www.samajalive.in
Tuesday, December 9, 2025
16.1 C
Bhubaneswar

ପ୍ରଧାନମନ୍ତ୍ରୀଙ୍କ ବଡ ଘୋଷଣା- ତିନିଟି କୃଷି ଆଇନ ପ୍ରତ୍ୟାହାର ହେବ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଗତବର୍ଷ ସଂସଦରେ ଗୃହୀତ କରାଇଥିବା ତିନିଟି କୃଷି ଆଇନକୁ ପ୍ରତ୍ୟାହାର କରିନିଆଯିବ । ଏହି କୃଷି ଆଇନକୁ ଦେଶର କୃଷକ ସମୁଦାୟ ଦୃଢ ବିରୋଧ କରିବା ସହିତ ଏହାର ପ୍ରତ୍ୟାହାର ଦାବିରେ ଲଗାତର ଆନ୍ଦୋଳନ ଚଳାଇଥିବାବେଳେ କେନ୍ଦ୍ର ସରକାର ଶେଷରେ ଏହି ଆଇନ ପ୍ରତ୍ୟାହାର କରିନେବାକୁ ଘୋଷଣା କରିଛନ୍ତି । ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଉଦବୋଧନ ଦେବା ଅବସରରେ ଏହି ତିନିଟି ବିବାଦୀୟ କୃଷି ଆଇନକୁ ସରକାର ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଥିବା ଘୋଷଣା କରିଛନ୍ତି । ଏଥିସହିତ ଆନ୍ଦୋଳନକାରୀ କୃଷକମାନେ ନିଜ ନିଜ ଘରକୁ ଫେରିଯିବାକୁ ପ୍ରଧାନମନ୍ତ୍ରୀ ନିବେଦନ କରିଛନ୍ତି ।
ଶୁକ୍ରବାର ପୂର୍ବାହ୍ନରେ ଦେଶବାସୀଙ୍କୁ ଉଦବୋଧନ ଦେବା ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ତିନିଟି କୃଷି ଆଇନ ପ୍ରତ୍ୟାହାର କରିନେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ସରକାର କୃଷକଙ୍କୁ ସୁଲଭ ମୂଲ୍ୟରେ ବିହନ ଯୋଗାଇଦେବା ଏବଂ ଅଣୁ ଜଳସେଚନ ସୁବିଧା ସୃଷ୍ଟି ଦିଗରେ କାର୍ଯ୍ୟ କରିଛନ୍ତି । କୃଷକଙ୍କୁ ୨୨ କୋଟି ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ କରାଯାଇଛି । ଏହି ସମସ୍ତ ପଦକ୍ଷେପ କୃଷି ଉତ୍ପାଦନ ବୃଦ୍ଧିରେ ସହାୟକ ହୋଇଛି । ଏଥିସହିତ ସରକାର ଫସଲ ବୀମା ଯୋଜନାକୁ ସୁଦୃଢ କରିବା ସହିତ ଅଧିକରୁ ଅଧିକ କୃଷକଙ୍କୁ ଏହା ଅଧିନକୁ ଆଣିପାରିଛନ୍ତି । କୃଷକମାନେ ସେମାନଙ୍କର କଠିନ ପରିଶ୍ରମ ପାଇଁ ଯେଭଳି ଉଚିତ ମୂଲ୍ୟ ପାଇପାରିବେ ତାହା ସୁନିଶ୍ଚିତ କରିବାକୁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି । ପ୍ରଧାନମନ୍ତ୍ରୀ କହିଥିଲେ, ଗ୍ରାମାଞ୍ଚଳ ବଜାର ଭିତ୍ତିଭୂମିକୁ ମଜଭୁତ କରାଯାଇଛି । ସରକାର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବୃଦ୍ଧି କରିବା ସହିତ ରେକର୍ଡ ସଂଖ୍ୟକ ସରକାରୀ କୃଷିଜାତ ପଦାର୍ଥ ସଂଗ୍ରହ କେନ୍ଦ୍ର ସ୍ଥାପନ କରିଛନ୍ତି । ତାଙ୍କ ସରକାରଙ୍କ ଦ୍ୱାରା ଫସଲ ସଂଗ୍ରହ ପରିମାଣ ବିଗତ ବହୁ ଦଶନ୍ଧିର ରେକର୍ଡ ଭାଙ୍ଗିଦେଇଛି । ସେ ଏହା ମଧ୍ୟ କହିଥିଲେ ଯେ ୨୦୧୪ରେ ସେ ପ୍ରଧାନମନ୍ତ୍ରୀ ହେବା ସମୟରେ କୃଷକଙ୍କ କଲ୍ୟାଣ ଏବଂ ବିକାଶ ତାଙ୍କ ସରକାରଙ୍କ ପାଇଁ ଅଗ୍ରାଧିକାର ବିଷୟ ଥିଲା । ଅନେକ ଲୋକ ଏହି ସତ୍ୟକୁ ଜାଣନ୍ତି ନାହିଁ ଯେ ୧୦୦ରୁ ୮୦ ହେଉଛନ୍ତି କ୍ଷୁଦ୍ର ଚାଷୀ, ଯେଉଁମାନଙ୍କର ୨ ହେକ୍ଟରରୁ କମ ଚାଷଜମି ରହିଛି ଏବଂ ସେମାନଙ୍କ ସଂଖ୍ୟା ପ୍ରାୟ ୧୦ କୋଟି ହେବ । ଶୁକ୍ରବାର ଗୁରୁ ନାନକଙ୍କ ପ୍ରକାଶ ପର୍ବ ପାଳିତ ହେଉଥିବାବେଳେ ପ୍ରଧାନମନ୍ତ୍ରୀ କହିଥିଲେ, ଦେଶର ସେବାରେ ଜୀବନକୁ ଉତ୍ସର୍ଗ କଲେ ଜୀବନ ଭଲରେ ଅତିବାହିତ ହୋଇପାରିବ । ଏହି ସେବା ମନୋବୃତ୍ତି ନେଇ ତାଙ୍କ ସରକାର କାର୍ଯ୍ୟ କରୁଛି, ଯଦ୍ୱାରା ଜନସାଧାରଣଙ୍କ ଜୀବନରେ ଉନ୍ନତି ଆସିପାରିବ ।
ନିଜର ଉଦବୋଧନ ଆରମ୍ଭ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ଦେବ ଦୀପାବଳି ଏବଂ ପ୍ରକାଶ ପର୍ବ ଉପଲକ୍ଷେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଥିଲେ । ଏଥିସହିତ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗୀୟା ଇନ୍ଦିରା ଗାନ୍ଧୀଙ୍କର ୧୦୪ତମ ଜୟନ୍ତୀରେ ତାଙ୍କ ପ୍ରତି ପ୍ରଧାନମନ୍ତ୍ରୀ ମୋଦି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହାପରେ ପ୍ରଧାନମନ୍ତ୍ରୀ ଝାନ୍ସି ଯାଇ ରାଷ୍ଟ୍ର ରକ୍ଷା ସମର୍ପଣ ପର୍ବରେ ଯୋଗଦେଇଥିଲେ । ଏହି ଅବସରରେ ସେ ଡିଆରଡିଓ ଦ୍ୱାରା ଡିଜାଇନ କରାଯାଇଥିବା ଅତ୍ୟାଧୁନିକ ଇଲେକଟ୍ରୋନିକ ଯୁଦ୍ଧ ସରଞ୍ଜାମ ଭାରତୀୟ ନୌବାହିନୀକୁ ହସ୍ତାନ୍ତର କରିଥିଲେ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories