www.samajalive.in
Saturday, December 13, 2025
17.1 C
Bhubaneswar

ବିଶ୍ୱ ସମୟ ପୂର୍ବ ପ୍ରସବ ଦିବସରେ ସଚେତନତା

ଆଠଗଡ: ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନ ମେଘା ସେକ୍ଟରର ଗାଁ କଲ୍ୟାଣ ସମିତି ସମୂହ ଆନୁକୁଲ୍ୟରେ କନ୍ଦରପୁର ପଞ୍ଚାୟତ ଅନ୍ତର୍ଗତ ନଣ୍ଡାଇଲୋ ଓ ରାଉତରାପୁର ଗ୍ରାମରେ ବିଶ୍ୱ ସମୟ ପୂର୍ବ ପ୍ରସବ ଦିବସ ପାଳ ଅବସରରେ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା। ବରିଷ୍ଠ ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ ମହମ୍ମଦ୍‍ ଅସ୍‍ଲମ୍‍ ଏଥିରେ ସଂଯୋଜନା କରି ବିଶ୍ୱରେ ପ୍ରତିବର୍ଷ ବିଭିନ୍ନ କାରଣରୁ ପ୍ରାୟ ୪.୫କୋଟି ଶିଶୁ ସମୟ ଅବଧି ପୂର୍ବରୁ ଜନ୍ମଗ୍ରହଣ କରିଥାନ୍ତି ଫଳରେ ମାଆ ଓ ନବଜାତ ଶିଶୁ ମୃତ୍ୟୁହାର ବୃଦ୍ଧି ପାଉଛି। ପ୍ରତିବର୍ଷ ସମୟପୂର୍ବ ପ୍ରସବରେ ଜନ୍ମ ନେଉଥିବା ୧୦ଲକ୍ଷ୍ୟ ଶିଶୁ ମୃତ୍ୟୁବରଣ କରିଥାନ୍ତି।

ଅବଧି ପୂର୍ବରୁ ପ୍ରସବର କାରଣ ଅନେକ ହୋଇଥିବାବେଳେ ସେଥିମଧ୍ୟରୁ ବାଲ୍ୟବିବାହ, ୨୧ବର୍ଷ ପୂର୍ବରୁ ଗର୍ଭଧାରଣ, ଗର୍ଭର ବ୍ୟବଧାନ ୩ବର୍ଷରୁ କମ୍‍ ରହିବା, ବିଭିନ୍ନ ଜଟିଳ ରୋଗରେ ଆକ୍ରାନ୍ତ ଥାଇ ଗର୍ଭଧାରଣ କରିବା, ଅପପୁଷ୍ଟିର ଶିକାର, ରକ୍ତହୀନତା, ଚିନ୍ତାଗ୍ରସ୍ତ ରହିବା, ଠିକଣା ସମୟରେ ଗର୍ଭ ପରୀକ୍ଷା ନକରିବା, ଆଇରନ ଓ କ୍ୟାଲସିୟମ ବଟିକା ସେବନ ନକରିବା, ଗଳଗଣ୍ଡ ରୋଗରେ ପୀଡିତ ଥାଇ ଔଷଧ ନଖାଇବା ଓ ବିଶ୍ରାମ ନନେବା ଭଳି କାରଣ ଯୋଗୁଁ ସମୟ ପୂର୍ବରୁ ପ୍ରସବ ହୋଇଥାଏ ବୋଲି ଶ୍ରୀ ଅସଲମ କହିଥିଲେ। ତେଣୁ ୨୧ ବର୍ଷ ପରେ ଗର୍ଭଧାରଣ କରିବା , ଗର୍ଭରହିବା କ୍ଷଣି ପଞ୍ଜିକରଣ କରିବା ସହ ଡାକ୍ତରଙ୍କ ପରାମର୍ଶ କରିବା, ଅତିକମରେ ୪ଥର ଗର୍ଭ ପରୀକ୍ଷା କରାଇବା, ବିଶ୍ରାମ ସାଙ୍ଗକୁ ପରାମର୍ଶକ୍ରମେ ଔଷଧ ସେବନ କରିବା, ଆବଶ୍ୟକୀୟ ଟୀକା ନେବା ସାଙ୍ଗକୁ ମାଆମାନେ ନିଜେ ଏ ଦିଗରେ ସଚେତନ ହେବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ସେହିପରି ଶିଶୁ ଜନ୍ମହେବା ପରେ ଶିଶୁର ସଠିକ୍‍ ଯତ୍ନ ନେବା ଓ ଅତିକମରେ ୬ମାସ ଯାଏଁ ମାଆ କ୍ଷୀର ପିଆଇବା ଜରୁରୀବୋଲି ଶ୍ରୀ ଅସଲମ କହିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟକର୍ମୀ ବିମଳା ସାହୁ, ଅଙ୍ଗନବାଡି କର୍ମୀ ଅନସୂୟା ସାମନ୍ତରାୟ, ଆଶାକର୍ମୀ ଉର୍ବଶୀ ଜେଠୀ ଏବଂ ଗାଁ କଲ୍ୟାଣ ସମିତିର ସଦସ୍ୟ ଯୋଗଦେଇ ସହଯୋଗ କରିଥିଲେ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories