www.samajalive.in
Saturday, December 13, 2025
26.1 C
Bhubaneswar

ପ୍ରକାଶ ପାଇଲା +୨ ଅଫଲାଇନ ପରୀକ୍ଷାଫଳ ; ପାସହାର ୬୮.୬୬%

ଭୁବନେଶ୍ୱର : ଆଜି ପୂର୍ବାହ୍ନରେ +୨ ଅଫଲାଇନ ପରୀକ୍ଷାଫଳ ପ୍ରକାଶ ପାଇଛି। ଏଥିରେ ମୋଟ ପାସ ହାର ୬୮.୬୬% ରହିଛି। ଅଫଲାଇନରେ ମୋଟ ୧୨,୩୨୧ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୮,୪୬୦ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବା ନେଇ ସୂଚନା ମିଳିଛି। ଅଫଲାଇନରେ ପରୀକ୍ଷାଫଳରେ ପାସହାର୍‍ ୬୮.୬୬%। ସେଥି ମଧ୍ୟରେ ଛାତ୍ରଙ୍କ ପାସହାର୍‍ ୬୨.୭% ଓ ଛାତ୍ରୀଙ୍କ ପାସହାର୍‍ ୬୭.୭୬% ରହିଛି।
ତେବେ କଳାରେ ୫,୭୦୧ ଛାତ୍ର ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩,୫୮୬ ପାସ କରିଛନ୍ତି। ଏଥିରେ ପାସହାର ୬୨.୯୦% ରହିଛି। ବିଜ୍ଞାନରେ ୧,୪୮୬ ଛାତ୍ର ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରେ ୯୨୮ ପାସ କରିଛନ୍ତି। ଏଥିରେ ପାସହାର ୬୨.୪୪%। ବାଣିଜ୍ୟରେ ୪୨୦ ଛାତ୍ର ପରୀକ୍ଷା ଦେଇଥିବା ବେଳେ ୨୮୮ ପାସ କରିଛନ୍ତି। ଏଥିରେ ପାସହାର ୬୮.୫୭%। ଧନ୍ଦାମୂଳକରେ ୨୬୪ ଛାତ୍ର ପରୀକ୍ଷା ଦେଇଥିବା ବେଳେ ୧୩୪ ପାସ କରିଛନ୍ତି। ଏଥିରେ ପାସହାର ୫୦.୭୫%। ଏହାସହ ମୋଟ ୭,୮୭୧ ଛାତ୍ର ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରେ ୪,୯୩୬ ପାସ କରିଛନ୍ତି ଓ ଛାତ୍ରଙ୍କ ପାସହାର ୬୨.୭୧% ରହିଛି।
ସେହିପରି କଳାରେ ୩,୯୭୫ ଛାତ୍ରୀ ପରୀକ୍ଷାଦେଇଥିବା ବେଳେ ୨,୭୨୪ ପାସ କରିଛନ୍ତି। ଏଥିରେ ପାସହାର ୬୮.୫୨%। ବାଣିଜ୍ୟରେ ୨୦୩ ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୧୩୪ ଛାତ୍ରୀ ପାସ କରିଛନ୍ତି। ଏଥିରେ ପାସହାର ୬୬.୦୦%। ବିଜ୍ଞାନରେ ୮୪୬ ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୫୭୩ ପାସ କରିଛନ୍ତି। ଏଥିରେ ପାସ ହାର ୬୭.୭୩%। ଧନ୍ଦାମୂଳକରେ ୧୭୬ ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୯୩ ପାସ କରିଛନ୍ତି। ଏଥିରେ ପାସହାର ୫୨.୮୪%। ମୋଟ ୫୨୦୦ ଛାତ୍ରୀପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୫୨୪ ଛାତ୍ରୀ ପାସ କରିଛନ୍ତି। ଏହାସହ ପାସହାର ୬୭.୭୬% ପାସହାର ରହିଛି। ଅଫଲାଇନରେ ମୋଟ ୧୨,୩୨୧ ପରୀକ୍ଷାର୍ଥୀ ପରକ୍ଷା ଦେଇଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories