www.samajalive.in
Thursday, December 11, 2025
13.1 C
Bhubaneswar

ହୋଟେଲରେ ମାତିଛି ଭୁତ: ଶୁଭୁଛି ପାଦଶବ୍ଦ, ଅତିଥିଙ୍କ ଚୁଟି ଟାଣୁଛି

ଦକ୍ଷିଣ ଇଂଲଣ୍ଡର ସମରସେଟ ଅନ୍ତର୍ଗତ ଲାମିନିଷ୍ଟର ଠାରେ ଥିବା ଏକ ହୋଟେଲ ନାଁ ଶୁଣିଲେ ଲୋକ ଭୟରେ ଥରୁଛନ୍ତି । ରାତିରେ ରହିବା ତ ଦୂରର କଥା, ସେଠାକୁ ଦିନବେଳା ଯିବାକୁ ମଧ୍ୟ ଲୋକ ଡରିଲେଣି । କାରଣ ସେଠାରେ ଭୁତର ଉପଦ୍ରବ ଚାଲିଛି । ହୋଟେଲର ଯେଉଁ ପ୍ରକୋଷ୍ଠରେ କେହି ରହୁନାହାନ୍ତି ସେହି ପ୍ରକୋଷ୍ଠରୁ ହୋଟେଲର ଅଭ୍ୟର୍ଥନା ଡେସ୍କକୁ ଫୋନ କଲ ଆସିବା, ହୋଟେଲରେ ରହୁଥିବା ଅତିଥିମାନେ ସେମାନଙ୍କ ନିକଟରେ କାହାର ପାଦଶବ୍ଦ ଶୁଣିବା, ଏପରିକି ସେମାନଙ୍କ ଚୁଟି କେହି ଟାଣୁଥିବା ଅଭିଯୋଗ କରିବା ପରେ ଉକ୍ତ ହୋଟେଲ ଏବେ ଚର୍ଚ୍ଚାର କେନ୍ଦ୍ର ପାଲଟିଛି ।
ଗତ ରବିବାର ଉକ୍ତ ହୋଟେଲରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ସେଥିରେ ଯୋଗଦେଇଥିବା ଅତିଥିମାନେ ଭୁତର କାର୍ଯ୍ୟକଳାପ ସମ୍ପର୍କରେ ଅଭିଯୋଗ କରିବା ପରେ ସେ ସର୍ମ୍ପକରେ ଏବେ ତଦନ୍ତ ଆରମ୍ଭ ହୋଇଛି । ତଦନ୍ତକାରୀ ଦଳ ପ୍ରଥମେ ହୋଟେଲର ବିଭିନ୍ନ କକ୍ଷ ଓ ସ୍ଥଳଗୁଡିକୁ ବୁଲି ଦେଖିବାପରେ ହୋଟେଲର ମ୍ୟାନେଜରଙ୍କ ସହିତ ଆଲୋଚନା କରିଥବଲେ । ମ୍ୟନେଜର ମଧ୍ୟ ଅନେକ ସମୟରେ ଏହିଭଳି ଘଟଣା ଅନୁଭବ କରିଥିବା ତଦନ୍ତକାରୀ ଦଳ ନିକଟରେ କହିଛନ୍ତି । ସେ କହିଛନ୍ତି ଯେ ଅନେକ ଥର ସେ ଭୋଜନ କକ୍ଷରେ ଘୋଡାସବାର ବ୍ୟକ୍ତିଙ୍କୁ ଦେଖିଛନ୍ତି । ତାହାସହିତ କେହି ନଥିବା ପ୍ରକୋଷ୍ଠରୁ ଟେଲିଫୋନ କଲ ଆସିବା ଏବଂ ଅଧା ଶୁଭୁଥିବା ସ୍ୱରରେ କେହି ଜଣେ କହୁଥିବା, ରୋଷେଇଘର ଏବଂ ମଦ୍ୟଶାଳାରେ ତାଙ୍କ ପାଖରେ କେହି ଉପସ୍ଥିତ ନଥିବା ସମୟରେ ତାଙ୍କ ଶରୀରକୁ କେହି ସ୍ପର୍ଶ କରିବା ଭଳି କଥା ମ୍ୟାନେଜର କହିଛନ୍ତି । ତଦନ୍ତକାରୀ ଦଳ ମଧ୍ୟ ସେମାନଙ୍କ ସଦସ୍ୟଙ୍କ ସ୍ୱରକୁ କେହି ଜଣେ ନକଲ କରି କହୁଥିବା ଶୁଣିବାକୁ ପାଇଛନ୍ତି । ସେମାନେ ଅଧା ଅଧା ଶୁଭୁଥିବା ଫୋନ କଲ ଶୁଣିବାକୁ ପାଇଛନ୍ତି, ଯେଉଁଥିରେ ଜଣେ ‘ଏଲିଜାବେଥ‘ ବୋଲି ନାମ ଉଚ୍ଚାରଣ କରୁଛି । ଏଲିଜାବେଥ ହେଉଛନ୍ତି ଉକ୍ତ ହୋଟେଲର ପ୍ରଥମ ମାଲିକଙ୍କ ପନôୀ । ରବିବାର ଆୟୋଜିତ କାର୍ଯ୍ୟକ୍ରରେ ଯୋଗଦେଇଥିବା ବ୍ୟକ୍ତିମାନେ ସେମାନଙ୍କ କେଶକୁ କେହି ଟାଣୁଥିବା, ସେମାନଙ୍କୁ କେହି ସ୍ପର୍ଶ କରୁଥିବା ଏବଂ ହୋଟେଲ କୋଠାରେ ଦୂରରୁ କେହି ହ୍ୱିସଲ ବଜାଉଥିବା ତଦନ୍ତକାରୀ ଦଳକୁ କହିଛନ୍ତି । ତଦନ୍ତକାରୀ ଦଳ ଏହାର ରହସ୍ୟ ଉନ୍ମୋଚନରେ ଲାଗିପଡିଥିବାବେଳେ ଏହାର କିଛି ସଦସ୍ୟ ମଧ୍ୟ ଉକ୍ତ ହୋଟେଲକୁ ଯିବା ସକାଶେ ଭୟ କରୁଛନ୍ତି ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories