www.samajalive.in
Monday, December 8, 2025
13.1 C
Bhubaneswar

ଶ୍ରମ ଲାଘବ କୃଷି ଯନ୍ତ୍ରପାତି ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ସାକ୍ଷୀଗୋପାଳ: ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଅଧିନସ୍ଥ ସର୍ବଭାରତୀୟ ଗବେଷଣା ପ୍ରକଳ୍ପ କୃଷିଶ୍ରମ ବିଜ୍ଞାନ ଓ ସୁରକ୍ଷା ଏବଂପୁରୀ ଜିଲ୍ଲାର ସାକ୍ଷୀଗୋପାଳ ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରର ମିଳିତ ଉଦ୍ୟମରେ ପୁରୀ ଜିଲ୍ଲା ଅନ୍ତର୍ଗତ ନିମାପଡା ବ୍ଲକର ବେରବୋଇ ଗ୍ରାମଠାରେ ଏକ କୃଷିଯନ୍ତ୍ରପାତି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁସୂଚିତ ଜାତି ଓ ଉପଜାତି ର ଚାଷୀଭାଇ ଓ ଭଉଣୀମାନଙ୍କ ପାଇଁ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପ୍ରକଳ୍ପ ମୁଖ୍ୟ ପ୍ରଫେସର ଡ. ସନ୍ତୋଷ କୁମାର ମହାନ୍ତି, କୃଷି ଯାନ୍ତ୍ରିକ ବିଭାଗର ସହଯୋଗୀ ପ୍ରଫେସର ଡ଼.ମାର୍କଣ୍ଡେୟ ମହାପାତ୍ର ଓ କୃଷିବିଜ୍ଞାନ କେନ୍ଦ୍ରର କୃଷିଯାନ୍ତ୍ରିକ ବୈଜ୍ଞାନିକ ଡ଼.ଦୀପଶିକା ପରମବୀତା ଉପସ୍ଥିତ ଚାଷୀମାନଙ୍କୁ ଫସଲ ଅମଳରେ ମହିଳାମାନଙ୍କ ପାଇଁ ଉପଲବ୍ଧ ଶ୍ରମ ଲାଘବ ଯନ୍ତ୍ର ଓ ଆଧୁନିକ ଯନ୍ତ୍ରପାତି ବିଷୟରେ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ। ପାରମ୍ପରିକ ପଦ୍ଧତି ତୁଳନାରେ ଯନ୍ତ୍ର ବ୍ୟବହାର କଲେ କିପରି ଅଳ୍ପ ସମୟରେ ସ୍ୱଳ୍ପ ଖର୍ଚ୍ଚ ଓ କମ ପରିଶ୍ରମରେ ଶସ୍ୟ ମିଳିପାରିବ ସେ ସମ୍ପର୍କରେ ଚାଷୀମାନଙ୍କୁ ଅବଗତ କରାଯାଇଥିଲା। ସ୍ୱୟଂଚାଳିତ ଧାନ କଟା ମେସିନ ବ୍ୟବହାର କରି ଏବଂ ଭଡାରେ ଲଗାଇ ଚାଷୀମାନେ କିପରି ଲାଭାନ୍ୱିତ ହୋଇପାରିବେ ସେହି ବିଷୟରେ ଆଲୋଚନା କରିଥିଲେ। ପ୍ରଫେସର ମହାନ୍ତି ଉନ୍ନତ କୃଷି ଯନ୍ତ୍ରପାତିର ସୁରକ୍ଷିତ ବ୍ୟବହାର ଉପରେ ଆଲୋକପାତ କରିଥିଲେ।କାର୍ଯ୍ୟକ୍ରମର ଶେଷରେ ପ୍ରକଳ୍ପ ତରଫରୁ ଚାଷୀମାନଙ୍କୁ ଉନ୍ନତ ମାନର ଦାଆ ବଣ୍ଟନ କରାଯାଇଥିଲା। ଆଖପାଖ ଅଞ୍ଚଳରୁ ପଚାଶରୁ ଉର୍ଦ୍ଧ୍ଵ ଚାଷୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

Hot this week

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

Related Articles

Popular Categories