www.samajalive.in
Sunday, December 14, 2025
26.1 C
Bhubaneswar

ମିଶନ ଜୀବିକା ପକ୍ଷରୁ ଆଦିବାସୀ ଚାଷୀଙ୍କୁ ଫୁଲକୋବି ବିହନ ବିତରଣ

କଲମପୁର: କଳାହାଣ୍ଡି ଜିଲ୍ଲାର ସମନ୍ବିତ ଆଦିବାସୀ ଉନ୍ନୟନ ବିଭାଗ (ଆଇଟିଡିଏ) ଥୁଆମୁଳ ରାମପୁରର ଜୀବିକା ମିଶନ କାର୍ଯ୍ୟକ୍ରମ ମାଧ୍ୟମରେ ଆଦିବାସୀ ଚାଷୀମାନଙ୍କୁ ଆର୍ଥିକ କ୍ଷେତ୍ରରେ ଉନ୍ନତି ସହ ସ୍ବାବଲମ୍ବୀ କରିବାକୁ କୃଷି ଉପଯୋଗୀ ସହାୟତା ପ୍ରଦାନ କରାଯାଉଛି। ବିଶେଷତଃ ପନିପରିବା ଚାଷକୁ ନେଇ ଚାଷୀ ମାନଙ୍କୁ ବିହନ ଜୈବିକସାର, ଖତ, କୀଟନାଶକ ସହାୟତା ଦେଇ ଉନ୍ନତ ଚାଷ ପ୍ରଣାଳୀ ଉପରେ କର୍ମଶାଳା ମାନ ଆୟୋଜନ କରାଯାଉଛି। ମିଶନ ଜୀବିକା ପକ୍ଷରୁ ଥୁଆମୁଳ ରାମପୁର ବ୍ଲକର ଡୁମେରପଦର, କୁମୁଡାବାହାଲ ଓ ରାଣିଡୁମେର ଗ୍ରାମର ପ୍ରାୟ ୭୫ ଜଣ ଚାଷୀଙ୍କୁ ଫୁଲକୋବି ଚାଷ ପାଇଁ ପ୍ରୋତ୍ସାହିତ କରାଯାଇଛି। ଉନ୍ନତ କିସମର ଫୁଲକୋବି ମଞ୍ଜି ଯୋଗାଇ ଦିଆଯାଇଛି।

ଏହି କାର୍ଯ୍ୟକ୍ରମରେ ଚାଷୀଙ୍କ ଚାଷରେ ଅଗ୍ରଗତି ଆଣିବା ପାଇଁ ଉନ୍ନତ ଯନ୍ତ୍ରପାତି ସହିତ ଜଳସେଚନର ବ୍ୟବସ୍ଥା ମଧ୍ୟ କରାଯିବ ବୋଲି ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ବିରଞ୍ଚି ନାରାୟଣ ଦରଓ୍ବାନ ପ୍ରକାଶ କରିଛନ୍ତି। ମିଶନ ଜୀବିକାର ପ୍ରକଳ୍ପ ମ୍ୟାନେଜର ଅବିନାଶ ମହାନ୍ତି, କୃଷି ବିଶେଷଜ୍ଞ ରବୀନ୍ଦ୍ରନାଥ ଗୁମାନସିଂ ଓ ଜୀବିକା ମିଶନ ଏକ୍ସପର୍ଟ କପିଳେଶ୍ବର ପାତ୍ରଙ୍କ ସମେତ ଓଡ଼ିଶା ଜୀବିକା ମିଶନର କର୍ମକର୍ତ୍ତା ମାନେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories