www.samajalive.in
Sunday, December 14, 2025
26.1 C
Bhubaneswar

ବାୟୁସେନାକୁ ମିଳିଲା ହାଲୁକା ଲଢୁଆ ହେଲିକପ୍ଟର

ଝାନ୍‌ସି : ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ହାଲୁକା ଲଢୁଆ ହେଲିକପ୍ଟର (ଏଲସିଏଚ୍‌) ବାୟୁସେନାକୁ ମିଳିଛି। ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ଏଲସିଏଚ୍‌କୁ ବାୟୁସେନାକୁ ହସ୍ତାନ୍ତର କରିଛନ୍ତି। ଏହି ହେଲିକପ୍ଟରରେ ଅତ୍ୟାଧୁନିକ ଜ୍ଞାନକୌଶଳ ସହିତ ଯୁଦ୍ଧ କାର୍ଯ୍ୟ ଲାଗି ଆବଶ୍ୟକ ଅନେକ ଗୁପ୍ତ ବିଶେଷତ୍ବ ରହିଛି । ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ ଦ୍ବାରା ନିର୍ମିତ ଏହି ହେଲିକପ୍ଟର ୫୦୦୦ ମିଟର ଉଚ୍ଚ ପାର୍ବତ୍ୟ ଉପତ୍ୟକାରେ ଅବତରଣ ଓ ଉଡାଣ କରିପାରିବ। ଏହା ଆବଶ୍ୟକ ଇନ୍ଧନ ଓ ଯନ୍ତ୍ରାଂଶ ପରିବହନ ସହିତ ଏହି କାର୍ଯ୍ୟ କରିପାରିବ। ଆଜିର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ସ୍ଥଳସେନାକୁ ସ୍ବତନ୍ତ୍ର ଡ୍ରୋନ ଓ ନୌସେନାକୁ ସ୍ବତନ୍ତ୍ର ଯୁଦ୍ଧ ପୋଷାକ ପ୍ରଦାନ କରିଛନ୍ତି। ରାଣୀ ଲକ୍ଷ୍ମୀବାଇଙ୍କ ୧୯୩ତମ ଜନ୍ମ ଦିବସ ଉପଲକ୍ଷେ ଆୟୋଜିତ ‘ରାଷ୍ଟ୍ର ରକ୍ଷା ସମର୍ପଣ ପର୍ବ’ର ଶେଷ ଦିନରେ ପ୍ରଧାନମନ୍ତ୍ରୀ ସୈନ୍ୟବାହିନୀକୁ ଏହିସବୁ ଯୁଦ୍ଧାସ୍ତ୍ର ହସ୍ତାନ୍ତର କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଭାରତ ରକେଟ ଇଞ୍ଜନ ନିର୍ମାଣ ନିମନ୍ତେ ଉଦ୍ଦିଷ୍ଟ ଭାରତ ଡାଇନାମିକ୍ସ ଲିମିଟେଡ୍‌ର କାରଖାନାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories