www.samajalive.in
Sunday, December 14, 2025
15.1 C
Bhubaneswar

ମୋଷ୍ଟ ଓ୍ୱାଣ୍ଟେଡ ମହିଳା ମାଓବାଦୀଙ୍କ ଆତ୍ମ ସମର୍ପଣ

ମାଲକାନଗିରି: ଓଡିଶା ଓ ଆନ୍ଧ୍ରର ପୁଲିସ ପାଇଁ ମୋଷ୍ଟ ଓ୍ୱାଣ୍ଟେଡ ଥିବା ମାଓ କ୍ୟାଡରର ନେତ୍ରୀ ସାଧନା ଓରଫ ସୁନ୍ଦର ଆମ୍ମା ଶ୍ରୀକାକୁଲମ ଏସ୍‌ପିଙ୍କ ନିକଟରେ ଆତ୍ମ ସମର୍ପଣ କରିଛନ୍ତି  । ମାଓ ସଂଗଠନ ନିଜ ଆଭିମୂଖ୍ୟଠାରୁ ଦୂରେଇ ଯାଇଥିବାରୁ ସେ ସଂଗଠନ ଛାଡି ଦେଇଥିବା କଥା କହିଛନ୍ତି। ଏବେ ସଂଗଠନରେ ମହିଳା କ୍ୟାଡରମାନଙ୍କୁ ହତାଦର ଦିଆଯିବା ସହ ନିର୍ଯ୍ୟାତନା ଦିଆଯାଉଥିବା କଥା ସେ ପ୍ରକାଶ କରିଛନ୍ତି  । ଓଡିଶା ଓ ଆନ୍ଧ୍ର ପ୍ରଦେଶରେ ଅଲଗା ଅଲଗା ଭାବରେ ତାଙ୍କ ବିଷୟରେ ସୂଚନା ଦେଲେ ୪ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଥିଲା ।

ସୁନ୍ଦର ଆମ୍ମାଙ୍କ ଘର ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲ୍ଲମରେ । ସେ ନର୍ସ ଭାବେ ଆଗରୁ କାମ କରୁଥିଲେ । ତାଙ୍କର ଦୁଇ ଭାଇ ମାଓସଂଗଠନରେ ଯୋଗ ଦେଇଥିଲେ । । ୨୦୦୪ ମସିହାଠାରୁ ସେ ମାଓବାଦୀଙ୍କୁ ଚିକିତ୍ସା କରିବା ପାଇଁ ସଂଗଠନରେ ସାମିଲ ହୋଇଥିଲା ରା.ଉଦୟଗିରି ଜେଲ୍‌ ଓ ଥାନା ଆକ୍ରମଣ ଘଟଣାରେ ଆହତ ମାଓବାଦୀଙ୍କୁ ଚିକିତ୍ସା କରିଥିଲେ   । ସେ ସ୍ୱତନ୍ତ୍ର ଭାବେ ତାଲିମ ନେବାପରେ କୋଣ୍ଡାବାରିଡି ସଂଗଠନରେ ଯୋଗ ଦେଇଥିଲେ । ପରେ ଦଣ୍ଡକାରଣ୍ୟ କମିଟିରେ ଯୋଗ ଦେଇଥିଲେ । ସେ ଛାମୁଆ ସଂଗଠନରେ ଜନନାଟ୍ୟ ମଣ୍ଡଳୀରେ ନାଚ ଗୀତ ମାଧ୍ୟରେ ମାଓ ସଂଗଠନରେ ସାମିଲ ହେବା ପାଇଁ ଲୋକଙ୍କୁ ପ୍ରର୍ବତ୍ତାଉଥିଲେ ।

- Advertisement -

। ଦାମନ ଯୋଡି ହିଲଟପ୍‍ମାଇନ ଆକ୍ରମଣ ନାରାୟଣପାଟଣାରେ ପୁଲିସ ସହ ଏନକାଉଣ୍ଟର, ଛତିଶଗଡରେ ପୋଲିସକୁହତ୍ୟା  ସହ ବିଭିନ୍ନ ମାଓ ହିଂସାରେ ସାମିଲ ହୋଇଥିଲେ । ତାଙ୍କୁ ଘୋଷିତ ମୋଟ ୮ ଲକ୍ଷ ଚଙ୍କା ପୁରସ୍କାର ରାଶି ସହ ଥାଇଥାନର ସମସ୍ତ ବ୍ୟବସ୍ଥା କରାଯିବ ବୋଲି ଶ୍ରୀକାକୁଲ୍ଲମ ଏସ୍‌ପି ସୂଚନା ଦେଇଛନ୍ତି । ସେ ଏବେ ଚିକିତ୍ସା ସେବା କରିବେ ବୋଲି ସୂଚନା ଦେଇଛନ୍ତି ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories