www.samajalive.in
Saturday, December 13, 2025
17.1 C
Bhubaneswar

ସମବାୟ ସମିତି କର୍ମଚାରୀ ସଂଘର ଆନ୍ଦୋଳନ

ଆଠଗଡ: ପ୍ରାଥମିକ କୃଷି ସମବାୟ ସମିତି କର୍ମଚାରୀ ସଂଘ, ଆଠଗଡ ମଣ୍ଡଳ ପକ୍ଷରୁ ଗୁରୁବାର ସ୍ଥାନୀୟ ସମବାୟ ସମିତି ସମୂହ ଉପନିବନ୍ଧକଙ୍କ କାର୍ଯ୍ୟାଳୟ ପରିସରରେ ବିଭିନ୍ନ ଦାବିକୁ ନେଇ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଗତ ନଭେମ୍ବର ୧୪ତାରିଖରୁ ଆଠଗଡ ଉପଖଣ୍ଡ ଅନ୍ତର୍ଗତ ୪ଟି ବ୍ଲକ ଯଥା ନରସିଂହପୁର, ବଡମ୍ବା, ତିଗିରିଆ ଓ ଆଠଗଡରେ କାର୍ଯ୍ୟକ୍ଷମ ଥିବା ୭୬ଟି ପ୍ରାଥମିକ କୃଷି ସମବାୟ ସମିତିର ସମ୍ପାଦକ ଓ କର୍ମଚାରୀମାନେ ୭ଦଫା ଦାବି ପୂରଣ ଲାଗି କାର୍ଯ୍ୟବନ୍ଦ ଆନ୍ଦୋଳନ ଚଳାଇ ଆସିଛନ୍ତି। ଆଠଗଡ ମଣ୍ଡଳ ସଂଘର ସଭାପତି ଶୈଳେନ୍ଦ୍ର ନାରାୟଣ ସ୍ୱାଇଁ ଓ ସଂପାଦକ ପଦ୍ମନାଭ ଘଢାଇଙ୍କ ନେତୃତ୍ୱରେ ଚାଲିଥିବା ଏହି ଆନ୍ଦୋଳନ ଦାବି ପୂରଣ ନହେବା ଯାଏଁ ଜାରି ରହିବ ବୋଲି ସେମାନେ ଚେତାଇ ଦେଇଛନ୍ତି।

ସେମାନଙ୍କ ଦାବିଗୁଡିକ ମଧ୍ୟରେ ପ୍ରାଥମିକ ସମବାୟ ସମିତି ଓ ଲ୍ୟାମ୍ପ୍ସରେ କାର୍ଯ୍ୟରତ କର୍ମଚାରୀଙ୍କୁ ରାଜ୍ୟସରକାରୀ କର୍ମଚାରୀ ମାନ୍ୟତା ଦେବା ସହିତ ସେମାନଙ୍କ ପାଇଁ ନିୟମିତ ବଦଳି ବ୍ୟବସ୍ଥା ଲାଗୁ କରିବା, ରାଜ୍ୟ ସରକାରଙ୍କର ମାନବ ସମ୍ବଳ ନୀତି ୨୦୨୧ ଅନୁଯାୟୀ ପ୍ରାଥମିକ ସମିତିର କର୍ମଚାରୀଙ୍କୁ ଯୋଗ୍ୟତା ଓ ବରିଷ୍ଠତା ଭିତ୍ତିରେ ବ୍ୟାଙ୍କିଙ୍ଗ୍‍ ସହାୟକ ଭାବେ ନିଯୁକ୍ତି ଦେବା, ସମିତିର ସଭ୍ୟମାନଙ୍କଠାରୁ ଆଦାୟ କରାଯାଉଥିବା ଅଂଶଧନର ୫୦ପ୍ରତିଶତ ସମିତିରେ ରଖି ବାକି ୫୦ପ୍ରତିଶତ ସମବାୟ ବ୍ୟାଙ୍କରେ ଜମ ରଖିବା, ୭ମ ବେତନ କମିଶନଙ୍କ ସୁପାରିଶ ଅନୁଯାୟୀ ବେତନ ଓ ରାଜ୍ୟ ସରକାରଙ୍କର ବର୍ଦ୍ଧିତ ମହଙ୍ଗା ଭତ୍ତା ପ୍ରଦାନ କରିବା ଧାନକ୍ରୟ ସମୟରେ ମାସିକ ଶ୍ରମିକ ଦେୟ ୧ମାସ ମଧ୍ୟରେ ପ୍ରଦାନ କରିବା, ଶ୍ରମିକଙ୍କ ଦେୟ କୁଇଣ୍ଟାଲ ପ୍ରତି ୧୫ଟଙ୍କା କରିବା, ବିକ୍ରି ନହୋଇ ପାରୁଥିବା ବଳକା ବିହନ ରାଜ୍ୟ ବିହନ ନିଗମକୁ ଫେରସ୍ତ କରିବାର ବ୍ୟବସ୍ଥା କରିବା ଆଦି ଅନ୍ତର୍ଭୁକ୍ତ। ଏ ସଂପର୍କୀତ ଏକ ଦାବିପତ୍ର ଆଠଗଡ ସମବାୟ ସମିତି ସମୂହ ସହକାରୀ ନିବନ୍ଧକଙ୍କୁ ପ୍ରଦାନ କରାଯାଇଥିଲା। ଆସନ୍ତା ୨୦ତାରିଖରେ କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ଅଧିନ ଆଠଗଡ ବ୍ଲକର ସମସ୍ତ ସମିତି ଏବଂ ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ଅଧିନ ତିଗିରିଆ, ବଡମ୍ବା ଓ ନରସିଂହପୁରରେ ଥିବା ସମସ୍ତ ସମିତି କର୍ମଚାରୀ କଟକ ଜିଲ୍ଲା ସମବାୟ ଉପନିବନ୍ଧକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଓ ୨୨ତାରିଖରେ କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ଏବଂ ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ସମ୍ମୁଖରେ କର୍ମଚାରୀ ସଂଘ ପକ୍ଷରୁ ଦାବି ପୂରଣ ଲାଗି ଧାରଣା ଦିଆଯିବ ବୋଲି ସଭାପତି ଶ୍ରୀ ସ୍ୱାଇଁ ପ୍ରକାଶ କରିଥିଲେ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories