସ୍ଥାୟୀ ପ୍ରତିକାର ଲାଗି ପଦକ୍ଷେପ ନେବାକୁ ନିବେଦନ କରିଥିଲେ। ଗ୍ରାମବାସୀମାନେ ବିଧାୟକଙ୍କୁ କହିଥିଲେ ଯେ ରସବନ୍ତଳା ଗ୍ରାମରେ ରାସ୍ତାର ସମସ୍ୟା ଏବଂ ପାନୀୟ ଜଳର ସମସ୍ୟା ଦୀର୍ଘଦିନରୁ ଲାଗି ରହିଛି। ଏହି ଦୁଇ ମୁଖ୍ୟ ସମସ୍ୟାକୁ ସମାଧାନ କରିବା ପାଇଁ ଗ୍ରାମବାସୀ ବାରମ୍ବାର ପ୍ରଶାସନକୁ ଅବଗତ କରିଆସୁଛନ୍ତି। କିନ୍ତୁ ପ୍ରଶାସନର ଅଧିକାରୀମାନେ ଗ୍ରାମରେ ଲାଗିରହିଥିବା ସମସ୍ୟା ଗୁଡିକୁ ସମାଧାନ କରିବା ଦିଗରେ ଗୁରୁତ୍ୱ ଦେଉ ନାହାନ୍ତି।

 

- Advertisement -

ଗ୍ରାମରେ ଲାଗି ରହିଥିବା ସମସ୍ୟାର ସମାଧାନ ପାଇଁ ଗ୍ରାମବାସୀମାନେ ବିଧାୟକଙ୍କୁ ଦାବି କରିଥିଲେ। ବିଧାୟକ ଗ୍ରାମବାସୀଙ୍କ ସହିତ ସେମାନଙ୍କ ଗ୍ରାମରେ ପହଞ୍ଚି ଗ୍ରାମର ମୁଖ୍ୟ ସମସ୍ୟା ଗୁଡିକ ବୁଲି ଦେଖିଥିଲେ। ଏହାକୁ କିପରି ସମାଧାନ କରାଯାଇ ପାରିବ ସେ ସମ୍ପର୍କରେ ଗ୍ରାମବାସୀଙ୍କ ସହିତ ଆଲୋଚନା କରିଥିଲେ। ଗ୍ରାମରେ ଲାଗି ରହିଥିବା ସମସ୍ୟା ଗୁଡିକ ବିଭାଗୀୟ ଅଧିକାରୀ ଏବଂ ଜିଲାପ୍ରଶାସନ ସହିତ ଆଲୋଚନା କରି ଖୁବ୍‍ କମ ଦିନରେ ସମାଧାନ କରାଯିବ ବୋଲି ବିଧାୟକ ଗ୍ରାମବାସୀ ମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ।

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories