www.samajalive.in
Tuesday, December 9, 2025
15.1 C
Bhubaneswar

୬ମାସରେ ୩ଥର ଭାରତ ବନ୍ଦ ; ନିର୍ବାଚନ ଉପରେ କିପରି ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ: ମୋଦୀ ସରକାରଙ୍କ ପ୍ରଥମ ୪ବର୍ଷ ନିବିଘ୍ନରେ ଅତିବାହିତ ହୋଇଯାଇଥିଲେ ମଧ୍ୟ ଶେଷ ବର୍ଷ କଡ଼ା ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିଛି। ୬ମାସ ସମୟସୀମା ମଧ୍ୟରେ ୩ଥର ଭାରତ ବନ୍ଦ ଏହାର ଜ୍ୱଳନ୍ତ ଉଦାହରଣ କୁହାଯାଇ ପାରେ। ମୋଦୀ ସରକାରଙ୍କ ଅନ୍ତିମ ବର୍ଷ ଯେଉଁ ସବୁ ଚ୍ୟାଲେଞ୍ଜ ଦେଖା ଦେଇଛି ତାହା ପ୍ରଥମ ୩ବର୍ଷ ଦୃଶ୍ୟମାନ ହୋଇ ନଥିଲା। ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ମୋଦୀ ସରକାରଙ୍କୁ ବିରୋଧୀ ଯେପରି ଆକ୍ରମଣ କରୁଛନ୍ତି ତାହା ନିର୍ବାଚନକୁ ପ୍ରଭାବିତ କରିବ କି ନାହିଁ ଏହାକୁ ନେଇ ରାଜନୈତିକ ସମୀକ୍ଷକ ଆଲୋଚନା ଆରମ୍ଭ କରି ଦେଇଛନ୍ତି।
୨ଏପ୍ରିଲ ଭାରତ ବନ୍ଦ: ମୋଦୀ ସରକାର ବିରୋଧରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ୨ଏପ୍ରିଲରେ ଭାରତ ବନ୍ଦ ପାଳିତ ହୋଇଥିଲା। ସୁପ୍ରିମ କୋର୍ଟରେ ଏସସି/ଏସଟି ଆକ୍ଟ ପରିବର୍ତ୍ତନ ବିରୋଧରେ ସମଗ୍ର ଦେଶରେ ବନ୍ଦ ପାଳିତ ହୋଇଥିଲା। ଦଳିତଙ୍କ ପକ୍ଷରୁ ଟ୍ରେନ ଓ ପରିବହନ ବନ୍ଦ କରାଯିବା ସହ ବିଭିନ୍ନ ସହରରେ ରାସ୍ତା ଅପରୋଧ କରାଯାଇ ଥିଲା। ଉତ୍ତରପ୍ରଦେଶ, ବିହାର, ମଧ୍ୟପ୍ରଦେଶ, ରାଜସ୍ଥାନ ପ୍ରମୁଖ ରାଜ୍ୟରେ ବ୍ୟାପକ ଭଙ୍ଗାରୁଜା କରାଯାଇ ଥିଲା। ୧୦ରୁ ଊଦ୍ଧ୍ୱର୍ ଏହି ବନ୍ଦ ପ୍ରଭାବରେ ପ୍ରାଣହରାଇ ଥିବାବେଳେ ୨୦ରୁ ଅଧିକ ଆହତ ହୋଇଥିଲେ। ପରିସ୍ଥିତିକୁ ଦେଖି ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏକାଧିକ ସ୍ଥାନରେ କିଛି ଦିନ ପାଇଁ ଧାରା ୧୪୪ ଧାରା ଲାଗୁ କରାଯାଇଥିଲା।
ସଂରକ୍ଷଣ ବିରୋଧରେ ୧୦ଏପ୍ରିଲରେ ସବର୍ଣ୍ଣଙ୍କ ଭାରତ ବନ୍ଦ: ଦଳିତଙ୍କ ଚାପ ଓ ଭୋଟ ବ୍ୟାଙ୍କ ଭୟରେ କେନ୍ଦ୍ର ସରକାରଙ୍କ ଏସସି/ଏସଟି ଆକ୍ଟରେ ପରିବର୍ତ୍ତନକୁ ବିରୋଧ କରି ସବର୍ଣ୍ଣଙ୍କ ଦ୍ୱାରା ଏପ୍ରିଲ ୧୦ରେ ପୁଣି ଥରେ ଭାରତ ବନ୍ଦ ପାଳିତ ହୋଇଥିଲା। ଆସାମ, ବିହାର, ରାଜସ୍ଥାନ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ପଞ୍ଜାବ ପରି ରାଜ୍ୟରେ ଏହାର ପ୍ରଭାବ ସର୍ବାଧିକ ଦୃଶ୍ୟମାନ ହୋଇଥିଲା। ପରିସ୍ଥିତିକୁ ଦେଖି ଗୃହ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜ୍ୟକୁ ସୁରକ୍ଷା କଡ଼ାକଡ଼ି କରିବାକୁ ନିର୍ଦେଶ ଦିଆଯାଇ ଥିଲା। ଏପରିକି କେନ୍ଦ୍ର ସରକାରଙ୍କୁ କେତେକ ରାଜ୍ୟରେ ସିଆରପିଏଫ ମୁତୟନ କରିବାକୁ ପଡ଼ିଥିଲା।
୬ସେପ୍ଟେମ୍ବରରେ ସବର୍ଣ୍ଣଙ୍କ ଭାରତ ବନ୍ଧ: ପଛୁଆ ବର୍ଗଙ୍କ ପ୍ରତି ସରକାରଙ୍କ ଅନ୍ତରିକତାକୁ ବିରୋଧ କରି ସବର୍ଣ୍ଣ ପକ୍ଷରୁ ୬ସେପ୍ଟେମ୍ବରରେ ପୁଣି ଥରେ ବନ୍ଦ ପାଳିତ ହୋଇଥିଲା। ବିହାର, ରାଜସ୍ଥାନ ଓ ମଧ୍ୟପ୍ରଦେଶ ସମେତ ବିଭିନ୍ନ ରାଜ୍ୟରେ ବନ୍ଦର ପ୍ରଭାବ ଦୃଶ୍ୟମାନ ହୋଇଥିଲା।
୧୦ସେପ୍ଟେମ୍ବର ରାଜନୈତିକ ବନ୍ଦ: ମୋଦୀ ରାଜ ବିରୋଧରେ ତୃତୀୟ ବନ୍ଦ ଦେଶର ବର୍ଦ୍ଧିତ ତୈଳ ବୃଦ୍ଧିକୁ ଦୃଷ୍ଟିରେ ରଖି ପାଳିତ ହୋଇଥିଲା। ମୋଦୀ ସରକାର ଅମଳରେ ଏହା ଥିଲା ପ୍ରଥମ ରାଜନୈତିକ ସକ୍ରାନ୍ତିୟ ବନ୍ଦ। କଂଗ୍ରେସ ଡାକରାରେ ୨୧ଟି ରାଜନୈତିକ ଦଳ ଏହି ବନ୍ଦକୁ ସମର୍ଥନ କରିବାରୁ ଏହାର ପ୍ରଭାବ ସମଗ୍ର ଦେଶରେ ଦୃଶ୍ୟମାନ ହୋଇଥିଲା। ବନ୍ଦ ପ୍ରଭାବରେ ରେଳ, ବସ, ପରିବହନ, ପର୍ଯ୍ୟଟନ, ବ୍ୟାଙ୍କିଙ୍ଗ ଓ ସରକାରୀ କାର୍ଯ୍ୟ ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଥିଲା। ବିପକ୍ଷ ନେତା ଭାବେ ରାହୁଲ ଗାନ୍ଧି ଏହି ବନ୍ଦର ନେତୃତ୍ୱ ନେଇଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories