www.samajalive.in
Friday, December 12, 2025
27.1 C
Bhubaneswar

ରେଙ୍ଗାଲି ଓଡିଶା ଆଦର୍ଶ ବିଦ୍ୟାଳୟ ; ହଷ୍ଟେଲ୍, ଖେଳ ପଡିଆ ଓ ବିଜ୍ଞାନ ପ୍ରୟୋଗଶାଳା ସାମଗ୍ରୀ ନାହିଁ

ରେଙ୍ଗାଲି: ସରକାର ଏବେ ବିଭିନ୍ନ ସ୍କୁଲ ର ଭିତ୍ତିଭୂମିର ବିକାଶ ପାଇଁ ରୂପାନ୍ତରିକରଣ ଯୋଜନା ହାତକୁ ନେଇଥିବା ବେଳେ ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ଠାରେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରତିଷ୍ଠିତ ଓଡିଶା ଆଦର୍ଶ ବିଦ୍ୟାଳୟ ଭିତ୍ତିଭୁମି ଅଧାପନ୍ତରିଆ ରେ ପଡିଥିଲେ ମଧ୍ୟ ସରକାରଙ୍କ ଏଥିପ୍ରତି ନିଘା ନାହିଁ। ସରକାର ଏବଂ ଶିକ୍ଷା ବିଭାଗର ଦୃଷ୍ଟି ଅାଢୁଆଳରେ ଏହି ବିଦ୍ୟାଳୟ ରହିଯାଇଛି ବୋଲି ମତ ପ୍ରକାଶ ପାଇଛି। ରେଙ୍ଗାଲି ରେ ୨୦୧୮ ମସିହାରେ ପ୍ରତିଷ୍ଠା ହୋଇଥିବା ଓଡିଶା ଆଦର୍ଶ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ର/ଛାତ୍ରୀ ମାନଙ୍କ ପାଇଁ ଏପର୍ଯ୍ୟନ୍ତ ହଷ୍ଟେଲ୍ କୋଠା ନିର୍ମାଣ ହୋଇ ନାହିଁ । ଫଳରେ ଦୂରଦୂରାନ୍ତରୁ ଆସୁଥିବା ଛାତ୍ର/ଛାତ୍ରୀ ମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଘରୁ ଯିବାଆସିବା କରି ବହୁ କଷ୍ଟ ରେ ପାଠ ପଢ଼ିବାକୁ ବାଧ୍ୟ ହେଉଛନ୍ତି। ନିୟମିତ ଭାବରେ ଗାଡି ଭଡା ଦେଇ ସ୍କୁଲକୁ ଯିବା ଆସିବା ବ୍ୟୟ ବହୁଳ ହେଉଛି।

ସୂଚନା ଅନୁଯାୟୀ ଏହି ବିଦ୍ୟାଳୟରେ ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୩୯୧ ଜଣ ଛାତ୍ର/ଛାତ୍ରୀ ଅଧ୍ୟୟନ କରୁଛନ୍ତି। ସେମାନଙ୍କ ମଧ୍ୟରୁ ବାଳକ ମାନଙ୍କ ସଂଖ୍ୟା ୧୫୫ ଏବଂ ବାଳିକା ମାନଙ୍କ ସଂଖ୍ୟା ୨୩୮। ୬ଷ୍ଠ ଶ୍ରେଣୀରେ ୭୭ ଜଣ ୭ମରେ ୮୦ଜଣ ଛାତ୍ର ଛାତୀ ଥିବା ବେଳେ ଅଷ୍ଟମ,ନବମ ଏବଂ ଦଶମ ଶ୍ରେଣୀ ରେ ୭୮ ଜଣ ଲେଖାଏଁ ଛାତ୍ର/ଛାତ୍ରୀ ଅଧ୍ୟୟନ କରୁଛନ୍ତି। ଏମାନଙ୍କ ମଧ୍ୟରୁ ସ୍କୁଲରୁ ୧୦ କିଲୋମିଟର ଦୂରତା ରୁ ୧୧୨ଜଣ ଛାତ୍ର/ଛାତ୍ରୀ ଘରୁ ସ୍କୁଲ କୁ ଆସୁଛନ୍ତି। ୧୦ କି.ମି ରୁ ୨୦ କିମି ଦୂରତାରୁ ୧୦୦ ଜଣ ଏବଂ ୨୦ରୁ ୩୦ କିଲୋମିଟର ଦୂରତାରୁ ୧୫୯ ଜଣ ଛାତ୍ର/ଛାତ୍ରୀ ଯାତାୟାତ କରି ପାଠ ପଢୁଛନ୍ତି। ଏହାବ୍ୟତୀତ ୨୦ ଜଣ ଛାତ୍ର/ଛାତ୍ରୀ ୩୦ରୁ ୫୦ କିଲୋମିଟର ଦୂରତାରୁ ଯାତାୟାତ କରି ପାଠ ପଠିବାକୁ ଆସୁଛନ୍ତି। ଏହି ବିଦ୍ୟାଳୟରେ ଛାତ୍ରାବାସ ନିର୍ମାଣ ପାଇଁ ଏପର୍ଯ୍ୟନ୍ତ କୌଣସି ପ୍ରାରମ୍ଭିକ ପ୍ରକିୟା ଆରମ୍ଭ ହୋଇ ନଥିବା ବେଳେ ଛାତ୍ର/ଛାତ୍ରୀ ମାନଙ୍କ ଯିବା ଆସିବା ପାଇଁ କୌଣସି ସ୍କୁଲ ବସ୍ କିମ୍ବା ଭ୍ୟାନର ମଧ୍ୟ ବ୍ୟବସ୍ଥା କରାଯାଇ ନାହିଁ । ଫଳରେ ଦୂରଦୂରାନ୍ତରୁ ସ୍କୁଲ କୁ ଆସୁଥିବା ଛାତ୍ର/ଛାତ୍ରୀଙ୍କ ସ୍କୁଲ ଅାସିବା ଏବଂ ଘରକୁ ଫେରିବାରେ ବହୁ ସମୟ ଅପଚୟ ହେଉଛି। ବହୁତ ଦୂରରୁ ଆସୁଥିବା ଛାତ୍ର/ଛାତ୍ରୀଙ୍କୁ ସକାଳ୮ଟାରୁ ଆସିବା ପାଇଁ ପ୍ରସ୍ତୁତି ଏବଂ ଘରକୁ ଫେରିଲା ବେଳକୁ ସନ୍ଧ୍ୟା ୬ଟା ହୋଇଯାଉଛି। ରାଜ୍ୟ ସରକାର ଏଠାରେ ଛାତ୍ରାବାସ ନିର୍ମାଣ କରିବା ପର୍ଯ୍ୟନ୍ତ ଏହି ସ୍କୁଲରେ ପାଠ ପଢୁଥିବା ଛାତ୍ର/ଛାତ୍ରୀ ଙ୍କ ଯିବା ଆସିବା ପାଇଁ ରିହାତି ଦର ରେ ସ୍କୁଲ ବସ୍ ର ବ୍ୟବସ୍ଥା କରନ୍ତୁ। ଏହି ସ୍କୁଲରେ ଛାତ୍ରାବାସ ସମସ୍ୟା ବ୍ୟତୀତ ଏପର୍ଯ୍ୟନ୍ତ ଛାତ୍ର/ଛାତ୍ରୀ ମାନଙ୍କ ପାଇଁ ଖେଳ ପଡିଆ ନାହିଁ। ସରକାର ଛାତ୍ର/ଛାତ୍ରୀ ମାନଙ୍କ ଭିତରେ ଥିବା କ୍ରିଡା ପ୍ରତିଭାର ବିକାଶ ପାଇଁ ଗୁରୁତ୍ୱ ଦିଆଯାଉଛି ବୋଲି ଘୋଷଣା କରୁଥିବା ବେଳେ ଏଠାକାର ଛାତ୍ର/ଛାତ୍ରୀ ମାନଙ୍କ ପାଇଁ ଖେଳ ପଡିଆ ଟିଏ ନଥିବା ସରକାରଙ୍କ ତଥା କଥିତ ଘୋଷଣା ମୂଲ୍ୟହୀନ ହୋଇ ପଡିଛିଏବଂ ଛାତ୍ର/ଛାତ୍ରୀ ମାନଙ୍କ ଭିତରେ ଥିବା କ୍ରିଡା ପ୍ରତିଭାର ବିକାଶରେ ଏହା ବାଧକ ସାଜିଛି। ଖେଳ ପଡିଆର ଅଭାବ ବ୍ୟତୀତ ଏହି ସ୍କୁଲରେ ବିଜ୍ଞାନ ପ୍ରୟୋଗଶାଳା ପରିଚାଳନା ପାଇଁ ଆବଶ୍ୟକ ସାମଗ୍ରୀ ନାହିଁ ବୋଲି ଜଣାପଡିଛି। ବିଜ୍ଞାନ ପ୍ରୟୋଗଶାଳା ଥାଇ ମଧ୍ୟ ପରିଚାଳନା ସକାଶେ ଆବଶ୍ୟକ ସାମଗ୍ରୀ ନଥିବାରୁ ଛାତ୍ର/ଛାତ୍ରୀମାନେ ବିଜ୍ଞାନ ପ୍ରାକ୍ଟିକାଲରୁ ବଞ୍ଚିତ ହେଉଛନ୍ତି। ରୂପାନ୍ତରିକରଣ ଯୋଜନାରେ ଗୋଟିଏ ପଟେ ରାଜ୍ୟର ଅନେକ ସ୍କୁଲର ଭିତ୍ତିଭୂମି ବିକାଶ କରାଯାଇ ଚକାଚକ୍ କରାଯାଇଛି କିନ୍ତୁ ରେଙ୍ଗାଲିର ଓଡିଶା ଆଦର୍ଶ ବିଦ୍ୟାଳୟ କୁ ଅଣଦେଖା କାହିଁକି ବୋଲି ପ୍ରଶ୍ନ ହେଉଛି। ରାଜ୍ୟ ସରକାର ବିଶେଷତଃ ଶିକ୍ଷା ବିଭାଗ ଛାତ୍ର/ଛାତ୍ରୀ ମାନଙ୍କ ବୃହତ୍ତର ସୁବିଧା ଦୃଷ୍ଟିରୁ ରେଙ୍ଗାଲି ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟରେ ଦେଖାଦେଇଥିବା ଉପରୋକ୍ତ ସମସ୍ୟା ର ଶୀଘ୍ର ସମାଧାନ କରିବାକୁ ଅଭିଭାବକ. ଶିକ୍ଷାପ୍ରେମୀ ଏବଂ ସଚେତନ ନାଗରିକ ମହଲ ରେ ଦାବି ହେଉଛି।

Hot this week

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

Related Articles

Popular Categories