www.samajalive.in
Tuesday, December 9, 2025
16.1 C
Bhubaneswar

ଯମଜ ସନ୍ତାନର ମା’ ହେଲେ ପ୍ରୀତି ଜିଣ୍ଟା

ବଲିଉଡ ଅଭିନେତ୍ରୀ ପ୍ରୀତି ଜିଣ୍ଟା ମା’ ହୋଇଛନ୍ତି । ତାଙ୍କର ଯମଜ ସନ୍ତାନ ହୋଇଥିବା ସାମାଜିକ ଗଣମାଧ୍ୟମ ଜରିଆରେ ସୂଚନା ଦେଇଛନ୍ତି ପ୍ରୀତି । ସେଥିମଧ୍ୟରେ ଏକ ପୁତ୍ର ଓ ଏକ କନ୍ୟା ସନ୍ତାନ । ଅଭିନେତ୍ରୀ ପ୍ରୀତି ଓ ତାଙ୍କ ସ୍ୱାମୀ ଜେନି ଗୁଡଏନଫ ସରୋଗାସି ଦ୍ୱାରା ସନ୍ତାନ ସନ୍ତତିଙ୍କର ଜନକ ଜନନୀ ପାଲଟିଛନ୍ତି । ପ୍ରୀତି ତାଙ୍କ ଦୁଇ ନବଜାତକଙ୍କ ନାମକରଣ ମଧ୍ୟ କରିସାରିଛନ୍ତି । ପୁଅର ନାମ ଜୟ ଜିଣ୍ଟା ଗୁଡଏନଫ ଏବଂ ଝିଅର ନାମ ଜିଆ ଜିଣ୍ଟା ଗୁଡଏନଫ ରଖାଯାଇଛି ।
ପ୍ରୀତି ୨୦୧୬ ଫେବ୍ରୁଆରୀ ୨୯ରେ ଜେନି ଗୁଡଏନଫଙ୍କୁ ବିବାହ କରିଥିଲେ । ସୀମିତ ବନ୍ଧୁ ପରିଜନ ଓ ପରିବାର ସଦସ୍ୟଙ୍କୁ ନେଇ ଏହି ବିବାହ ଅନୁଷ୍ଠିତ ହୋଇଥିଲା । ତାହାପରେ ପ୍ରୀତି ଓ ଜେନି ଲସଏଞ୍ଜେଲସ ଚାଲିଯାଇଥିଲେ । ସେବେଠାରୁ ସେମାନେ ପ୍ରାୟତଃ ସେଠାରେ ରହୁଛନ୍ତି । ମା’ ହେବାର ଖୁସି ଖବର ସାମାଜିକ ଗଣମାଧ୍ୟମରେ ଦେଇ ପ୍ରୀତି ଲେଖିଛନ୍ତି, ସେ ଓ ଜେନି ତାଙ୍କର ଯମଜ ସନ୍ତାନଙ୍କୁ ନେଇ ଖୁବ ଖୁସି ଅଛନ୍ତି । ସେମାନଙ୍କ ପରିବାରକୁ ଦୁଇ ନୂଆ ସଦସ୍ୟ ଆସିଛନ୍ତି । ଏବେ ସେମାନଙ୍କ ଜୀବନରେ ଏକ ନୂଆ ପର୍ଯ୍ୟାୟ ଆରମ୍ଭ ହେବାକୁ ଯାଉଛି, ଯାହାକୁ ନେଇ ସେମାନେ ଉଲ୍ଲସିତ ଅଛନ୍ତି । ଏହି ଅବସରରେ ସେ ଡାକ୍ତର, ସେବିକା ଏବଂ ସରୋଗେଟଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି ।
ପ୍ରୀତି ବିବାହ କରିବା ସମୟରେ ଅନେକ ତାଙ୍କର ପୁରୁଷ ବନ୍ଧୁଙ୍କ ସମ୍ପର୍କରେ ଜାଣିବାକୁ ବିଶେଷ ଆଗ୍ରହୀ ଥିଲେ । କିନ୍ତୁ ବିବାହ ପରେ ପ୍ରୀତି ମୁହଁ ଖୋଲିଥିଲେ । ସେ କହିଥିଲେ ଯେ, ଜେନିଙ୍କ ସହିତ ତାଙ୍କର ଲସଏଞ୍ଜେଲସର ସାନ୍ତା ମୋନିକା ଠାରେ ସାକ୍ଷାତ ହୋଇଥିଲା । ଏହାପରେ ସେମାନେ ପାଞ୍ଚବର୍ଷ ପର୍ଯ୍ୟନ୍ତ ସମ୍ପର୍କରେ ରହିଥିଲେ ଏବଂ ଶେଷରେ ବିବାହ ବନ୍ଧନରେ ଆବଦ୍ଧ ହେଲେ । ଅଭିନେତ୍ରୀ ପ୍ରୀତି ଜିଣ୍ଟାଙ୍କୁ ଶେଷଥର ପାଇଁ ଭୈୟାଜୀ ସୁପରହିଟରେ ଦେଖିବାକୁ ମିଳିଥିଲା, ଯାହା ୨୦୧୮ରେ ମୁକ୍ତିଲାଭ କରିଥିଲା । ଉକ୍ତ ଚଳଚ୍ଚିତ୍ରରେ ସନ୍ନି ଦେଓଲ ମଧ୍ୟ ଅଭିନୟ କରିଥିଲେ । ନିକଟରେ ତାଙ୍କୁ ତାଙ୍କର ଆଇପିଏଲ କ୍ରିକେଟ ଦଳ ପଞ୍ଜାବ କିଙ୍ଗସ ଇଲେଭେନ ପାଇଁ ଦୁବାଇରେ ଦେଖିବାକୁ ମିଳିଥିଲା ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories